Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Iran Attack / ଆମେରିକା ଉପରେ ଇରାନ୍‌ର ପ୍ରଚଣ୍ଡ ଆକ୍ରମଣ: ଇରାନ ଆଗରେ ପରାସ୍ତ ହେଲା ଆମେରିକା

Rashmita Mishra
Browse all articles by Rashmita Mishra
·4 months ago·2 min read
ଆମେରିକା ଉପରେ ଇରାନ୍‌ର ପ୍ରଚଣ୍ଡ ଆକ୍ରମଣ: ଇରାନ ଆଗରେ ପରାସ୍ତ ହେଲା ଆମେରିକା
Iran Attack

Key Points

ଇରାନର ପ୍ରଚଣ୍ଡ ଆକ୍ରମଣ ଯୁଦ୍ଧ ଛାଡ଼ି ଦଉଡ଼ିଲେ ଆମେରିକା ସେନା
ଆମେରିକା ଉପରେ ଇରାନ୍‌ର ପ୍ରଚଣ୍ଡ ଆକ୍ରମଣ
ଭୟରେ ବେସ୍‌ ଛାଡ଼ି ଦୌଡ଼ିଲେ ଆମେରିକାର ହଜାର ହଜାର ସେନା
ମଧ୍ୟପ୍ରାଚ୍ୟ ଦେଶ ଗୁଡ଼ିକରୁ ଆମେରିକା ଫେରାଇ ନେଲା ନିଜର ସୈନ୍ୟ
ଇରାନ ଆଗରେ ପରାସ୍ତ ହେଲା ଆମେରିକା

ଆମରିକାକୁ ଭୟ କଲା ନାହିଁ ଇରାନ୍‌ । ପ୍ରଚଣ୍ଡ ଆକ୍ରମଣ କଲା ଆମେରିକା ଉପରେ । ଆଉ ଏବେ ଭୟରେ ଆମେରିକା ସେନା । ଇରାନ୍‌ର ଆକ୍ରମଣରେ ଡରି ଯାଇ ବେସ୍‌ ଛାଡ଼ି ଦଉଡ଼ିଲେ । ହଜାର ହଜାର ସେନା ଏବେ ଆମେରିକା ଫେରି ଯାଇଛନ୍ତି । ମଧ୍ୟ ପ୍ରାଚ୍ୟରେ ଆମେରିକା ବେସ୍‌ ଏବେ ଖାଲି ହୋଇ ଯାଇଛି । ଏକ ପ୍ରକାରର ଯୁଦ୍ଧରେ ପରାସ୍ତ ହୋଇଛି ଆମେରିକା । ଇରାନ୍‌ ଯୁଦ୍ଧ ଦିନକୁ ଦିନ ବଢ଼ିବାରେ ଲାଗିଛି । ଇରାନ୍‌ ଏବେ ଆମେରିକା ଏବଂ ଇସ୍ରାଏଲକୁ ଟାର୍ଗେଟ କରି ଆକ୍ରମଣକୁ ବଢ଼ାଇ ଦେଇଛି । ଆମେରିକାର ସୈନ୍ୟ ଏବଂ ଏୟାର ବେସ ଉପରେ କରୁଛି ଆକ୍ରମଣ । ଯେଉଁଥିପାଇଁ ଦୁର୍ବଳ ହେବାରେ ଲାଗିଛି ଆମେରିକା ।

ଆମେରିକୀୟ ସେନା ହଜାର ହାଜର ସେନା ଏବେ ମଧ୍ୟପ୍ରାଚ୍ୟରେ ଥିବା ବେସ୍‌ ଛାଡ଼ି ପଳାଉଛନ୍ତି । ଅଧ ରାତିରେ ବେସ୍‌ ଛାଡ଼ିଲା ଆମେରିକା ସେନା । ଇରାନର ଆକ୍ରମଣ ଆଶଙ୍କାରେ ଆମେରିକା ସେନା ପଳାୟନ କରୁଛି । ଏମିତି ଦୃଶ୍ୟକୁ ପୁରା ବିଶ୍ବ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛି । ଆମେରିକା ଯୁଦ୍ଧରୁ ମୁହଁ ଫେରାଇ ନେବା ରାସ୍ତାରେ । ଯଦି ଦେଖିବା ଇରାନ୍‌ ମଧ୍ୟ ପ୍ରାଚ୍ୟରେ ଥିବା ଆମେରିକାର ଏୟାର ବେସ ଏବଂ ସୈନ୍ୟ ବେସ୍‌ ଉପରେ କରୁଛି ଘମାସାନ ଆକ୍ରମଣ ।

କତାର, ବାହାରିନ୍‌, କ୍ବେଟା, ଇରାକ୍‌, ଜୋର୍ଡନ, ୟୁଏଇ, ସିରିୟା ଏବଂ ଅନେକ ଖାଡ଼ି ଦେଶ ମାନଙ୍କରୁ ଆମେରିକା ତାର ସୈନ୍ୟ ପ୍ରତ୍ୟାହାର କରିନେଇ ଗଲାଣି । ସେହି ଦୃଶ୍ୟ ବଖାଣୁଛି ଏବେ ଇସ୍ରାଏଲ ଯୁଦ୍ଧ ଏକା ଲଢ଼ିବ। ଆମେରିକା ଇସ୍ରାଏଲର ହାତ ଛାଡ଼ିବା ଉପରେ । ଏମିତି ଭୟ କେବଳ ଇରାନ୍‌ର କ୍ରମାଗତ ଆକ୍ରମଣ ପାଇଁ ହୋଇଛି। ଇସ୍ରାଏଲ ଏବଂ ଆମେରିକା ସହ ଏକା ଲଢ଼ୁଛି ଇରାନ୍‌ ।

ଆମେରିକା ଯେମିତି ଆଫାଗାନିସ୍ତାରୁ ତାର ସୈନ୍ୟ ବେସ୍‌କୁ ହଟାଇ ନେଇଥିଲା । ତାଲିବାନ ସହ ଯୁଦ୍ଧରେ ତାଲିବାନ୍‌ ସେନା ଆଗରେ ମୁଣ୍ଡ ନୁଆଁଇଥିଲା। ଆଫଗାନିସ୍ତାନରୁ ମୁହଁକୁ ଲୁଚାଇ ପଳାଇଥିଲା । ଠିକ୍‌ ସେମିତି ଏବେ ଆମେରିକା ତାର ସେନାକୁ ମଧ୍ୟ ପ୍ରାଚ୍ୟରୁ ଫେରାଇ ନେଉଛି । ଏହା ସଙ୍କେତ ଦେଉଛି କି ଇରାନ୍‌ ସହ ଲଢ଼ି ପାରିଲା ନାହିଁ ଆମେରିକା ସେନା। ଯେଉଁଥିପାଇଁ ଏବେ ପରାଜୟ ଗ୍ରହଣ କରି ମଧ୍ୟପ୍ରାଚ୍ୟ ଛାଡ଼ୁଛି ଆମେରିକା।

ଏଥିସହ ପଢ଼ନ୍ତୁ:  ଟ୍ରମ୍ପଙ୍କ ଧମକକୁ ଡରିଲାନି ଇରାନ; କହିଲା- 'ଜାହାଜ ଛାଡ଼, ତେଲ ଲିଟରେ ଦେବୁନି'

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Iran Attack | Iran Launches Massive Attack on US: America Faces Major Setback | Argus News