Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଇରାନ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଦୁର୍ଘଟଣା ପଛରେ କାହାର ହାତ ?

Jitendra Dash
Browse all articles by Jitendra Dash
·2 years ago·1 min read
ଇରାନ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଦୁର୍ଘଟଣା ପଛରେ କାହାର ହାତ ?

ଅର୍ଗସ ବ୍ୟୁରୋ : ପରଲୋକରେ ଇରାନ ରାଷ୍ଟ୍ରପତି । ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ହୋଇଥିବା ମିଳିଛି ସୂଚନା । ଯାହାକୁ ନେଇଏବେ ଇରାନରେ ଜୋରଚର୍ଚ୍ଚା । ଏହି ଦୁର୍ଘଟଣାରେ ତାଙ୍କ ସହ ବୈଦେଶିକ ମନ୍ତ୍ରୀ ମଧ୍ୟ ପ୍ରାଣ ହରାଇଛନ୍ତି । ତାଙ୍କ ମୃତ୍ୟୁ ନେଇଏବେ ଅନ୍ତରାଷ୍ଟ୍ରୀୟ ସ୍ତରରେ ତାଙ୍କ ମୃତ୍ୟୁ ସବୁଠୁ ବଡ଼ ରହସ୍ୟରେ ପରିଣତ ହୋଇଯାଇଛି । ରାଇସିଙ୍କୁ ହତ୍ୟା କରାଯାଇଥିଲା କି ସେ ହେଲିକପ୍ଟର ଦୁର୍ଘଟଣା ଏକ ଷଡ଼ଯନ୍ତ୍ର ଥିଲା ତାହା ପ୍ରଶ୍ନ ଉଠିଛି । ହେଲିକପ୍ଟର ଦୁର୍ଘଟଣା ପରେ ଏପରି କିଛି ସୁରାଗ ମିଳିଛି ଯାହା ଷଡଯନ୍ତ୍ର ହେବା ନେଇ ସନ୍ଦେହ ସୃଷ୍ଟି କରୁଛି । 

ତେବେ ବର୍ଷା ଏବଂ କୁହୁଡ଼ି ଯୋଗୁଁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ସୋସିଆଲ ମିଡିଆରେ କିଛି ୟୁଜର ଏହାକୁ ଇସ୍ରାଏଲ ତଥା ଅନ୍ୟ କୌଣସି ଦେଶର ଷଡ଼ଯନ୍ତ୍ର ବୋଲି କହିଛନ୍ତି । ନିକଟରେ ହମାସ ଏବଂ ଇସ୍ରାଏଲ ତିକ୍ତତା ମଧ୍ୟରେ ଇରାନ୍ ହମାସକୁ ସମର୍ଥନ କରିଥିଲା । ଏହାପରେ ଇରାନ ଏବଂ ଇସ୍ରାଏଲ ମଧ୍ୟ କିଛି ଦିନ ପୂର୍ବରୁ ପରସ୍ପରକୁ ଟାର୍ଗେଟ କରି ଆକ୍ରମଣ କରିଥିବା ଦାବି ହୋଇଥିଲା । 

ଅଧିକ ପଢନ୍ତୁ ବିଦେଶ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେଣୁ ଇରାନ୍ ରାଷ୍ଟ୍ରପତି ରଇସିଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ଥାଇପାରେ ବୋଲି ଆଲୋଚନା ହେଉଛି । ରାଷ୍ଟ୍ରପତିଙ୍କ ନିକଟବର୍ତ୍ତୀ ୩ଟି ହେଲିକପ୍ଟର ରହିଥିଲା, କିନ୍ତୁ ୨ଟି ସୁରକ୍ଷିତ ଫେରିଥିବା ବେଳେ ଏହି ହେଲିକପ୍ଟର ହିଁ ଦୁର୍ଘଟଣାର ଶିକାର କିପରି ହେଲା ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି । ରିପୋର୍ଟ ଅନୁସାରେ, ଏହି ଦୁର୍ଘଟଣାରେ ଇସ୍ରାଏଲର ହାତ ଥିବା ମଧ୍ୟ କୁହାଯାଇଛି । ଗାଜା ଉପରେ ଇସ୍ରାଏଲ ଆକ୍ରମଣ ମଧ୍ୟରେ କିଛି ଦିନ ତଳେ ଇରାନ ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ଇରାନକୁ ଏହାର ଭୟଙ୍କର ପରିଣାମ ଭୋଗିବାକୁ ହେବ ବୋଲି କହିଥିଲା ଇସ୍ରାଏଲ । 

Sponsored
Iran declares five days of mourning for president | Argus News