Death Penalty / ପ୍ରତିବାଦ କଲେ ବୋଲି ୧୬୦୦ ଜଣଙ୍କୁ ଫାଶୀ ଦେବ ଇରାନ, ପୂର୍ବରୁ ୧୨୫ ଜଣଙ୍କୁ ମିଳିଛି ମୃତ୍ୟୁଦଣ୍ଡ
·5 months ago·2 min read

Key Points
ମହିଳାଙ୍କୁ ଫାଶୀ ଦେବ ଇରାନ
ତାଲିକାରେ ୧୬୦୦ ବିଦ୍ରୋହୀଙ୍କ ନାଁ
ପ୍ରତିବାଦ କରିଥିବା ଲୋକମାନଙ୍କୁ ମୃତ୍ୟୁଦଣ୍ଡ
ତାଲିକାରେ ୧୬୦୦ ବିଦ୍ରୋହୀଙ୍କ ନାଁ
ପ୍ରତିବାଦ କରିଥିବା ଲୋକମାନଙ୍କୁ ମୃତ୍ୟୁଦଣ୍ଡ
ଇରାନରୁ ଆସିଲା ଏମିତି ଖବର ଯାହା ଶୁଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ନହୋଇ ରହିପାରିବେ ନାହିଁ। ଇରାନରେ ଜଣେ ସୁନ୍ଦରୀଙ୍କୁ ଦିଆଯିବ ଫାଶୀ। ପ୍ରଥମ ଥର ପାଇଁ ଜଣେ ପ୍ରମୁଖ ମହିଳା ପ୍ରତିବାଦକାରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବେ ଇରାନ ସରକାର । ସରକାର ବିରୋଧୀ ପ୍ରତିବାଦରେ ସାମିଲ ପ୍ରାୟ ୧୬୦୦ ବିଦ୍ରୋହୀଙ୍କୁ ଫାଶୀ ଦେବ ଇରାନ । ଜାନୁଆରୀରେ ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇ ହିଂସ୍ରକ ପ୍ରତିବାଦ କରିଥିବା ଲୋକମାନଙ୍କୁ ମୃତ୍ୟୁଦଣ୍ଡ ମିଳିଛି । ବିଟା ହେମ୍ମତିଙ୍କୁ ଫାଶୀ ମିଳିବା ନେଇ ଖବର ମିଳିବା ପରେ ଇରାନରେ ହଇଚଇ ସୃଷ୍ଟି ହୋଇଛି ।
ଜାନୁଆରୀ ମାସରେ ଇରାନର ପ୍ରମୁଖ ସହରରେ ହୋଇଥିବା ପ୍ରତିବାଦକୁ ସରକାରୀ ଏଜେନ୍ସିଗୁଡ଼ିକ ଦମନ କରିଥିଲେ । ଏହି ସମୟରେ ଗିରଫଦାରୀ ସଂଖ୍ୟା ଖୁବ ବଢ଼ିଥିଲା, ଏବେ ମୃତ୍ୟୁଦଣ୍ଡ ପାଇଥିବା ଅଭିଯୁକ୍ତଙ୍କ ତାଲିକା ଲମ୍ବିବାରେ ଲାଗିଛି । ଯୁଦ୍ଧ ମଧ୍ୟରେ ଇରାନ ସରକାର ପ୍ରତିବାଦକାରୀଙ୍କ ବିରୋଧରେ ଯେଉଁ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥିର କରିଛନ୍ତି, ତାହା ଗ୍ରହଣୀୟ ନୁହେଁ ବୋଲି ଲୋକେ କହିଛନ୍ତି । ମାନବାଧିକାର ସଂଗଠନଗୁଡ଼ିକ ଇରାନର ଏହି କାର୍ଯ୍ୟକୁ ନିନ୍ଦା କରିଛନ୍ତି । ସୂଚନାଯୋଗ୍ୟ, ୨୦୧୦ ରୁ ୨୦୨୪ ମଧ୍ୟରେ ଇରାନରେ ୧୨୫ ଜଣ ମହିଳାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା।
ଏଥିସହ ପଢ଼ନ୍ତୁ: ଲସ୍କରର ଟପ୍ ଆତଙ୍କୀକୁ ଗୁଳିମାଡ଼, ଭାରତର ଶତ୍ରୁ ହସ୍ପିଟାଲରେ ହେଉଛି ଛଟପଟ...
ଇରାନରେ ମୃତ୍ୟୁଦଣ୍ଡ ବୃଦ୍ଧି ପାଇଛି । ରିପୋର୍ଟ ଅନୁଯାୟୀ, ୧୬୦୦ ରୁ ଅଧିକ ମୃତ୍ୟୁଦଣ୍ଡ ଦିଆଯିବ । ଅଧିକାଂଶ ପ୍ରତିବାଦକାରୀଙ୍କୁ ଇରାନ ସରକାର ଦୋଷୀ ସାବ୍ୟସ୍ତ କରି ଫାଶୀ ଦେବେ ବୋଲି ଜଣାପଡ଼ିଛି । ତେବେ ଇରାନର ଏଭଳି ନିଷ୍ପତ୍ତିକୁ ଲୋକେ ବିରୋଧ କରୁଛନ୍ତି । ହେମ୍ମତିଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ରହିଛି । ସେ ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ସହ ଜାତୀୟ ସୁରକ୍ଷାରେ ବାଧା ସୃଷ୍ଟି କରିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
.ବିଟା ହେମ୍ମତି କିଏ ?
ଇରାନର ବିରୋଧୀ ଦଳ, ନ୍ୟାସନାଲ୍ କାଉନସିଲ୍ ଅଫ୍ ରେଜିଷ୍ଟାନ୍ସ (NCRI) ପକ୍ଷରୁ ମଙ୍ଗଳବାର ଦିନ ପ୍ରକାଶିତ ଏକ ପ୍ରେସ୍ ରିଲିଜ୍ ଅନୁଯାୟୀ, ବିଟା ହେମ୍ମତିଙ୍କ ବିରୁଦ୍ଧରେ ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ବ୍ୟବହାର, କଂକ୍ରିଟ୍ ବ୍ଲକ୍ ଭଳି ଜିନିଷ ଫିଙ୍ଗିବା, ପ୍ରତିବାଦ ସଭାରେ ଅଂଶଗ୍ରହଣ କରିବା ଏବଂ ଜାତୀୟ ସୁରକ୍ଷାକୁ ବାଧା ଦେବା ଭଳି ଅନେକ ଅଭିଯୋଗ ରହିଛି। ତାଙ୍କ ସ୍ୱାମୀ ମହମ୍ମଦରେଜା ମାଜିଦ୍ ଅସଲ୍ ଏବଂ ଦମ୍ପତିଙ୍କ ଆପାର୍ଟମେଣ୍ଟରେ ରହୁଥିବା ଅନ୍ୟ ଦୁଇ ଅଭିଯୁକ୍ତ ବେହରୋଜ୍ ଏବଂ କୌରୋଶ୍ ଜମାନିନେଜାଦଙ୍କୁ ମଧ୍ୟ ବିଚାର ପରେ ମୃତ୍ୟୁଦଣ୍ଡ ଦିଆଯାଇଛି ଏବଂ ସେମାନଙ୍କ ସମ୍ପତ୍ତି ଜବତ କରାଯାଇଥିଲା। ହେମ୍ମତିଙ୍କ ସମ୍ପର୍କୀୟ ଆମିର ହେମ୍ମତିଙ୍କୁ ଜାତୀୟ ସୁରକ୍ଷା ବିରୁଦ୍ଧରେ ଷଡଯନ୍ତ୍ର ଏବଂ ସଭା କରିବା ଓ ସରକାରଙ୍କ ବିରୁଦ୍ଧରେ ପ୍ରଚାର ପାଇଁ ପ୍ରାୟ ଛଅ ବର୍ଷ ଜେଲଦଣ୍ଡ ଦିଆଯାଇଛି ।
ଅଧିକ ପଢ଼ନ୍ତୁ ବିଦେଶ ଖବର:

Related Topics
Explore more stories