Dont Use Train / ଇରାନକୁ କଡ଼ା ଚେତାବନୀ: ୧୨ ଘଣ୍ଟା ପାଇଁ ଟ୍ରେନ ଯାତ୍ରା କରନାହିଁ, ନଚେତ୍...
·5 months ago·2 min read

Key Points
ଇରାନକୁ କଡ଼ା ଚେତାବନୀ ଦେଲା ଇସ୍ରାଏଲ
ଟ୍ରେନ ଯାତ୍ରା ବଡ଼ ବିପଦ
ଜାଣନ୍ତୁ ପୁରା ଘଟଣା
ଟ୍ରେନ ଯାତ୍ରା ବଡ଼ ବିପଦ
ଜାଣନ୍ତୁ ପୁରା ଘଟଣା
ଇରାନକୁ ପୁଣି କଡା ଚେତାବନୀ ଦେଲା ଇସ୍ରାଏଲ। ଯେଉଁ ଖବର ବର୍ତ୍ତମାନ ସମୟରେ ଅଧିକ ମାତ୍ରାରେ ଭାଇରାଲ ହେଉଛି। କାହିଁକି ନା ଆଗାମୀ ୧୨ ଘଣ୍ଟା ପାଇଁ ଟ୍ରେନ ବ୍ୟବହାର କଲେ ବିପଦ ବୋଲି କଡ଼ା ଚେତାବନୀ ଦେଇଛି ଇସ୍ରାଏଲ। ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଇରାନର ସାଧାରଣ ଲୋକଙ୍କୁ ଅନୁରୋଧ ଦେଇଛି । ଟ୍ରେନ ଏବଂ ରେଳ ଲାଇନ ଠାରୁ ଦୂରେଇ ରହିବା ପାଇଁ ସତର୍କ କରାଯାଇଛି । ନେଚତ୍ ସେମାନଙ୍କର ଜୀବନ ବିପଦରେ ପଡିପାରେ ବୋଲି କୁହାଯାଇଛି ।ପରାମର୍ଶରେ କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳ କିମ୍ବା ରେଳପଥ ବିଷୟରେ ଉଲ୍ଲେଖ କରିନାହିଁ, ଯାହା ବିପଦର ପ୍ରକୃତି ଉପରେ ଅନିଶ୍ଚିତତା ଛାଡିଛି । ଇରାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚେତାବନୀ ପ୍ରତି ତୁରନ୍ତ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।
. ଟ୍ରେନ ଯାତ୍ରାକୁ ନେଇ ପୁରା ଘଟଣା:
ଫେବୃଆରୀ ୨୮ ତାରିଖରେ ପ୍ରାରମ୍ଭିକ ଆକ୍ରମଣ ପରେ ଇସ୍ରାଏଲ, ଆମେରିକା ସହ ମିଶି ଇରାନ ସହିତ ସଂଘର୍ଷ ଜାରି ରଖିଛି । ଉଭୟ ପକ୍ଷ ଧମକ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁ ପରିସ୍ଥିତି ଆହୁରି ତୀବ୍ର ହେବାରେ ଲାଗିଛି। ମଙ୍ଗଳବାର ଦିନ X ରେ ଏହାର ପାର୍ସୀ ଭାଷା ଆକାଉଣ୍ଟ ମାଧ୍ୟମରେ ଜାରି କରାଯାଇଥିବା ଏହି ଚେତାବନୀରେ ସାଧାରଣ ନାଗରିକମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ରେଳ ପରିବହନ ବ୍ୟବହାର କରିବାରୁ ନିବୃତ୍ତ ରହିବାକୁ କୁହାଯାଇଛି। ସେନା ପକ୍ଷରୁ କୁହାଯାଇଛି ଯେ, “ଆପଣଙ୍କ ସୁରକ୍ଷା ପାଇଁ, ଆମେ ଦୟାକରି ଅନୁରୋଧ କରୁଛୁ ଯେ ଏହି ମୁହୂର୍ତ୍ତରୁ ଇରାନ ସମୟ ରାତି ୯ (IST ରାତି ୧୧) ପର୍ଯ୍ୟନ୍ତ, ଆପଣ ସମଗ୍ର ଇରାନରେ ଟ୍ରେନ ବ୍ୟବହାର ଏବଂ ଯାତ୍ରା କରିବାରୁ ନିବୃତ୍ତ ରୁହନ୍ତୁ । ଟ୍ରେନ ଏବଂ ରେଳ ଲାଇନ୍ ନିକଟରେ ରହିଲେ ଜୀବନ ବିପଦରେ ପଡିପାରେ ।”
ଏଥିସହ ପଢ଼ନ୍ତୁ: ଯୁଦ୍ଧ ଭିତରେ ଇରାନର ସର୍ବୋଚ୍ଚ ନେତା ଚେତାଶୂନ୍ୟ; ଆଶ୍ଚର୍ଯ୍ୟ ପୂରା ବିଶ୍ଵ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ ମଧ୍ୟପ୍ରାଚ୍ୟରେ ଜାରି ଯୁଦ୍ଧ ମଧ୍ୟରେ ଆସିଲା ବଡ଼ ଖବର । ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତବା ଖାମେନେଇ "ଚେତାଶୂନ୍ୟ" ଏବଂ ବର୍ତ୍ତମାନ "ଦେଶ ଚଳାଇବା ପାଇଁ ଅଯୋଗ୍ୟ" ବୋଲି କହିଛି ଆମେରିକା ଏବଂ ଇସ୍ରାଏଲୀ ଗୁଇନ୍ଦା ସଂସ୍ଥା । ରିପୋର୍ଟରେ କୁହାଯାଇଛି ଯେ ମୋଜତବା ଇରାନର ପବିତ୍ର ସହର କୋମରେ ଗମ୍ଭୀର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି ।
ଗତ ଫେବୃଆରୀ ୨୮ ତାରିଖରେ ଇସ୍ରାଏଲୀ ଏବଂ ଆମେରିକାର ଆକ୍ରମଣରେ ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟତୁଲ୍ଲାହ ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ତଥା ୫୬ ବର୍ଷୀୟ ମୋଜତବା ଖାମେନେଇ ଦେଶର ସର୍ବୋଚ୍ଚ ନେତା ହୋଇଥିଲେ । ନେତା ହେବା ପରଠାରୁ ମୋଜତବାଙ୍କୁ ସାଧାରଣରେ ଦେଖାଯାଇନାହି ଏବଂ ସେ କିଛି ଲିଖିତ ବୟାନ ଜାରି କରିଛନ୍ତି । ଅନେକ ରିପୋର୍ଟ ଦାବି କରୁଛି ଯେ ସେ ଏହି ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ଆମେରିକା-ଇସ୍ରାଏଲୀ ଗୁଇନ୍ଦା ସଂସ୍ଥା ମଧ୍ୟ ସମାନ ଦାବି କରିଛି ।
ଅଧିକ ପଢ଼ନ୍ତୁ ବିଦେଶ ଖବର:

Related Topics
Explore more stories