Videos
|
International

Plane Tyre Bursts / ଉଡ଼ାଣ ବେଳେ ଫାଟିଲା ବିମାନ ଟାୟାର୍; ଦେଖନ୍ତୁ ବିମାନ ଭିତରର ଛାତିଥରା Video

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଉଡ଼ାଣ ବେଳେ ଫାଟିଲା ବିମାନ ଟାୟାର୍; ଦେଖନ୍ତୁ ବିମାନ ଭିତରର ଛାତିଥରା Video
Cabin Ceiling Falls, Video Goes Viral

Key Points

ଟେକ୍ ଅଫ୍ ବେଳେ ଟାୟାର୍ ଫାଟି ବିମାନରୁ ଅଲଗା ହୋଇଗଲା । ଭୂମିକମ୍ପ ଆସିବା ଭଳି ବିମାନ ଭିତରେ ଯାତ୍ରୀଙ୍କ ଉପରେ ଖସି ପଡ଼ିଲା ଲଗେଜ୍ ଓ ଅନ୍ୟ ସାମଗ୍ରୀ ।
ନୂଆଦିଲ୍ଲୀ: ବିମାନ ଉଡ଼ାଣ ଭରୁ ଭରୁ ଅଘଟଣ । ଟେକ୍ ଅଫ୍ ବେଳେ ଟାୟାର୍ ଫାଟି ବିମାନରୁ ଅଲଗା ହୋଇଗଲା । ଭୂମିକମ୍ପ ଆସିବା ଭଳି ବିମାନ ଭିତରେ ଯାତ୍ରୀଙ୍କ ଉପରେ ଖସି ପଡ଼ିଲା ଲଗେଜ୍ ଓ ଅନ୍ୟ ସାମଗ୍ରୀ । ଭୟରେ ଥରିଲେ ବିମାନରେ ବସିଥିବା ସମସ୍ତ ଯାତ୍ରୀ ।

ଇରାନରେ ଏକ ବିମାନ ଉଡ଼ାଣ ପରେ ହଠାତ୍ ଟେକ୍ନିକାଲ୍ ସମସ୍ୟା ଉପୁଜିଥିଲା । ବିମାନର ଲ୍ୟାଣ୍ଡିଂ ଗିୟର୍ ଟାୟାର୍ ଫାଟି ଯାଇଥିଲା । ଯାହା ପରେ ଯାତ୍ରୀ ଭୟଭୀତ ହୋଇ ପଡ଼ି ଚିତ୍କାର କରିଥିଲେ । ମିଳିଥିବା ସୂଚନା ଅନୁସାରେ, ବିମାନଟି ସୁରକ୍ଷିତ ଭାବେ ଜରୁରୀ ଅବତରଣ କରିଛି । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ଏଥିସହ ପଢ଼ନ୍ତୁ: 'ମାନବୀୟ ତ୍ରୁଟି' ଯୋଗୁଁ ହେଲିକ୍ୟାପ୍ଟର ଦୁର୍ଘଟଣାଗ୍ରସ୍ତ; ମୃତ୍ୟୁ ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ 

ସେପ୍ଟେମ୍ବର ୧୫ରେ ସେପହ୍ରାନ୍ ଏୟାରଲାଇନ୍ସର ବୋଇଂ ୭୩୭ ବିମାନରେ ଏହି ଅଘଟଣ ଘଟିଛି । ବିମାନଟି ମଶହଦରୁ କରମାନଶାହ ଯାଉଥିଲା । ଉଡ଼ାଣର କିଛି ସମୟ ପରେ ବିମାନର ଲ୍ୟାଣ୍ଡିଂ ଗିୟରର ଏକ ଟାୟାର ଫାଟିଯାଇଥିଲା ।

ଯାହା ପରେ ବିମାନରେ ଜୋରଦାର କମ୍ପନ ହୋଇଥିଲା ଏବଂ ଇଞ୍ଜିନ୍‌ରେ ମଧ୍ୟ ସମସ୍ୟା ଦେଖା ଦେଇଥିବା ରିପୋର୍ଟରେ କୁହାଯାଇଛି । ପାଇଲଟ୍ ଜରୁରୀ ଅବତରଣ ଘୋଷଣା କରି ବିମାନକୁ ପୁଣି ମଶହଦ ବିମାନବନ୍ଦରକୁ ଫେରାଇ ଆଣିଥିଲେ ।


ବିମାନ ଲ୍ୟାଣ୍ଡିଂ କରୁଥିବା ସମୟରେ କ୍ୟାବିନ୍‌ର ଛାତର କିଛି ଅଂଶ ହଠାତ୍ ତଳକୁ ଖସି ପଡ଼ିଥିଲା । ଏହା ସହିତ ଯାତ୍ରୀଙ୍କ ମୁଣ୍ଡ ଉପରେ ଥିବା ଲଗେଜ୍ ମଧ୍ୟ ତଳକୁ ଖସି ପଡ଼ିଥିଲା । ଘଟଣା ସମୟର ଭିଡିଓ ରେକର୍ଡ ହୋଇଛି । ଯେଉଁଥିରେ ଦେଖା ଯାଉଛି, ବିମାନ ଭିତରେ ଯାତ୍ରୀମାନେ ଭୟଭୀତ ହୋଇ ଚିତ୍କାର କରୁଛନ୍ତି ।

ଏଥିସହ ପଢ଼ନ୍ତୁ: ପ୍ରଥମଥର ମାନିଲା ଆମେରିକା; ମହାକାଶରେ ମୁତୟନ କରିଛି ‘On-orbit Space Control Weapons' 

ତେବେ ଏହି ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନଥିବା ଜଣାପଡ଼ିଛି । ବିମାନଟି ମଶହଦରେ ସୁରକ୍ଷିତ ଭାବେ ଅବତରଣ କରିବା ପରେ ସମସ୍ତ ଯାତ୍ରୀଙ୍କୁ ବାହାରକୁ ଉଦ୍ଧାର କରାଯାଇଛି । ପରେ ଯାତ୍ରୀମାନଙ୍କଙ୍କୁ ଅନ୍ୟ ଏକ ବିମାନରେ କରମାନଶାହ ପଠାଯାଇଛି ।

ପ୍ରାରମ୍ଭିକ ସୂଚନାରେ, ବିମାନର ଟାୟାର ଫାଟିବା କଥା କୁହାଯାଇଥିଲେ ମଧ୍ୟ ବିମାନରେ ଟେକ୍ନିକାଲ୍ ସମସ୍ୟାର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ଅବତରଣ ବେଳେ ସମ୍ପୂର୍ଣ୍ଣ ବିମାନଟି ଦୋହଲୁଥିବା ଦେଖିବାକୁ ମିଳିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: