Iran Destroys US Radar / ଆମେରିକାର ୩୦୦ ମିଲିୟନ୍ ଡଲାର ମୂଲ୍ୟର THAAD ରାଡାର ଧ୍ଵଂସ କଲା ଇରାନ
·4 months ago·2 min read

Key Points
ଆମେରିକାର ଥାଡ୍ ରାଡାର୍ ସିଷ୍ଟମକୁ ଜୋର୍ଡାନର ସଲ୍ଟି ଏୟାର ବେସ୍ରେ ମୁତୟନ କରାଯାଇଥିଲା । ଯାହାକୁ ଯୁଦ୍ଧ ଆରମ୍ଭରୁ ହିଁ ଇସ୍ରାଏଲ୍ ନଷ୍ଟ କରିବାରେ ସକ୍ଷମ ହୋଇଛି ।
ନୂଆଦିଲ୍ଲୀ: ଯୁଦ୍ଧ ଭିତରେ ଆମେରିକାକୁ ଶକ୍ତ ଝଟ୍କା ଲାଗିଛି । ଇରାନ ଉପରେ ଇସ୍ରାଏଲ୍ ଓ ଆମେରିକା ମିଶି ମିଳିତ ଆକ୍ରମଣ କରୁଥିବା ବେଳେ ତେହରାନ କରୁଛି ପ୍ରତି ଆକ୍ରମଣ । ଉପସାଗରୀୟ ଦେଶରେ ଘନ ଘନ ଆକ୍ରମଣ ଚାଲିଥିବା ବେଳେ ଇରାନ ନଷ୍ଟ କରିଛି ୩୦୦ ମିଲିୟନ୍ ଡଲାର ମୂଲ୍ୟର ଆମେରିକୀୟ ରାଡାର ।
ସୂଚନା ଅନୁସାରେ, ଆମେରିକାର ଶକ୍ତିଶାଳୀ ଥାଡ୍ ରାଡାରକୁ ଇରାନ ନଷ୍ଟ କରି ଦେଇଛି । ଫଳରେ ଉପସାଗରୀୟ ଦେଶରେ ଭବିଷ୍ୟତ ଆକ୍ରମଣକୁ ପ୍ରତିହତ କରିବା ବର୍ତ୍ତମାନ ମୁସ୍କିଲ୍ ହୋଇ ପଡ଼ିବ ।
ଏଥିସହ ପଢ଼ନ୍ତୁ: ଆକ୍ରମଣ ରଣନୀତିରେ ବଡ଼ ପରିବର୍ତ୍ତନ କଲା ଇରାନ, କ୍ଷମା ମାଗିଲେ ରାଷ୍ଟ୍ରପତି
ସାଟେଲାଇଟ୍ ଫଟୋ ଅନୁସାରେ, ଆମେରିକାର ଥାଡ୍ ରାଡାର୍ ସିଷ୍ଟମକୁ ଜୋର୍ଡାନର ସଲ୍ଟି ଏୟାର ବେସ୍ରେ ମୁତୟନ କରାଯାଇଥିଲା । ଯାହାକୁ ଯୁଦ୍ଧ ଆରମ୍ଭରୁ ହିଁ ଇସ୍ରାଏଲ୍ ନଷ୍ଟ କରିବାରେ ସକ୍ଷମ ହୋଇଛି । ସିଏନ୍ଏନ୍ର ରିପୋର୍ଟ ଅନୁସାରେ, ରାଡାର ସିଷ୍ଟମ ନଷ୍ଟ ହୋଇଥିବା ଆମେରିକା ମଧ୍ୟ ସ୍ଵୀକାର କରିଛି ।
ଡିଫେନ୍ସ ଅଫ୍ ଡେମେକ୍ରାସ୍ ସଂଗଠନ ଥିଙ୍କ ଟ୍ୟାଙ୍କର ୨ଟି ରିପୋର୍ଟରେ କୁହାଯାଇଛି, "ଫେବ୍ରୁଆରୀ ୨୮ ଓ ମାର୍ଚ୍ଚ ୩ରେ ଜୋର୍ଡାନ ଉପରେ ଇରାନ ଆକ୍ରମଣ କରିଥିଲା । ଯେଉଁଥିରେ ଇରାନର ମିସାଇଲ୍କୁ ପ୍ରତିହତ କରାଯାଇଛି ।"
ସଂସ୍ଥାର ଉପ ନିର୍ଦ୍ଦେଶକ ରୟାନ ବ୍ରୋବଷ୍ଟ ଅନୁସାରେ, "ଯଦି ଆକ୍ରମଣରେ ଥାଡ୍ ରାଡାର୍ ନଷ୍ଟ ହୋଇଛି, ତାହେଲେ ଏହା ଇରାନର ଏବେ ସୁଦ୍ଧା ବେଶ୍ ଶକ୍ତିଶାଳୀ ଆକ୍ରମଣ । ଏବେ ବି ଆମେରିକାର ଅନ୍ୟ ରାଡାର ଇରାନର ମିସାଇଲ୍କୁ ପ୍ରତିରୋଧ କରିବାରେ ସକ୍ଷମ । ଗୋଟିଏ ସିଙ୍ଗଲ୍ ରାଡାର ନଷ୍ଟ ଏତେ ପ୍ରଭାବ ପକାଇବଲ ନାହିଁ ।"
ଆମେରିକାର ଥାଡ୍ (THAAD) ହେଉଛି ଉଚ୍ଚ କ୍ଷମତା ସମ୍ପନ୍ନ ପ୍ରତିରୋଧୀ ବ୍ୟବସ୍ଥା । ଯାହାକି ବାଲାଷ୍ଟିକ ମିସାଇଲ୍କୁ ବାୟୁ ମଣ୍ଡଳରେ ଧ୍ଵଂସ କରିପାରେ । ସ୍ଵଳ୍ପ ଦୂରଗାମୀ ପାଟ୍ରିଏଟ୍ ବ୍ୟାଟେରିକୁ ଏହା ଚିହ୍ନଟ କରି ନଷ୍ଟ କରିପାରେ ।
ଏଥିସହ ପଢ଼ନ୍ତୁ: ସପ୍ତାହକର ଯୁଦ୍ଧ ଭିତରେ ଦୋହଲି ଗଲାଣି ଦୁନିଆ; ଆଗକୁ ପଡ଼ିବ କେଉଁ ପ୍ରଭାବ ?
ଆମେରିକାର ଥାଡ୍ ରାଡାର ଏବେ ଦକ୍ଷିଣ କୋରିଆ ଏବଂ ଗୁଆମରେ ରହିଛି । ଯାହାର ପ୍ରତ୍ୟେକଟିର ବ୍ଯାଟେରି ମୂଲ୍ୟ ପ୍ରାୟ ୧ ବିଲିୟନ ଡଲାର ଏବଂ ରାଡାର ମୂଲ୍ୟ ୩୦୦ ମିଲିୟନ୍ ଡଲାର ହେବ ବୋଲି ସେଣ୍ଟର ଫର୍ ଷ୍ଟ୍ରାଟେଜିକ ଆଣ୍ଡ୍ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜ୍ ପକ୍ଷରୁ କୁହାଯାଇଛି ।
ଥାଡ୍ରେ ଅଛି କ'ଣ ?
ଗୋଟିଏ ଥାଡ୍ରେ ୯୦ ଯବାନ, ୬ଟି ଟ୍ରକ୍ (ଲଞ୍ଚର୍ ସହ), ୪୮ଟି ଇଣ୍ଟରସେପ୍ଟ, ଗୋଟିଏ TPY-2 ରାଡାର ଥାଏ । ଯେଉଁଥିରେ ଗୋଟିଏ ଟାକ୍ଟିକାଲ୍ ଫାୟାର୍ କଣ୍ଟ୍ରୋଲ୍ ଆଣ୍ଡ କମ୍ୟୁନିକେସନ୍ ୟୁନିଟ୍ ରହିଛି । ପ୍ରତିଟି ଇଣ୍ଟରସେପ୍ଟର ମିସାଇଲ୍ର ମୂଲ୍ୟ ପ୍ରାୟ ୧୩ ମିଲିୟନ୍ ଡଲାର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories