|
logo
Live
Argus News App
GET APP

Argus News - ଇରାନ ଆକ୍ରମଣରେ ବର୍ବାଦ ହୋଇଗଲା ଆମେରିକାର AWACS ବିମାନ; କ'ଣ ରହିଛି ଏହାର ବିଶେଷତ୍ୱ

International

Attack On AWACS / ଇରାନ ଆକ୍ରମଣରେ ବର୍ବାଦ ହୋଇଗଲା ଆମେରିକାର AWACS ବିମାନ; କ'ଣ ରହିଛି ଏହାର ବିଶେଷତ୍ୱ

Subhramjit Ray
Browse all articles by Subhramjit Ray
·2 days ago·3 min read
ଇରାନ ଆକ୍ରମଣରେ ବର୍ବାଦ ହୋଇଗଲା ଆମେରିକାର AWACS ବିମାନ; କ'ଣ ରହିଛି ଏହାର ବିଶେଷତ୍ୱ
Attack On AWACS

Key Points

ଇରାନ ଦ୍ୱାରା ସାଉଦି ଆରବ ସ୍ଥିତ ପ୍ରିନ୍ସ ସୁଲତାନ୍ ବାୟୁସେନା ଘାଟିରେ ହୋଇଥିବା ଆକ୍ରମଣରେ ଧ୍ୱଂସ ହୋଇଯାଇଛି ଆମେରିକୀୟ ବାୟୁସେନାର ତୃତୀୟ ନୟନ କୁହାଯାଉଥିବା AWACS ବିମାନ।
Iran Attack On US AWACS: ମଧ୍ୟ ପ୍ରାଚ୍ୟରେ ଜାରି ରହିଥିବା ସଂଘର୍ଷ ବେଳେ ଆମେରିକୀୟ ବାୟୁସେନାକୁ ଲାଗିଛି ଜୋରଦାର ଝଟକା। ଇରାନ ପକ୍ଷରୁ ହୋଇଥିବା ଆକ୍ରମଣରେ ଏକ ଆମେରିକୀୟ ଯୁଦ୍ଧ ବିମାନ "ଏଡବ୍ଲ୍ୟୁଏସିଏସ" (AWACS) ବର୍ବାଦ ହୋଇଯାଇଛି। ଯୁଦ୍ଧ ବେଳେ ବିମାନ ଆଧାରିତ ଚେତାବନୀ ଏବଂ ନିୟନ୍ତ୍ରଣ ପ୍ରଣାଳୀ" ନଷ୍ଟ ହୋଇଯିବା ଆମେରିକା ପାଇଁ ଏକ ଅପମାନ ସଦୃଶ୍ୟ ହୋଇଛି। କାରଣ ଆମେରିକୀୟ ବାୟୁସେନାର ତୃତୀୟ ନୟନ କୁହାଯାଉଥିବା ଏଡବ୍ଲ୍ୟୁଏସିଏସ ବିମାନ ଇରାନ ଆକ୍ରମଣରେ ଧ୍ୱସ୍ତବିଧ୍ୱସ୍ତ ହୋଇଯିବା ଏବେ ଆମେରିକାର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି।

କାହିଁକି "ଏଡବ୍ଲ୍ୟୁଏସିଏସ" ବିମାନ ବ୍ୟବହାର କରିଥାଏ ଆମେରିକୀୟ ବାୟୁସେନା?
"ଏଡବ୍ଲ୍ୟୁଏସିଏସ" (AWACS-Airborne Warning and Control System) ବିମାନକୁ ଆମେରିକୀୟ ବାୟୁସେନାର ତୃତୀୟ ନୟନ କୁହାଯାଏ। ଏହି ଯୁଦ୍ଧ ବିମାନ ଆକାଶ ମାର୍ଗରେ ଏକ ଉଡ଼ନ୍ତା ରାଡ଼ାର ଷ୍ଟେସନ ଭଳି କାମ କରିଥାଏ। ଏହି ବିମାନ ଆଧାରିତ ପୂର୍ବ ଚେତାବନୀ ଏବଂ ନିୟନ୍ତ୍ରଣ ପ୍ରଣାଳୀକୁ ଆମେରିକା ଯୁଦ୍ଧ ବେଳେ ଶତ୍ରୁ ପକ୍ଷ ଉପରେ ସତର୍କ ନଜର ରଖିବା ଏବଂ ଆକାଶ ମାର୍ଗରୁ ହେବାକୁ ଯାଉଥିବା ଯେକୌଣସି ପ୍ରକାରର ସମ୍ଭାବ୍ୟ ଆକ୍ରମଣର ମୁକାବିଲା କରିବା ପାଇଁ ବ୍ୟବହାର କରିଥାଏ।

AWACS ଯୁଦ୍ଧ ବିମାନର ମୂଲ୍ୟ କେତେ?
ଏକ AWACS ଯୁଦ୍ଧ ବିମାନ ବିଶ୍ୱର ସବୁଠାରୁ ମହଙ୍ଗା ସାମରିକ ଉପକରଣ ମଧ୍ୟରୁ ଅନ୍ୟତମ। ଏହାର ବିଭିନ୍ନ ବୈଶିଷ୍ଟ୍ୟ ଉପରେ ନିର୍ଭର କରି ଏହାର ମୂଲ୍ୟ ଗୋଟିଏ ୟୁନିଟ୍ ପିଛା ପ୍ରାୟ ୮୦୦ ମିଲିୟନ ଆମେରିକୀୟ ଡଲାର ହୋଇଥାଏ। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ୬୫୦୦ କୋଟିରୁ ଅଧିକ ହେବ। ଆମେରିକା ପାଖରେ ଏପରି ଧରଣର ପ୍ରାୟ ୧୫-୫୬ ବିମାନ ରହିଛି। ହେଲେ ଏହା ମଧ୍ୟରୁ ଏବେ୍ ଗୋଟିଏ ବିମାନ ଧ୍ୱଂସ ହୋଇଯିବା ବର୍ତ୍ତମାନ ଆମେରିକା ପାଇଁ ଆର୍ଥିକ ଏବଂ ରଣନୈତିକ ଦୃଷ୍ଟିକୋଣରୁ ଚିନ୍ତାର କାରଣ ପାଲଟିଛି।

କାହିଁକି AWACS ଯୁଦ୍ଧ ବିମାନକୁ ଆମେରିକୀୟ ବାୟୁସେନାର ତୃତୀୟ ନୟନ କୁହାଯାଏ?
AWACS କେବଳ ଯେ ଯୁଦ୍ଧ ବିମାନ ନୁହେଁ ବରଂ ଏହା ଏକ ଉଡନ୍ତା ସୈନ୍ୟ କମାଣ୍ଡ ସେଣ୍ଟର (Flying Military Command Center)। ଯିଏ ଶତ୍ରୁ ପକ୍ଷ ଉପରେ ଆକାଶ ମାର୍ଗରୁ ସତର୍କ ନଜର ରଖିଥାଏ। ଏହାର ଏହି କ୍ଷମତା ଏହାକୁ ଶତ୍ରୁ ପକ୍ଷରୁ ଆସିବାକୁ ଥିବା ସାମ୍ଭାବ୍ୟ ବିପଦକୁ ଆଗୁଆ ଚିହ୍ନଟ କରିବା ଏବଂ ଯୁଦ୍ଧ କ୍ଷେତ୍ରରେ ସମନ୍ୱୟ ରକ୍ଷା କରି ପ୍ରତିଦ୍ୱନ୍ଦ୍ୱୀଙ୍କୁ ପାଲଟା ଜବାବ ଦେବାରେ ଏକ ଅନନ୍ୟ ସୁବିଧା ପ୍ରଦାନ କରିଥାଏ।

ଏହି ବିମାନର ଉପର ଭାଗରେ ପ୍ରାୟ ୩୦ ଫୁଟ ଚଉଡ଼ାର ଏକ ବଡ଼ ଘୂର୍ଣ୍ଣୀୟମାନ "ରାଡାର ଡୋମ୍" (AWACS Radar Dome) ଲଗାଯାଇଛି। ଏହି ସିଷ୍ଟମ ପ୍ରାୟ ୪୦୦ କିଲୋମିଟର ଠାରୁ ଅଧିକ ଦୂରତାରୁ ଶତ୍ରୁ ପକ୍ଷ ସୈନ୍ୟ ବାହିନୀର ଡ୍ରୋନ୍ କିମ୍ବା ବିମାନ ଅଥବା କ୍ଷେପଣାସ୍ତ୍ରର ଗତିବିଧିକୁ ଚିହ୍ନଟ କରି ଏହାକୁ ଟ୍ରାକ୍ କରିପାରିବ। ଯାହା ଯୁଦ୍ଧ ବେଳେ ଆସନ୍ନ ବିପଦର ପ୍ରାରମ୍ଭିକ ଚେତାବନୀ ଭାବେ କାର୍ଯ୍ୟ କରିଥାଏ।

ଗୋଟିଏ ସମୟରେ ଏକାଧିକ ଟାର୍ଗେଟ ଉପରେ ରଖିଥାଏ ନଜର
AWACS ଯୁଦ୍ଧ ବିମାନର ସବୁଠାରୁ ଅତ୍ୟାଧୁନିକ ବିଶେଷତ୍ୱ ଏହା ଗୋଟିଏ ସମୟରେ ଶତ୍ରୁପକ୍ଷର ଏକାଧିକ ଟାର୍ଗେଟ ଉପରେ ସତର୍କ ନଜର ରଖିପାରେ। ଏପରିକି ପ୍ରାୟ ୬ ଶହରୁ ଅଧିକ ଟାର୍ଗେଟ ଉପରେ ମଧ୍ୟ ନିରୀକ୍ଷଣ କରିପାରିବ AWACS ଯୁଦ୍ଧ ବିମାନ। ଯାହା ସୈନ୍ୟ କମାଣ୍ଡରଙ୍କୁ ବାସ୍ତବ ସମୟରେ ଯୁଦ୍ଧକ୍ଷେତ୍ରର ସମ୍ପୂର୍ଣ୍ଣ ଚିତ୍ର ପ୍ରଦାନ କରିପାରିବ।

ଆକାଶରେ ଥାଇ ଦେବ ନିର୍ଦ୍ଦେଶ ଏବଂ କରିବ ନିୟନ୍ତ୍ରଣ
ଆସନ୍ନ ବିପଦକୁ ଚିହ୍ନଟ କରିବା ସହିତ ଏହି ବିମାନ ଏକ କମାଣ୍ଡ ହବ୍ ଭାବରେ ମଧ୍ୟ କାର୍ଯ୍ୟ କରିଥାଏ। ଯୁଦ୍ଧ ବିମାନ, ନୌସେନା ଏବଂ ସ୍ଥଳ ସେକୁ ପ୍ରକୃତ-ସମୟ ତଥ୍ୟ ପଠାଇଥାଏ AWACS ବିମାନ। ଏହା ଯୁଦ୍ଧ ଅଭିଯାନ ସମୟରେ ଆକ୍ରମଣ, ପ୍ରତିରକ୍ଷା ରଣନୀତି ଏବଂ ଆକାଶ ମାର୍ଗରୁ ସୈନ୍ୟବାହିନୀ ପରିଚାଳନା କରିବାରେ ସମନ୍ୱୟ ରକ୍ଷା କରିଥାଏ।

ଦୀର୍ଘ ଦୂରତା ଏବଂ ସହନଶୀଳତା
AWACS ଗୋଟିଏ ଅଭିଯାନରେ ପ୍ରାୟ ୯୦୦୦ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିପାରିବ। ଏପରିକି ଉଡ଼ାଣ ସମୟରେ ଆକାଶରେ ମଧ୍ୟ ଇନ୍ଧନ ଭରିପାରିବ (Mid Air Refueling)। ହେଲେ ବର୍ତ୍ତମାନ AWACS ବିମାନ ଉପରେ ଇରାନ ଦ୍ୱାରା ହୋଇଥିବା ଆକ୍ରମଣ ଆମେରିକାର ସାମରିକ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Attack On AWACS: ଇରାନ ଆକ୍ରମଣରେ ବର୍ବାଦ ହୋଇଗଲା ଆମେରିକାର AWACS ବିମାନ; କ'ଣ ରହିଛି ଏହାର ବିଶେଷତ୍ୱ | Argus News