Drone Attack In Dubai / ଦୁବାଇ ବିମାନବନ୍ଦର ନିକଟରେ ଡ୍ରୋନ୍ ଆକ୍ରମଣ; ଭାରତୀୟଙ୍କ ସହ ୪ ଗୁରୁତର
·4 months ago·2 min read

Key Points
ଇରାନ ଲଗାତାର ତାର ପଡ଼ୋଶୀ ଦେଶଗୁଡ଼ିକ ଉପରେ ଡ୍ରୋନ୍ ଓ ମିସାଇଲ୍ ମାଡ଼ କରିବା ଜାରି ରଖିଛି । ଏହି କ୍ରମରେ ଦୁବାଇ ବିମାନବନ୍ଦର ଉପରେ ଆକ୍ରମଣ କରିଛି ଇରାନ ।
ଦୁବାଇ: ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଆକ୍ରମଣ ହୋଇଛି । ବୁଧବାର ଇରାନ ପୁଣି ଥରେ ମାଡ଼ କରିଛି ଡ୍ରୋନ୍ । ଇରାନର ଡ୍ରୋନ୍ ଆକ୍ରମଣକୁ ଦୁବାଇ ପ୍ରତିହତ କରିଥିବା ବେଳେ ଏଥିରେ ଜଣେ ଭାରତୀୟଙ୍କ ସହ ୪ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।
ଇରାନ ଲଗାତାର ତାର ପଡ଼ୋଶୀ ଦେଶଗୁଡ଼ିକ ଉପରେ ଡ୍ରୋନ୍ ଓ ମିସାଇଲ୍ ମାଡ଼ କରିବା ଜାରି ରଖିଛି । ଏହି କ୍ରମରେ ଦୁବାଇ ବିମାନବନ୍ଦର ଉପରେ ଆକ୍ରମଣ କରିଛି ଇରାନ । ଦୁବାଇ ମିଡିଆ ଅନୁସାରେ, ୨ଟି ଡ୍ରୋନ୍କୁ ସୁରକ୍ଷାକର୍ମୀ ଖସାଇ ଦେଇଛନ୍ତି ।
ଏଥିସହ ପଢ଼ନ୍ତୁ: ଇରାନ ଉଡ଼ାଇଲା ମଜାକ; ଜବାବ ରଖିଲେ ଟ୍ରମ୍ପ
ଦୁବାଇ ବିମାନବନ୍ଦର ନିକଟରେ ହୋଇଥିବା ଏହି ଡ୍ରୋନ୍ ଆକ୍ରମଣରେ ଘାନାର ଜୁଇ ଜଣ, ଜଣେ ବାଂଲାଦେଶୀ ଓ ଜଣେ ଭାରତୀୟ ଆହତ ହୋଇଛନ୍ତି । ଡ୍ରୋନ୍ ଆକ୍ରମଣ ପରେ ଏବେ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଉଡ଼ାଣ ଓ ଅବତରଣ ସ୍ଵାଭାବିକ ଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ବିଗତ କିଛିଦିନ ହେଲା ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଇରାନ ବାରମ୍ବାର ଆକ୍ରମଣ ପାଇଁ ପ୍ରୟାସ କରି ଆସୁଛି । ଇସ୍ରାଏଲ୍ ସହ ଯୁଦ୍ଧରେ ଇରାନ ତାର ପଡ଼ୋଶୀଙ୍କୁ ବାରମ୍ବାର ଟାର୍ଗେଟ୍ କରୁଛି । ଏହା ପୂର୍ବରୁ ମାର୍ଚ୍ଚ ୧ ତାରିଖରେ ଦୁବାଇ ବିମାନବନ୍ଦର ନିକଟରେ ଡ୍ରୋନ୍ର ଭଗ୍ନାବଶେଷ ଖସିଥିଲା ।
ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କ ଧମକକୁ ଡରିଲାନି ଇରାନ; କହିଲା- 'ଜାହାଜ ଛାଡ଼, ତେଲ ଲିଟରେ ଦେବୁନି'
ଯାହାଫଳରେ ବିମାନବନ୍ଦର ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ଜରୁରୀକାଳୀନ ସେବାରେ ନିୟୋଜିତ ଦଳ ସ୍ଥିତିକୁ ତୁରନ୍ତ ସମ୍ଭାଳି ନେଇଥିଲେ । ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଦେଇ ବାର୍ଷିକ ପ୍ରାୟ ସାଢ଼େ ୯ କୋଟି ଲୋକ ଯାତାୟତ କରିଥାନ୍ତି । ଏହାକୁ ସବୁଠୁ ବ୍ୟସ୍ତ ବିମାନବନ୍ଦର ବୋଲି ବିବେଚନା କରାଯାଏ ।
ଉପସାଗରୀୟ ଦେଶ ଉପରେ ଇରାନର ଆକ୍ରମଣ
କେବଳ ଦୁବାଇ ନୁହେଁ ଏକାଧିକ ଉପସାଗରୀୟ ଦେଶ ଉପରେ ଇରାନ ଆକ୍ରମଣ କରୁଛି । ୟୁଏଇ, ସାଉଦି ଆରବ, କତାର, ବାହାରିନ ଓ କୁଏତ ଭଳି ଦେଶ ଉପରେ ଇରାନ ଜାରି ରଖିଛି ଆକ୍ରମଣ । ଆବୁଧାବିର ଋଐସ ରିଫାଇନାରୀ ଉପରେ ଡ୍ରୋନ୍ ଆକ୍ରମଣ ଫଳରେ ନିଆଁ ଲାଗିବାରୁ ବନ୍ଦ କରିଦିଆଯାଇଛି । ଭାରତ ସରକାର ଓ ଭାରତୀୟ ଦୂତାବାସ ଦୁବାଇରେ ଆହତ ଭାରତୀୟ ନାଗରିକଙ୍କ ସ୍ଵାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories