Iran US Conflict / ଆମେରିକାର F-15 ଯୁଦ୍ଧ ବିମାନକୁ ଖସାଇଦେଲା ଇରାନ, ପାଇଲଟଙ୍କୁ ରଖିଛନ୍ତି ବନ୍ଧକ !
·1 hour ago·1 min read

Key Points
ଆମେରିକାକୁ ବଡ଼ ଝଟକା ?
ଇରାନ କହିଲା ଯୁଦ୍ଧ ବିମାନ ଧ୍ୱଂସ
F-35 ଯୁଦ୍ଧ ବିମାନ ଖସାଇଲା ଇରାନ
ଇରାନ କହିଲା ଯୁଦ୍ଧ ବିମାନ ଧ୍ୱଂସ
F-35 ଯୁଦ୍ଧ ବିମାନ ଖସାଇଲା ଇରାନ
ଦିନକୁ ଦିନ ଉଗ୍ର ରୂପ ନେଉଛି ଆମେରିକା ଏବଂ ଇରାନ ଯୁଦ୍ଧ । ଆମେରିକା ଆକ୍ରମଣ କରି ଇରାନ୍ରେ B1 ପୋଲ ଧ୍ବଂସ କରିବା ପରେ ପ୍ରତିଶୋଧ ମୁଡ୍ରେ ଇରାନ । ପ୍ରତିଶୋଧ ନେଇ ଶୁକ୍ରବାର ଇରାନ ଆମେରିକାର ଦ୍ୱିତୀୟ ପଞ୍ଚମ ପିଢ଼ିର ଗୁପ୍ତ F-35 ଲଢ଼ୁଆ ବିମାନକୁ ଗୁଳି କରି ଖସାଇ ଦେଇଥିବା ଦାବି କରିଛି । ଏହା ମଧ୍ୟ ରିପୋର୍ଟ କରାଯାଉଛି ଯେ ଇରାନ F-35 ଲଢ଼ୁଆ ବିମାନକୁ ଖସାଇବା ପରେ ଏହାର ପାଇଲଟଙ୍କୁ ବନ୍ଦର କରିଛି ।
ଇରାନର ନ୍ୟୁଜ୍ ଚ୍ୟାନେଲଗୁଡ଼ିକ ଅଧିକାରୀମାନଙ୍କୁ ଉଦ୍ଧୃତ କରି କହିଛନ୍ତି ଯେ ପାଇଲଟଙ୍କ ବଞ୍ଚିବାର ସମ୍ଭାବନା କ୍ଷୀଣ, ଯେତେବେଳେ କିଛି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ F-35 ଲଢ଼ୁଆ ପାଇଲଟଙ୍କୁ ଜୀବିତ ଧରାଯାଇଛି । ତଥାପି ଆମେରିକା ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ ।
ଇରାନର ତସଲିମ୍ ନ୍ୟୁଜ୍ ଏଜେନ୍ସିର ଏକ ରିପୋର୍ଟ ଅନୁଯାୟୀ, "ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଶୁକ୍ରବାର ଆମେରିକୀୟ ଉନ୍ନତ ଲଢ଼ୁଆ ବିମାନକୁ ଗୁଳି କରି ଖସାଇ ଦେଇଛି । ଆକ୍ରମଣ ପରେ ପାଇଲଟ ବାହାରକୁ ବାହାରି ଦେଶର ସୀମା ଭିତରେ ଅବତରଣ କରିଥିଲେ ।"
IRGC ଏହି ବିଷୟରେ କ'ଣ କହିଛି ?
ଇରାନର ପ୍ରେସ୍ ଟିଭିର ଏକ ରିପୋର୍ଟ ଅନୁଯାୟୀ, IRGCର କେନ୍ଦ୍ରୀୟ ସାମରିକ ମୁଖ୍ୟାଳୟ ଖାତମ ଅଲ-ଆନବିୟାର ଜଣେ ମୁଖପାତ୍ର କହିଛନ୍ତି, "IRGC ଏରୋସ୍ପେସ୍ ଫୋର୍ସ ଏକ ନୂତନ ବାୟୁ ପ୍ରତିରକ୍ଷା ପ୍ରଣାଳୀ ବ୍ୟବହାର କରି ଆଉ ଏକ ଆମେରିକୀୟ ପଞ୍ଚମ ପିଢ଼ିର F-35 ଗୁପ୍ତ ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦେଇଛି ।''

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories