Videos
|
International

Iranian Marriage / ବିବାହରେ ଇରାନ ନେତାଙ୍କ ଝିଅ ପିନ୍ଧିଲେ ନେକଲାଇନ୍ ଗାଉନ, ୟୁଜର୍ସ କହିଲେ ଭୁଲିଗଲେ ସଂସ୍କାର...

Banajyotshna Ray
Browse all articles by Banajyotshna Ray
·9 months ago·2 min read
ବିବାହରେ ଇରାନ ନେତାଙ୍କ ଝିଅ ପିନ୍ଧିଲେ ନେକଲାଇନ୍ ଗାଉନ, ୟୁଜର୍ସ କହିଲେ ଭୁଲିଗଲେ ସଂସ୍କାର...

Key Points

ବିବାହରେ ଇରାନୀ ନେତାଙ୍କ ଝିଅ ପିନ୍ଧିଲେ ନେକଲାଇନ୍ ଗାଉନ
ଭାଇରାଲ ଭିଡିଓରେ ଜୋରଦାର ପ୍ରତିକ୍ରିୟା

ଜୋର ଧରିଛି ଚର୍ଚ୍ଚା। ବିନା ହିଜାବରେ ହେଳା ବିବାହ। ବାହାଘରରେ ଝିଅ ପିନ୍ଧିଲେ ନେକଲାଇନ୍‌ ଗାଉଡ଼୍‌। ଭିଡିଓ ଭାଇରାଲ, ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ୟୁଜର୍ସ। ଏଭଳି ଘଟଣା ଦେଖିବାକୁ ମିଳିଛି ଇରାନରେ। ଯାହାକୁ ନେଇ ସାରା ଇରାନରେ ଜୋରଦାର ଚର୍ଚ୍ଚା । କାରଣ ଭାଇରାଲ ଭିଡିଓରେ, ବିବାହରେ ଧନୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଥିବା ମତକୁ ସ୍ପଷ୍ଟ କରୁଛି । ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ, ଭିଡିଓଟି ଇରାନର ସର୍ବୋଚ୍ଚ ନେତା ଅଲି ଖାମେନିଙ୍କ ଘନିଷ୍ଠ ପରାମର୍ଶଦାତା ଅଲି ଶାମଖାନିଙ୍କ ଝିଅ ଫାତେମେହ ଶାମଖାନିଙ୍କ ବିବାହ । ଧୁମଧାମରେ ଚାଲିଥିଲା ବିବାହ। ଅନେକ ବଡ଼ ବଡ଼ ଲୋକମାନେ ଏହି ବିବାହରେ ଏକତ୍ରିତ ହୋଇଥିଲେ। ନାଚ ଗୀତ ସାଙ୍ଗକୁ ଭୋଜି ଭାତର ମଜା ନେଉଥିଲେ ଉପସ୍ଥିତ ଥିବା ବନ୍ଧୁ ବାନ୍ଧବ। କିନ୍ତୁ ଏହି ବିବାହ ଏଥିପାଇଁ ଭାଇରାଲ ହେଉଛି, ଝିଅଟି ବିନା ହିଜାବରେ ବିବାହ କରୁଛନ୍ତି।

ଏହି ବିବାହଟି ହୋଇଥିଲା ୨୦୨୪ ମଧ୍ୟଭାଗରେ । ବିବାହ ତେହେରାନର ବିଳାସପୂର୍ଣ୍ଣ ଏସ୍ପିନାସ୍ ପ୍ୟାଲେସ୍ ହୋଟେଲରେ ହୋଇଥିଲା । ଯେଉଁଠାରେ କନ୍ୟା ଏକ ପାଶ୍ଚାତ୍ୟ ଶୈଳୀର ଗାଉନ୍ ପିନ୍ଧିଥିଲେ । ଫାତେମେହ ଏକ କମ୍-କଟ୍, ଷ୍ଟ୍ରେପ୍ଲେସ୍ ଗାଉନ୍ ଏବଂ ଏକ ଲମ୍ବା ଓଢ଼ଣା ପିନ୍ଧିଥିବା ଦେଖାଯାଇଛି । ସେ ମୁଣ୍ଡ ଘୋଡାଇବାକୁ ଅନ୍ୟ କୌଣସି ଜିନିଷ ବ୍ୟବହାର କରିନଥିଲେ । ଯାହା ସାଧାରଣତଃ ଇରାନରେ ମହିଳାମାନଙ୍କଠାରୁ ଆଶା କରାଯାଏ । ଇରାନର ମହିଳାମାନେ ସର୍ବଦା ମୁଣ୍ଡରେ ଓଢ଼ଣୀ ଘୋଡେଇ ହୋଇରହିଥାନ୍ତି। କେବଳ ସେତିକି ନୁହେଁ, ବିବାହରେ ଅନେକ ଅତିଥି ମଧ୍ୟ ପାଶ୍ଚାତ୍ୟ ପୋଷାକ ପିନ୍ଧି ଓ ମୁଣ୍ଡ ଘୋଡ଼ାଇ ନଥିବା ଦେଖିବାକୁ ମିଳିଛି । ନୀଳ ପୋଷାକ ପିନ୍ଧିଥିବା ଜଣେ ମହିଳା, ଯିଏ ଲାଗୁଛନ୍ତି କି ସେ କନ୍ୟାଙ୍କ ମାଆ। ସେ ବି ମୁଣ୍ଡ ଘୋଡେଇ ହୋଇନଥିବା ଦେଖିବାକୁ ମିଳିଛି।ବିବାହ ମଣ୍ଡପକୁ ଯାଇଛନ୍ତି ତା ପୁଣି ହିଜାବ ବିନା।ତେବେ ଏହି ବହୁ ପ୍ରତିକ୍ଷୀତ ବିବାହ ଭିଡିଓ ଭାଇରାଲ ପରେ ସବୁଠି ତେଜିଛି ବିବାଦ । ଲୋକେ ବି ଜୋରଦାର ପ୍ରତିକ୍ରିୟା ଦେବାରେ ଲାଗିପଡିଛନ୍ତି । କିଛି ଲୋକ କହିଛନ୍ତି ଇରାନରେ ଜଣେ ନବବଧୂକୁ ଏମିତି ପିନ୍ଧିବା କେତେ ଦୂର ଯୁକ୍ତିଯୁକ୍ତ ।

ଏଥିସହ ପଢ଼ନ୍ତୁ: ଇମ୍ରାନଙ୍କ ଜୀବନ ପ୍ରତି ବିପଦ, ନିଜେ କହିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ...

ସେ ଇରାନର ନୈତିକତା ଆଇନ ବିରୋଧରେ ପ୍ରତିବାଦକୁ ଦମନ କରିବାରେ ମଧ୍ୟ ସାମିଲ ଥିଲେ । ଶାମଖାନି ପରିବାର ଏକ ବଡ଼ ଜାହାଜ ସାମ୍ରାଜ୍ୟକୁ ମଧ୍ୟ ନିୟନ୍ତ୍ରଣ କରନ୍ତି । ତାଙ୍କ ପୁଅ, ହୁସେନ ଶାମଖାନି, ଏକ ତୈଳ ସାମ୍ରାଜ୍ୟ ଚଳାନ୍ତି । ଯାହା ଇରାନ ଓ ରୁଷର ଅଶୋଧିତ ତୈଳ ରପ୍ତାନିର ଏକ ବଡ଼ ଅଂଶ ପାଇଁ ଦାୟୀ। ବିବାହ ଭିଡିଓ ଦେଖିବା ପରେ ଜଣେ ୟୁଜର ଲେଖିଛନ୍ତି, "ଏହା ଆଶ୍ଚର୍ଯ୍ୟଜନକ ଯେ ଇରାନରେ, ପାଶ୍ଚାତ୍ୟ ଦେଶମାନଙ୍କ ପାଇଁ ମଧ୍ୟ ଏପରି ପୋଷାକ କିପରି ପିନ୍ଧାଯାଇପାରେ । ଆଉ ଜଣେ କହିଛନ୍ତି "କୌଣସି ଆପତ୍ତି ନାହିଁ, କିନ୍ତୁ ତାଙ୍କୁ ଏପରି ପିନ୍ଧିବାକୁ କିପରି ଅନୁମତି ଦେଲା କିଏ ? ଆଉ ଜଣେ ୟୁଜର କହିଛନ୍ତି ମୁଖ୍ୟ କଥା ହେଉଛି ସେମାନେ ଏପରି କରି ସେ ଜନସାଧାରଣଙ୍କୁ ସମ୍ପୂର୍ଣ୍ଣ ବିମୁଖ କରାଉଛନ୍ତି । ଏହି ସମୟରେ, ଅନ୍ୟମାନେ ଦର୍ଶାଇଲେ ଯେ ମହିଳାମାନଙ୍କୁ ସେମାନଙ୍କ ସ୍ୱାମୀ ଓ ବାପାଙ୍କ ସମ୍ମୁଖରେ ଡ୍ରେସ କୋଡ୍ ପାଳନ କରିବାର ଆବଶ୍ୟକତା ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ବିଦେଶ ଖବର: 
​​​​​

Related Topics

Explore more stories