Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Human Chain Shield / ଆଗେଇ ଆସ: ପରସ୍ପର ହାତ ଧରି ଘେରି ଯାଅ, ଧମକ ପରେ ଏମିତି କହିଲେ ଇରାନ ସରକାର...

Banajyotshna Ray
Browse all articles by Banajyotshna Ray
·3 months ago·2 min read
ଆଗେଇ ଆସ: ପରସ୍ପର ହାତ ଧରି ଘେରି ଯାଅ, ଧମକ ପରେ ଏମିତି କହିଲେ ଇରାନ ସରକାର...
Human Chain Shield

Key Points

ଟ୍ରମ୍ପଙ୍କ କଡ଼ା ଧମକ
ଆଗେଇ ଆସ
ପରସ୍ପର ହାତ ଧରି ଘେରି ଯାଅ

ଦେଶବାସୀଙ୍କ ପାଇଁ ଇରାନର ବଡ଼ ମେସେଜ। ଟ୍ରମ୍ପ ଦେଲେ ଧମକ। ଦେଶବାସୀଙ୍କୁ ସତର୍କ କରାଇଲେ ଇରାନ ସରକାର। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ପରେ ଦେଶବାସୀଙ୍କ ପାଇଁ ଇାରାନର ମେସେଜ୍। ପାୱାର ପ୍ଲାଣ୍ଟକୁ ସୁରକ୍ଷା ଦେବାକୁ ହେଲେ ଏହା ଚାରିପଟେ ବନାଇବାକୁ ପଡ଼ିବ ମାନବ ଶୃଙ୍ଖଳ। ହାତ ଧରାଧରି ହୋଇ ଘେରିଯାଅ। । ଇରାନ ଇଣ୍ଟରନ୍ୟାସନାଲର ରିପୋର୍ଟ ଅନୁସାରେ, ରହିମି ଏହି ପୋଷ୍ଟର ନାଁ ରଖିଛନ୍ତି ‘ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଇରାନ ଯୁବକଙ୍କ ମାନବ ଶୃଙ୍ଖଳ।’ ଆକ୍ରମଣକାରୀ ବିରୁଦ୍ଧରେ ସଶସ୍ତ୍ର ବାହିନୀର କାର୍ଯ୍ୟାନୁଷ୍ଠାନ ପ୍ରତି ଏକତା ଏବଂ ସମର୍ଥନ ପ୍ରଦର୍ଶନ କରିବା ଏହି ମାନବ ଶୃଙ୍ଖଳର ମୁଖ୍ୟ ଲକ୍ଷ୍ୟ ବୋଲି ସେ ପୋଷ୍ଟରେ ଲେଖିଛନ୍ତି ।

ଏଥିସହ ପଢ଼ନ୍ତୁ: ଇରାନକୁ କଡ଼ା ଚେତାବନୀ: ୧୨ ଘଣ୍ଟା ପାଇଁ ଟ୍ରେନ ଯାତ୍ରା କରନାହିଁ, ନଚେତ୍‌...

ଯୋଜନା ବିଷୟରେ ଘୋଷଣା କରି ଏବଂ ନାଗରିକମାନଙ୍କୁ ଉତ୍ସାହିତ କରି ସେ ଏକ୍ସରେ ଲେଖିଛନ୍ତି " ସାର୍ବଜନୀନ ଭିତ୍ତିଭୂମି ଉପରେ ଆକ୍ରମଣ ଏକ ଯୁଦ୍ଧ ଅପରାଧ। ଏହାକୁ ସୁରକ୍ଷା ଦେବାକୁ ଆମେ ହାତ ଧରାଧରି ହୋଇ ଠିଆ ହୋଇ କହିବୁ।"

. ଇରାନକୁ ଟ୍ରମ୍ପଙ୍କ ଧମକ:

ଗତକାଲି(ଏପ୍ରିଲ ୬) ଡୋନାଲ୍ଡ ଟ୍ରମ୍ପ ତାଙ୍କ ଭାଷାରେ ସେ ଇରାନକୁ ଧମକ ଦେଇଥିଲେ। ସେ ତେହେରାନର ବିଦ୍ୟୁତ୍ କେନ୍ଦ୍ର ଏବଂ ସେତୁ ଉପରେ ଇସ୍ରାଏଲ-ଆମେରିକାର ସମନ୍ୱିତ ଆକ୍ରମଣ ହେବ ବୋଲି ଖୋଲାଖୋଲି ଚେତାବନୀ ଦେଇଥିଲେ।ଆମେରିକାର ରାଷ୍ଟ୍ରପତି ଖୋଲାଖୋଲି ଭାବରେ ଇରାନକୁ ଅପମାନିତ କରିଥିଲେ ଏବଂ ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ଦାବି କରିଥିଲେ। ଟ୍ରୁଥ୍ ସୋସାଲ୍‌ରେ ସେ ଯେଉଁ ପୋଷ୍ଟ କରିଥିଲେ ସେଥିରେ ସେ ରାଷ୍ଟ୍ରପତିଙ୍କ ଗରିମା ନଷ୍ଟ କରିବା ଭଳି ଅନେକ ଅପଶବ୍ଦର ବ୍ୟବହାର କରିଥିଲେ। ମଙ୍ଗଳବାର ପାୱାରପ୍ଲାଣ୍ଟ ଡେ ଓ ବ୍ରିଜ ଡେ ହେବ ବୋଲି, ସବୁ ଗୋଟିଏ ଆଟାକରେ ଇରାନର ଧ୍ୱଂଶ କରିଦିଆଯିବ।

ଆକ୍ରମଣକାରୀଙ୍କ ଠାରୁ ଏହାକୁ ସୁରକ୍ଷା ଦିଅ ବୋଲି ଇରାନ ସରକାର ଆହ୍ୱାନ କରିଛନ୍ତି। ଷ୍ଟ୍ରେଟ୍ ଅଫ ହରମୁଜ ନ ଖୋଲିଲେ ଇରାନ ବିଜୁଳି କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ କରାଯିବ ବୋଲି କିଛିଦିନ ତଳେ ଧମକ ଦେଇଥିଲେ ଟ୍ରମ୍ପ। ତେଣୁ ଏହାକୁ ସୁରକ୍ଷା ଦେବାକୁ ଏପ୍ରିଲ ୭ ତାରିଖରେ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ଇରାନ ସରକାର। ଦେଶର ସମସ୍ତ ଯୁବକ, କଳାକାର ଓ ଆଥଲେଟ୍ ପାୱାର ପ୍ଲାଣ୍ଟକୁ ସୁରକ୍ଷା ଦେବାକୁ ଏହା ଚାରିପଟେ ଠୁଳ ହୋଇ ମାନବ ଶୃଙ୍ଖଳ ବନାଅ ବୋଲି ଇରାନ ସରକାର ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି। ଏନେଇ ଇରାନର ଯୁବ ଏବଂ କ୍ରୀଡା ଉପମନ୍ତ୍ରୀ ଆଲିରେଜା ରହିମି ଏକ୍ସରେ ସୂଚନା ଦେଇଛନ୍ତି।

ଅଧିକ ପଢ଼ନ୍ତୁ ବିଦେଶ ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Human Chain Shield | Trump Threatens To Bomb Iran Power Plants, Tehran Preps Human Chain Shield | Argus News | Argus News