Iran War / ମଧ୍ୟପ୍ରାଚ୍ୟରେ ଯୁଦ୍ଧ ତୀବ୍ର, ଶାନ୍ତି ପାଇଁ ୩ଟି କଠୋର ସର୍ତ୍ତ ରଖିଲା ଇରାନ
·2 weeks ago·2 min read

Key Points
ଯୁଦ୍ଧ ଶେଷ କରିବାକୁ ୩ ସର୍ତ୍ତ
ଯୁଦ୍ଧ ବନ୍ଦ କରିବାକୁ ଇରାନ ରଖିଲା ୩ଟି ସର୍ତ୍ତ
ସର୍ତ୍ତାବଳୀକୁ ଗ୍ରହଣ ନକଲେ ଯୁଦ୍ଧ ବନ୍ଦ ହେବନି: ଇରାନ୍

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ଥମିବାର ନାଁ ଧରୁନି । ଆଉ ଏହାର ପ୍ରଭାବ ଏବେ ସାରା ବିଶ୍ବରେ ଦେଖିବାକୁ ମିଳୁଛି । ଯୁଦ୍ଧର ପ୍ରଭାବ ଏବେ ବିଶ୍ୱ ଅର୍ଥନୀତିରେ ପଡ଼ିଛି । କାରଣ ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ଫଳରେ ଅଶୋଧିତ ତୈଳ, ଗ୍ୟାସ୍, ସାମୁଦ୍ରିକ ବାଣିଜ୍ୟ ଓ ଯୋଗାଣରେ ବାଧା ଦେଖିବାକୁ ମିଳୁଛି । ଯଦି ଏହି ଯୁଦ୍ଧ ଜାରି ରହେ, ତାହେଲେ ଏହା ସିଧାସଳଖ ଶକ୍ତି ବଜାର, ଜାହାଜ ପରିବହନ ମାର୍ଗ, ମୁଦ୍ରାସ୍ଫୀତି ଏବଂ ଶିଳ୍ପ ଉତ୍ପାଦନକୁ ପ୍ରଭାବିତ କରିବ ।
ତେବେ ଏହାରି ମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ୩ଟି ସର୍ତ୍ତ ରଖିଛି ଇରାନ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ End of the line ବୟାନ ପରେ ବିଶ୍ୱ ଯେତେବେଳେ ଏକ ବଡ଼ ପରମାଣୁ ଯୁଦ୍ଧ ଆଶଙ୍କାରେ ଥରି ଉଠୁଛି, ସେତିକି ବେଳେ ଇରାନ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି । ଇରାନ କହିଛି, ଯଦି ଆମେରିକା ଏବଂ ଇସ୍ରାଏଲ୍ ଶାନ୍ତି ଚାହୁଁଛନ୍ତି, ତେବେ ସେମାନଙ୍କୁ ଇରାନର ୩ଟି କଠୋର ସର୍ତ୍ତ ମାନିବାକୁ ପଡ଼ିବ ।
ପ୍ରଥମ ସର୍ତ୍ତ: ଇରାନର ସମସ୍ତ ବୈଧ ସାର୍ବଭୌମତ୍ୱ ଏବଂ ଆନ୍ତର୍ଜାତୀୟ ଅଧିକାରକୁ ବିଶ୍ୱସ୍ତରରେ ସ୍ୱୀକୃତି ଦିଆଯାଉ
ଦ୍ୱିତୀୟ ସର୍ତ୍ତ: ଯୁଦ୍ଧ କାରଣରୁ ଇରାନର ଯେଉଁ ବ୍ୟାପକ ଭିତ୍ତିଭୂମି ନଷ୍ଟ ହୋଇଛି, ସେଥିପାଇଁ ଆମେରିକା ଓ ଇସ୍ରାଏଲ୍ ସମ୍ପୂର୍ଣ୍ଣ କ୍ଷତିପୂରଣ ପ୍ରଦାନ କରନ୍ତୁ
ତୃତୀୟ ସର୍ତ୍ତ: ଆଗାମୀ ଦିନରେ ଇରାନ ଉପରେ କୌଣସି ପ୍ରକାର ସାମରିକ ଆକ୍ରମଣ କରାଯିବ ନାହିଁ ବୋଲି ଏକ ଲିଖିତ ଆନ୍ତର୍ଜାତୀୟ ଗ୍ୟାରେଣ୍ଟି ଦିଆଯାଉ
ଏହି କଠୋର ସର୍ତ୍ତାବଳୀକୁ ଗ୍ରହଣ ନ କଲେ ଯୁଦ୍ଧ ବନ୍ଦ ହେବନି ବୋଲି ଇରାନ୍ ଧମକ ଦେଇଛି । ଅନ୍ୟପଟେ ଟ୍ରମ୍ପ କହିଛନ୍ତି, ଇରାନର ଅର୍ଥନୀତି ଓ ସାମରିକ ଶକ୍ତି ଶେଷ ସୀମାରେ ପହଞ୍ଚିଛି, ତେଣୁ ସେମାନଙ୍କ ପାଖରେ ଆତ୍ମସମର୍ପଣ କରିବା ଛଡ଼ା ଅନ୍ୟ ପଥ ନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: