Videos
|
International

US Deploys Space Weapons / ପ୍ରଥମଥର ମାନିଲା ଆମେରିକା; ମହାକାଶରେ ମୁତୟନ କରିଛି ‘On-orbit Space Control Weapons'

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ପ୍ରଥମଥର ମାନିଲା ଆମେରିକା; ମହାକାଶରେ ମୁତୟନ କରିଛି ‘On-orbit Space Control Weapons'
America Admits Space Weapons Deployment

Key Points

ମହାକାଶରେ ବଢ଼ିପାରେ ଅସ୍ତ୍ର ପ୍ରତିଯୋଗିତା ଆଶଙ୍କା
ରୁଷ ଓ ଚୀନ୍‌ର ମହାକାଶ ସାମରିକ କ୍ଷମତାକୁ ନେଇ ଆମେରିକାର ଚିନ୍ତା
ନୂଆଦିଲ୍ଲୀ: ଖାଲି ଆକାଶ ମାର୍ଗରୁ ନୁହେଁ ଆଗକୁ ଅନ୍ତରୀକ୍ଷରୁ ବି ହେବ ଆକ୍ରମଣ । ଯୁଦ୍ଧ ବେଳେ ଆଉ ଲୋଡ଼ା ପଡ଼ିବନି ସ୍ଥଳ, ଜଳ କିମ୍ବା ବାୟୁ ସେନା । ଡ୍ରୋନ୍ ଯୋଗେ ଆଟାକ୍ ବି ଦରକାର ହେବନି । ଅନ୍ତରୀକ୍ଷରୁ ସିଧା ଶତ୍ରୁର ଅସ୍ତ୍ରକୁ ଟାର୍ଗେଟ୍ କରି ନିହତ କରିହେବ ।

କାରଣ ମହାକାଶରେ ଅସ୍ତ୍ର ମୁତୟନ କରିଥିବା ପ୍ରଥମଥର ପାଇଁ ଆମେରିକା ସ୍ୱୀକାର କରିଛି । ଆଉ ଏଥିପାଇଁ ଋଷ-ଚୀନ୍‌କୁ ଦାୟୀ କରିଛି ଆମେରିକା । ସୋମବାର ଆମେରିକା ବିଧିବଦ୍ଧ ଭାବେ ଅନ୍ତରୀକ୍ଷରେ ଅସ୍ତ୍ର ମୁତୟନ କରିଥିବା ମାନିଛି ।

ଏଥିସହ ପଢ଼ନ୍ତୁ: ଟାର୍ଗେଟ୍‌ରେ ଥିଲେ ହୁତି ବିଦ୍ରୋହୀ, ୟେମେନର ମରୁଭୂମିରେ ଖସିଲା ମିସାଇଲ୍

ଆମେରିକାର ସ୍ପେସ୍ ଫୋର୍ସ ଏକ ବୟାନ ଜାରି କହିଛି, "ଆମେରିକା ଓ ସହଯୋଗୀ ଦେଶମାନଙ୍କୁ ଶତ୍ରୁମାନଙ୍କ ଠାରୁ ରକ୍ଷା କରିବା ଲାଗି ଅନ୍ତରୀକ୍ଷରେ ଅସ୍ତ୍ର ରହିଛି ।" ତେବେ ଆମେରିକା କେଉଁ ଅସ୍ତ୍ର ଅନ୍ତରୀକ୍ଷରେ ମୁତୟନ କରିଛି ସେ ନେଇ ସ୍ପେସ୍ ଫୋର୍ସ କିଛି କହି ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆମେରିକାର ବାୟୁ ସେନା ସଚିବ ଟ୍ରୟ ମିଙ୍କ ଏହି ସୂଚନା ଦେଇଛନ୍ତି । ମେରିଲ୍ୟାଣ୍ଡରେ ଆୟୋଜିତ Air, Space & Cyber ସମ୍ମିଳନୀରେ ସେ କହିଛନ୍ତି ଯେ, "ଆମେରିକା ପାଖରେ ଏବେ 'on-orbit space control weapons' ରହିଛି।"

ଏହି ଅସ୍ତ୍ରଗୁଡ଼ିକର ସଠିକ୍ ପ୍ରକାର, କେତେ ସଂଖ୍ୟାରେ ମୁତୟନ ହୋଇଛି କିମ୍ବା କେବେ ମହାକାଶକୁ ପଠାଯାଇଛି, ସେ ସମ୍ପର୍କରେ ଆମେରିକା ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇନାହିଁ । ମିଙ୍କ କହିବା ଅନୁସାରେ, ଏହାର ଉଦ୍ଦେଶ୍ୟ ମହାକାଶରେ ଶତ୍ରୁପକ୍ଷର ଆକ୍ରମଣାତ୍ମକ କାର୍ଯ୍ୟକଳାପରୁ ଆମେରିକାର ସାମରିକ ବ୍ୟବସ୍ଥାକୁ ସୁରକ୍ଷା ଦେବା । ଏହା ସହିତ ମହାକାଶରେ ଆମେରିକାର କାର୍ଯ୍ୟକ୍ଷମତା ରକ୍ଷା କରିବା ।

ସୂଚନାଯୋଗ୍ୟ, ଆମେରିକା ଅନ୍ତରୀକ୍ଷରେ ଅସ୍ତ୍ରଶସ୍ତ୍ର ଠୁଳରୁ ବଞ୍ଚିବା ପାଇଁ ଏଭଳି ଅଭିଯାନକୁ ଗୁପ୍ତ ରଖି ଆସୁଥିଲା । ଏବେ ପ୍ରଥମଥର ପାଇଁ ଆମେରିକା ସର୍ବସାଧାରଣରେ ମହାକାଶରେ ଅସ୍ତ୍ର ରଖିଥିବା କଥା ମାନିଛି ।

ଆମେରିକାକୁ ବିପଦ ଋଷ-ଚୀନ

ଆମେରିକା ଦୀର୍ଘଦିନ ଧରି ଋଷ ଓ ଚୀନ୍‌ର ମହାକାଶ ସାମରିକ କ୍ଷମତାକୁ ନେଇ ଚିନ୍ତା ପ୍ରକାଶ କରି ଆସୁଛି । ଆମେରିକାର ପ୍ରତିରକ୍ଷା ବିଭାଗ ଅନୁସାରେ, ରୁଷ ଓ ଚୀନ୍‌ ଉପଗ୍ରହକୁ ଜାମ୍ କରିବା, ସାଇବର ଆକ୍ରମଣ, ଲେଜର ଓ ଆଣ୍ଟି-ସାଟେଲାଇଟ୍ ଅସ୍ତ୍ର ଭଳି ବିଭିନ୍ନ ପ୍ରକାରର କାଉଣ୍ଟର-ସ୍ପେସ୍ କ୍ଷମତା ବିକଶିତ କରୁଛନ୍ତି ।

ବିଶେଷ କରି ୨୦୨୧ରେ ରୁଷ ଏକ ଆଣ୍ଟି-ସାଟେଲାଇଟ୍ ମିସାଇଲ୍ ପରୀକ୍ଷା କରି ନିଜର ଏକ ନିଷ୍କ୍ରିୟ ଉପଗ୍ରହକୁ ଧ୍ୱଂସ କରିଥିଲା । ଏହା ପରେ ମହାକାଶରେ ଅସ୍ତ୍ର ପ୍ରତିଯୋଗିତାକୁ ନେଇ ଆମେରିକା ସମେତ ଅନେକ ଦେଶ ଚିନ୍ତା ପ୍ରକାଶ କରିଥିଲେ ।

ମହାକାଶରେ ଅସ୍ତ୍ର ମୁତୟନ ନେଇ ଆମେରିକାର ଏହି ଘୋଷଣାକୁ ବିଶେଷଜ୍ଞମାନେ ନୂଆ ମହାକାଶ ଅସ୍ତ୍ର ପ୍ରତିଯୋଗିତାର ସଂକେତ ଭାବେ ଦେଖୁଛନ୍ତି । ତେବେ ଆମେରିକାର କହିବା କଥା ହେଲା, ଏହା ମହାକାଶରେ ବଢ଼ୁଥିବା ସାମରିକ ବିପଦର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ।

ଏଥିସହ ପଢ଼ନ୍ତୁ: ବିଭାଜିତ ହୋଇପାରେ ବ୍ରିଟେନ୍; ଯୁକ୍ତରାଜ୍ୟରୁ ଅଲଗା ହୋଇଯିବେ ସ୍କଟଲ୍ୟାଣ୍ଡ-ୱେଲ୍ସ, ଇଂଲଣ୍ଡ

ସ୍ପେସ୍ କଣ୍ଟ୍ରୋଲ୍ ୱେପନ୍ସ କ'ଣ ?

ଆମେରିକା ସ୍ପେଶ୍ ଫୋର୍ସ ଅନୁସାରେ, ମୁତୟନ କରାଯାଇଥିବା ଅସ୍ତ୍ରରେ କାଇନେଟିକ୍ ଅସ୍ତ୍ର ଯେଭଳି ଇଣ୍ଟରସେପ୍ଟର ସହ ନନ୍-କାଇନେଟିକ୍ ଅସ୍ତ୍ର ଲେଜର, ଜାମର ଓ ଇଲେକ୍ଟ୍ରୋମାଗ୍ନେଟିକ ଅସ୍ତ୍ର ସିଷ୍ଟମ ରହିଛି । ଏହାର ବ୍ୟବହାର ଶତ୍ରୁପକ୍ଷର ସାଟେଲାଇଟ୍ ରାଡାର ନଷ୍ଟ କରିବା ଅଥବା ସମ୍ପର୍କ କାଟିବା ଏବଂ ଅନ୍ୟ ବିପଦକୁ ସିଧା ନଷ୍ଟ କରିବା ଲାଗି କରାଯିବ ।