Global Oil Threat / ଟ୍ରମ୍ପଙ୍କ ଆଗରେ ଇରାନର ୫ ସର୍ତ୍ତ; ଆମେରିକା ମାନିଲେ ଖୋଲିଯିବ ହର୍ମୁଜ୍ ପ୍ରଣାଳୀ
·2 weeks ago·3 min read

Key Points
ଉତ୍ତେଜନା, ଆକ୍ରମଣ ଭିତରେ ବଡ଼ ପ୍ରଶ୍ନ ହେଉଛି କେବେ ଖୋଲିବ ହର୍ମୁଜ୍ ପ୍ରଣାଳୀ ? ସ୍ଥିତି କେବେ ହେବ ସ୍ଵାଭାବିକ ? ଏବେ ଯାହାର ଜବାବ ଦେଇଛି ଇରାନ୍ ।
ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ତୈଳ ଓ ଗ୍ୟାସ୍ ପରିବହନର ପ୍ରମୁଖ ସାମୁଦ୍ରିକ ପରିବହନ ମାର୍ଗ ହର୍ମୁଜ୍ ପ୍ରଣାଳୀ ନିକଟରେ ଲଗାତାରା ଜାହାଜକୁ ଟାର୍ଗେଟ୍ କରାଯାଉଛି । ନିକଟରେ ୟୁଏଇ ଦାବି କରିଥିଲା ଯେ, ତାର ଜାହାଜ ଉପରେ ଇରାନର ମିସାଇଲ୍ ମାଡ଼ କରାଯାଇଛି ।
ଉତ୍ତେଜନା, ଆକ୍ରମଣ ଭିତରେ ବଡ଼ ପ୍ରଶ୍ନ ହେଉଛି କେବେ ଖୋଲିବ ହର୍ମୁଜ୍ ପ୍ରଣାଳୀ ? ସ୍ଥିତି କେବେ ହେବ ସ୍ଵାଭାବିକ ? ଏବେ ଯାହାର ଜବାବ ଦେଇଛି ଇରାନ୍ । ହର୍ମୁଜ୍ ପ୍ରଣାଳୀ ଦେଇ ତୈଳ ଓ ଗ୍ୟାସ୍ ପରିବହନ ବାଧାପ୍ରାପ୍ତ ହୋଇଥିବାରୁ ଏହାର ପ୍ରଭାବ ଏସିଆର ବିଭିନ୍ନ ରାଷ୍ଟ୍ର ଉପରେ ପଡ଼ିଛି ।
ଏଥିସହ ପଢ଼ନ୍ତୁ: ଫୋନ୍ କଲ୍ ରେ ଏକାଠି ହେଲେ ମୋଦି-ନେତାନ୍ୟାହୁ, ମଧ୍ୟାପ୍ରାଚ୍ୟ ସ୍ଥିତିକୁ ନେଇ ହେଲା ଆଲୋଚନା
ଇରାନର ସୁପ୍ରିମ୍ ନ୍ୟାସନାଲ୍ ସିକ୍ୟୁରିଟି କାଉନସିଲ୍ କହିଛି, "ଯେବେ ପର୍ଯ୍ୟନ୍ତ ଆମେରିକା ତାର ବ୍ୟବହାର ସୁଧାରି ନାହିଁ, ସେବେ ପର୍ଯ୍ୟନ୍ତ ହର୍ମୁଜ୍ ପ୍ରଣାଳୀ ଖୋଲିବ ନାହିଁ ।" ଏଥିସହ କାଉନସିଲ୍ ପକ୍ଷରୁ ଆଉ କିଛି ଦାବି ରଖାଯାଇଛି । ଇରାନର ଗଣମାଧ୍ୟମ ଅନୁସାରେ, କାଉନସିଲର ସଚିବ ମହମ୍ମଦ ୱାକର ଜୋଲଗନ୍ଦ୍ର ଏକ ବିବୃତି ଜାରି କରି ଏହି ସର୍ତ୍ତର ଏକ ତାଲିକା କରିଛନ୍ତି ।
ସର୍ତ୍ତ ଗୁଡ଼ିକ ହେଲା:-
୧) ଆଗକୁ ଆମେରିକା କେବେ ବି ଇରାନକୁ ଧମକାଇବ ନାହିଁ ।
୨) ଇରାନ ଓ ତାର ସହଯୋଗୀଙ୍କ ସହ ଆମେରିକା ସବୁଦିନ ପାଇଁ ଯୁଦ୍ଧ ବନ୍ଦ କରିବ ।
୩) ଇରାନର ବନ୍ଦରଗୁଡ଼ିକରୁ ଆମେରିକା ନୌସେନାର ନାକାବନ୍ଦୀ ହଟାଇବ ଓ ଉକ୍ତ ଅଞ୍ଚଳରୁ ସେନା ପ୍ରତ୍ୟାହାର କରି ନେବ ।
୪) ଯୁଦ୍ଧରେ ଇରାନର ହୋଇଥିବା କ୍ଷତିକୁ ଆମେରିକାକୁ ଭରଣା କରିବାକୁ ପଡ଼ିବ ।
୫) ଇରାନ ଉପରେ ଆମେରିକା ଲଗାଇଥିବା ସମସ୍ତ ପ୍ରତିବନ୍ଧକ ହଟାଇବ । ଜବତ କରିଥିବା ସମ୍ପତ୍ତିକୁ ବିନା କୌଣସି ସର୍ତ୍ତରେ ମୁକ୍ତ କରିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଇରାନ ରଖିଥିବା ଏହି ସର୍ତ୍ତଗୁଡ଼ିକ ଉପରେ ଆମେରିକା ପକ୍ଷରୁ କୌଣସି ପ୍ରତିକ୍ରିୟା ଆସି ନାହିଁ । ତେବେ ଆରମ୍ଭରୁ ଆମେରିକାର କହିବା କଥା ହେଲା ହର୍ମୁଜରେ କୌଣସି ଟିକସ ଲାଗିବ ନାହିଁ, ଯୁଦ୍ଧ ପୂର୍ବଭଳି ସ୍ଥିତି ରହିବ । କିନ୍ତୁ, ଇରାନ ଏଥିପାଇଁ ପ୍ରସ୍ତୁତ ନାହିଁ ।
ଓମାନ-ଇରାନ ମିଶି ଲଗାଇବେ କି ଟିକସ ?
ଆମେରିକା ଓ ଇରାନ ଯୁଦ୍ଧ ପୂର୍ବରୁ ସମସ୍ତଙ୍କ ପାଇଁ ହର୍ମୁଜ ସ୍ଵାଭାବିକ ରହିଥିଲା । ଏବେ ହର୍ମୁଜ ପ୍ରଣାଳୀରେ ନୂଆ ପ୍ରତିବନ୍ଧକ ଲାଗୁ ହେବା ଆଶଙ୍କା ବଢ଼ି ଯାଇଛି । ଓମାନ ସହ ମିଶି ଟିକସ ଲଗାଇବାକୁ ଇରାନ ପ୍ରସ୍ତାବ ଦେଇଛି ।
ତେବେ ଏହି ପ୍ରସ୍ତାବକୁ ଓମାନ ଗ୍ରହଣ କରି ନାହିଁ । ଯୁଦ୍ଧ ପୂର୍ବରୁ ଇରାନର ନୌସେନା କେବେ ବି ଟିକସ କଥା କହି ନାହିଁ । ଆମେରିକା ଆକ୍ରମଣର ପରେ ହର୍ମୁଜକୁ ଇରାନ ଅସ୍ତ୍ର ଭଳି ବ୍ୟବହାର କରୁଛି ।
ଏଥିସହ ପଢ଼ନ୍ତୁ: କୁଆଡ଼େ ଗଲେ ଡିକ୍ଟେକ୍ଟର କିମ୍ ଜୋଙ୍ଗ ଉନ୍ ? ଆସୁନାହାନ୍ତି ନଜର, କେବେ ଏମିତି ହୋଇନି
ଅନ୍ୟପଟେ ଆମେରିକା ଓ ଇରାନ ମଧ୍ୟରେ ଜାରି ରହିଛି ଆଲୋଚନା । ବୈଠକ ପରେ ବୈଠକ ଚାଲିଥିଲେ ମଧ୍ୟ ଉତ୍ତେଜନା ଥମୁନି । ହର୍ମୁଜ ବନ୍ଦ ରହିଛି, ବିଭିନ୍ନ ଦେଶର ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ହେଉଛି । ଫଳରେ ବୈଶ୍ଵିକ ସ୍ତରରେ ଇନ୍ଧନ ବିତରଣ ଶୃଙ୍ଖଳ ବ୍ୟାପକ ଭାବେ ପ୍ରବାବିତ ହୋଇଛି ।

ଯାହାର ସର୍ବାଧିକ ପ୍ରଭାବ ପଡ଼଼ିଛି ଉପସାଗରୀୟ ଦେଶ ଗୁଡ଼ିକ ଉପରେ । କାରଣ ଉପସାଗରୀୟ ଦେଶ ଗୁଡ଼ିକ ହର୍ମୁଜ ପ୍ରଣାଳୀ କିମ୍ବା ଲୋହିତ ସାଗରର ବାବ ଅଲ୍ ମଣ୍ଡେୱ ଦେଇ ବାଣିଜ୍ୟ କରିଥାନ୍ତି । ହର୍ମୁଜରେ ଇରାନ ଜାହାଜକୁ ଟାର୍ଗେଟ୍ କରୁଛି । ସେପଟେ ହୁତି ବିଦ୍ରୋହୀ ବି ଲୋହିତ ସାଗରରେ ଆକ୍ରମଣ କରୁଛନ୍ତି ।
Related Topics
Explore more stories