Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Amir Hamza Injured / ଲସ୍କରର ଟପ୍ ଆତଙ୍କୀକୁ ଗୁଳିମାଡ଼, ଭାରତର ଶତ୍ରୁ ହସ୍ପିଟାଲରେ ହେଉଛି ଛଟପଟ...

Banajyotshna Ray
Browse all articles by Banajyotshna Ray
·3 months ago·2 min read
ଲସ୍କରର ଟପ୍ ଆତଙ୍କୀକୁ ଗୁଳିମାଡ଼, ଭାରତର ଶତ୍ରୁ ହସ୍ପିଟାଲରେ ହେଉଛି ଛଟପଟ...
Amir Hamza Injured

Key Points

ଲସ୍କରର ଟପ୍ ଆତଙ୍କୀକୁ ଗୁଳିମାଡ଼
ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
ଭାରତର ଶତ୍ରୁ ହେବ ନିପାତ
ନିପାତ ହେବେ ସବୁ ଶତ୍ରୁ। ଭାରତର ଶତ୍ରୁ ଆଉ ରହିବେ ନାହିଁ। ଗୁଳିମାଡ଼ରେ ଗୁରୁତର ହେଲା ଆତଙ୍କୀ ସଂଗଠନ ଲସ୍କର- ଏ- ତୋଇବା (LeT)ର ସଂସ୍ଥାପକ ସଦସ୍ୟ ଏବଂ କୁଖ୍ୟାତ ଆତଙ୍କବାଦୀ ଆମିର ହମଜା । ଗୁରୁବାର ପାକିସ୍ତାନ ଲାହୋରରେ ହୋଇଥିବା ଏହି ଗୁଳିକାଣ୍ଡରେ ଆମିର ଗୁରୁତତ ହୋଇଛି। ଅଜଣା ଦୁର୍ବୃତ୍ତ ଆମିର ହମଜାକୁ ଗୁଳି କରିଥିବା କୁହାଯାଉଛି। ବର୍ତ୍ତମାନ ସେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଖବର ରହିଛି। ହମଜା ଏବେବି ଲସ୍କରର ଟପ୍ ନେତାଙ୍କ ସହ ଯୋଗାଯୋଗରେ ଥିଲା ଏବଂ ଯୁବକଙ୍କୁ ଭର୍ତ୍ତୀ ଏବଂ ଫଣ୍ଡ୍ ଯୋଗାଡ଼ରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଉଥିଲା।

ଭାରତୀୟ ଗୁଇନ୍ଦା ଏଜେନ୍ସୀଙ୍କ କହିବା ଅନୁସାରେ ଏହି ଗୋଷ୍ଠୀ ପାକିସ୍ତାନରେ ସ୍ବତନ୍ତ୍ର ଭାବରେ କାମ କରୁଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ଜମ୍ମୁ- କାଶ୍ମୀରେ ଆତଙ୍କୀ କାର୍ଯ୍ୟକଳାପକୁ ଦାୟୀ। ସୂଚନା ଅନୁସାରେ, କିଛି ଅଜଣା ବନ୍ଧୁକଧାରୀ ହମଜାକୁ ଲାହୋରର ନ୍ୟୁଜ୍ ଚ୍ୟାନେଲ କାର୍ଯ୍ୟାଳୟ ବାହାରେ ଟାର୍ଗେଟ କରି ଘଟଣାସ୍ଥଳରରୁ ଫେରାର ମାରିଛନ୍ତି। ହମଜାକୁ ତୁରନ୍ତ ନିକଟସ୍ଥ ହସ୍ପିଟାଲ ନିଆଯାଇଛି। ହମଜା ଦୀର୍ଘ ଦିନରୁ ଭାରତ ବିରୋଧୀ ଗତିବିଧି ଏବଂ ଆତଙ୍କୀ ଆକମଣ ଯୋଜନାରେ ସାମିଲ ରହିଛି। କୁହାଯାଉଛି ଏହି ଆତଙ୍କୀର ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି।

ଏଥିସହ ପଢ଼ନ୍ତୁ: ଏବେ ଆମେରିକା ହେବ ଧ୍ୱଂସ: ରୁଷଠୁ ଶିଖି ଟ୍ରମ୍ପଙ୍କୁ ମାତ୍ ଦେଲା ଇରାନ, ବୁଲୁଛି ଭୂତ ଜାହାଜ...

୨୦୧୮ରେ ଯେତେବେଳେ ପାକିସ୍ତାନରେ ଜମାତ- ଉଦ- ଦାବା (JuD) ଭଳି ସଂଗଠନ ଉପରେ ଆର୍ଥିକ କାର୍ଯ୍ୟାନୁଷ୍ଠାନ ହୋଇଥିଲା ସେତେବେଳେ ହମଜା ଲସ୍କର ସହ ସଂପର୍କ ନଥବା କହିଥିଲା। ହେଲେ ସେ ‘ଜୈଶ- ଏ- ମନକଫା’ ନାଁରେ ଆଉ ଏକ ଭିନ୍ନ ଗୋଷ୍ଠୀ କରିଥଲା।

.ଆମିର ହମଜା କିଏ ?

ଆମିର ହମଜା କେବଳ ଜଣେ ଆତଙ୍କୀ ସଦସ୍ୟ ନୁହେଁ ବରଂ ଆତଙ୍କୀ ହାଫିଜ ସଈଦ ସହ ମିଶି ଲସ୍କର- ଏ- ତୋଇବା ଗଠନର ମୁଖ୍ୟ ଚେହେରା। ତାକୁ ଲସ୍କର ପ୍ରଚାର- ପ୍ରସାର ଏବଂ ଫଣ୍ଡ ଏକାଠି କରିବା ମୁଖ୍ୟ ବୋଲି କୁହାଯାଏ। ସେ ଆଫଗାନିସ୍ତାନରେ ମୁଜାହିଦ୍ଦିନ ଭାବରେ ମଧ୍ୟ ଲଢ଼ିଥିଲା। ହମଜା ନିଜର ଚରମପନ୍ଥୀ ବିଚାରଧାରା ଏବଂ ଉସ୍କେଇବା ଭଳି ଭାଷ ପାଇଁ ପରିଚିତ। ସେ ଲସ୍କରର ଆନୁଷ୍ଠାନିକ ପତ୍ରିକାର ସଂପାଦକ ରହିସାରିଛି। ଆଉ ‘କାଫିଲା ଦାଓ୍ବତ ଏବଂ ଶହାଦତ’ ଭଳି ଅନେକ ବିବାଦୀୟ ପୁସ୍ତକ ଲେଖିସାରିଛି। ଆମେରିକା ଟ୍ରେଜରି ବିଭାଗ ଲସ୍କରକୁ ଆତଙ୍କୀ ସଂଗଠନ ଘୋଷଣା କରିବା ସହ ହମଜା ଉପରେ କଡ଼ା ପ୍ରତିବନ୍ଧକ ଲଗାଇଛି।

ଅଧିକ ପଢ଼ନ୍ତୁ ବିଦେଶ ଖବର:


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Amir Hamza Injured | Amir Hamza, Lashkar-e-Taiba's Founding Member, Shot By Unknown Gunmen In Lahore | Argus News | Argus News