US President Donald Trump / ଇରାନ ଉଡ଼ାଇଲା ମଜାକ; ଜବାବ ରଖିଲେ ଟ୍ରମ୍ପ
·6 months ago·2 min read

Key Points
ମଧ୍ୟ ପ୍ରାଚ୍ୟ ସଂକଟ ଜାରି ରହିଥିବା ବେଳେ ଇରାନ ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପଙ୍କ ମଜାକ ଉଡ଼ାଉଛି। ଏନେଇ ଇରାନ ପକ୍ଷରୁ ଏକ ଫଟୋ ସେୟାର କରାଯାଇଛି। ଯେଉଁଥିରେ ଡୋଲାଲ୍ଡ ଟ୍ରମ୍ପ ଇରାନୀ ଛାତ୍ରୀଙ୍କୁ ହତ୍ୟା କରି ନୋବେଲ ଶାନ୍ତି ପୁରସ୍କାର ଗ୍ରହଣ କରୁଥିବାର ଦେଖିବାକୁ ମିଳିଛି। ଯାହାର ଫଟୋ ସୋସିଆଲ ମିଡିଆ ସାଇଟ୍ ଏକ୍ସ ଦ୍ୱାରା ସେୟାର କରାଯାଉଛି। ଯେଉଁଥିରେ ତାଙ୍କୁ ସେ ବ୍ୟଙ୍ଗ ବିଦ୍ରୁପ କରିବା ଭଳି ହସୁଥିବାର ଦେଖାଯାଉଛି,।
ଇରାନ ଯୁଦ୍ଧର ଆରମ୍ଭରେ ଦେଶର ମିନାବ ସହରରେ ଅବସ୍ଥିତ ଏକ ବାଳିକା ପ୍ରାଥମିକ ବିଦ୍ୟାଳୟରେ ଆମେରିକା-ଇସ୍ରାଏଲ ପକ୍ଷରୁ ପ୍ରଥମ ଆକ୍ରମଣ ହୋଇଥିଲେ। ଯେଉଁଥିରେ ଅନେକ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ଏବେ ଇରାନ ଏକ ଉତ୍ତେଜକ ପୋଷ୍ଟର ସହିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଟାକ୍ଷ କରିଛି। ଗତ ଫେବୃଆରୀ ୨୮ ତାରିଖରେ ବାଳିକା ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ଆକ୍ରମଣରେ ପ୍ରାଣ ହରାଇଥିବା ମୃତକ ଛାତ୍ରୀଙ୍କ ମୃତଦେହ ଉପରେ ତାଙ୍କୁ ଠିଆ ହୋଇଥିବାର ଦେଖିବାକୁ ମିଳିଛି। ଯେଉଁଦିନ ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ଦେଶର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କୁ ହତ୍ୟା କରାଯାଇଥିଲା।
ଇରାନୀ ଅଧିକାରୀଙ୍କ କହିବା ଅନୁଯାୟୀ ଏହି ଆକ୍ରମଣରେ ପ୍ରାୟ ୧୭୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଅଧିକାଂଶ ମୃତକଙ୍କ ମଧ୍ୟରେ ସ୍କୁଲ ପିଲା ରହିଥିଲେ। ସେୟାର ହୋଇଥିବା ଫଟୋ ଦର୍ଶାଉଛି ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ପଦକ ଧରିଛନ୍ତି। ତାଙ୍କୁ ମୃତକ ଛାତ୍ରୀଙ୍କ ମୃତଦେହ ପାଖରେ ଠିଆ ହୋଇ ଗର୍ବର ସହିତ ନୋବେଲ ପୁରସ୍କାରକୁ ପ୍ରଦର୍ଶିତ କରୁଥିବାର ଦେଖିବାକୁ ମିଳୁଛି।
ପଢନ୍ତୁ ଏହି ଖବର: ଥମୁନି ମଧ୍ୟପ୍ରାଚ୍ୟ ଯୁଦ୍ଧ: ୧୬ଟି ଇରାନୀ 'ମାଇନ-ଲେଇଙ୍ଗ୍' ଜାହାଜକୁ ନଷ୍ଟ କଲା ଆମେରିକା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏପରି ପୋଷ୍ଟର ସେୟାର କରି ଟ୍ରମ୍ପଙ୍କୁ କଟାକ୍ଷ କରିଛି ଇରାନ। ଯିଏ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ କହୁଛନ୍ତି ଯେ ସେ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ। ଏଥିପାଇଂ ତାଙ୍କ ପକ୍ଷରୁ ଦାବି କରାଯାଉଛି ସେ ବିଭିନ୍ନ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରି ଦେଇଛନ୍ତି। ଭେନେଜୁଏଲାର ବିରୋଧି ଦଳ ନେତା ମାରିଆ କୋରିନା ମାଚାଡୋ ଚଳିତ ବର୍ଷ ଆରମ୍ଭରେ ହ୍ୱାଇଟ୍ ହାଉସ ଠାରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ତାଙ୍କର ୨୦୨୫ ନୋବେଲ ଶାନ୍ତି ପୁରସ୍କାର ପଦକ ପ୍ରଦାନ କରିଥିଲେ।
ସ୍କୁଲ ଉପରେ ହୋଇଥିବା ଆକ୍ରମଣରେ ଜାଣିଶୁଣି ସାଧାରଣ ନାଗରିକଙ୍କୁ ଟାର୍ଗେଟ କରାଯାଇଥିବା କଥାକୁ ଆମେରିକା ଅସ୍ୱୀକାର କରିଆସୁଛି। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ ଯେ ଇରାନର ଯେଉଁ ସ୍କୁଲ ଉପରେ ଆମେରିକୀୟ କ୍ଷେପଣାସ୍ତ୍ର ଦ୍ୱାରା ହୋଇଥିଲା ତାହାର କୌଣସି ପ୍ରମାଣ ସେ ଦେଖି ନାହାଁନ୍ତି। ଏନେଇ ସେ କହିଛନ୍ତି ଟମହକ୍ ନାମକ କ୍ଷେପଣାସ୍ତ୍ରକୁ ଆମେରିକା ଆକ୍ରମଣରେ ବ୍ୟବହାର କରିନାହିଁ। କେବଳ ଆମେରିକା ନୁହେଁ ବରଂ ଆହୁରି ଅନେକ ଦେଶ ଟମହକ୍ କ୍ଷେପଣାସ୍ତ୍ର ବ୍ୟବହାର କରୁଛନ୍ତି। ଆମେରିକା ଅତୀତରେ ଅନେକ ଦେଶଙ୍କୁ ଏହି କ୍ଷେପଣାସ୍ତ୍ର ବିକ୍ରି କରିସାରିଛି। ଯାହା ମଧ୍ୟରେ ରହିଛି ଇରାନ। ସ୍କୁଲ ଉପରେ ହୋଇଥିବା ଆକ୍ରମଣରେ ଆମେରିକା ଟମହକ୍ କ୍ଷେପଣାସ୍ତ୍ର ବ୍ୟବହାର କରାଯାଉଛି ନାଁ ନାହିଁ ତାହାର ତଦନ୍ତ କରାଯାଉଛି।
ମୋ ମତରେ ଟମହକ୍ ହେଉଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ମଧ୍ୟରୁ ଅନ୍ୟତମ। ଯାହାକୁ ଆମେରିକା ସମେତ ବିଶ୍ୱର ଆହୁରି ଅନେକ ଦେଶ ବ୍ୟବହାର କରିଥାନ୍ତି। ଏପରିକି ଇରାନ ମଧ୍ୟ ଟମହକ୍ ମିସାଇଲ ବ୍ୟବହାର କରିଥାଏ। ଯାହା ଏବେ ଏକ ସାଧାରଣ ଅସ୍ତ୍ର ହୋଇସାରିଛି। ସ୍କୁଲ ଉପରେ ହୋଇଥିବା ଆକ୍ରମଣ ପାଇଁ ଇରାନ ନିଜେ ଦାୟୀ ହୋଇପାରେ। ମୋ ମତରେ ମୁଁ ଯାହା ଦେଖିଛି ଇରାନ ସ୍କୁଲ ଉପରେ ଆକ୍ରମଣ କରିଛି।। କାରଣ ସେମାନେ ସେମାନଙ୍କର ଯୁଦ୍ଧାସ୍ତ୍ରକୁ ସଠିକ ଢଙ୍ଗରେ ବ୍ୟବହାର କରି ପାରନ୍ତି ନାହିଁ।
ଏଥିସହ ପଢ଼ନ୍ତୁ: ପରମାଣୁ ବୋମାଠୁ ଭୟଙ୍କର ମିଶାଇଲ ପକାଇଲା ଇରାନ୍

Related Topics
Explore more stories