Iran Strikes Diego Garcia / ଡିଏଗୋ ଗର୍ସିଆ ଦ୍ଵୀପର ଆମେରିକା-ବ୍ରିଟେନ ବେସ୍ରେ ଇରାନର ଆକ୍ରମଣ, ଦୁନିଆ ଚକିତ
·3 months ago·2 min read

Key Points
ଆମେରିକା ଅନୁସାରେ. "ଇରାନର ଗୋଟିଏ ମିସାଇଲ୍ ଉଡ଼ାଣ ବେଳେ ହିଁ ବିଫଳ ହୋଇ ଯାଇଥିଲା । ଯେତେବେଳେ କି ଅନ୍ୟଟିକୁ ଆମେରିକା ଯୁଦ୍ଧ ଜାହାଜ ଇଣ୍ଟରସେପ୍ଟ କରି ଖସାଇ ଦେଇଛି ।"
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ବ୍ୟାପକ ହେବାରେ ଲାଗିଛି । ଶନିବାର ଇରାନ ଭାରତ ମହାସାଗରରେ ଥିବା ଆମେରିକା ଓ ବ୍ରିଟେନର ରଣନୈତିକ ସୈନ୍ୟ ଠିକଣା ଡିଏଗୋ ଗର୍ସିଆ ଉପରେ ଦୁଇଟି ମଧ୍ୟମ ଦୂରଗାମୀ ମିସାଇଲ୍ ମାଡ଼ କରିଛି ।
ଭାରତ ମହାସାଗରକୁ ଯୁଦ୍ଧ ବିସ୍ତାର ମାର୍ଚ୍ଚ ୪ରେ ଆମେରିକାର ବୁଡ଼ାଜାହାଜ ଇରାନର ଯୁଦ୍ଧ ଜାହାଜ IRIS ଦେନା ଉପରେ ଆକ୍ରମଣରୁ ଆରମ୍ଭ ହୋଇଥିଲା । ଯେଉଁ ଆକ୍ରମଣରେ ୮୫ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିଲା ।
ଏଥିସହ ପଢ଼ନ୍ତୁ: ହର୍ମୁଜରୁ ତୃତୀୟ ବିଶ୍ୱଯୁଦ୍ଧର ରଣହୁଙ୍କାର ! ମହାପ୍ରଳୟର ମୁହାଣରେ ବିଶ୍ୱ
ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ (WSJ) ରିପୋର୍ଟ ଅନୁସାରେ, ଶନିବାର ଭାରତ ମହାସାଗରରେ ଥିବା ଆମରେକି ଓ ବ୍ରିଟେନର ମିଳିତ ସୈନ୍ୟ ଆଡ୍ଡା ଡିଏଗୋ ଗର୍ସିଆ ଉପରେ ଇରାନ ୨ଟି ବାଲିଷ୍ଟିକ୍ ମିସାଇଲ୍ ମାଡ଼ କରିଛି ।
ଇରାନ ଠରୁ ପ୍ରାୟ ୪ ହଜାର କିଲୋମିଟର ଦୂରରେ ରହିଥିବା ଡିଏଗୋ ଗର୍ସିଆକୁ ଟାର୍ଗେଟ୍ କରାଯାଇଛି । ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ଇରାନର ସବୁଠୁ ଦୀର୍ଘ ଓ ଦୁର୍ଲଭ ଟାର୍ଗେଟ୍ ଅଟେ । ତେବେ ଇରାନ ମାଡ଼ କରିଥିବା ମିସାଇଲ୍କୁ ଆକାଶରେ ହିଁ ନଷ୍ଟ କରି ଦିଆଯାଇଥିବା ଆମେରିକା କହିଛି ।
ଆମେରିକା ଅନୁସାରେ. "ଇରାନର ଗୋଟିଏ ମିସାଇଲ୍ ଉଡ଼ାଣ ବେଳେ ହିଁ ବିଫଳ ହୋଇ ଯାଇଥିଲା । ଯେତେବେଳେ କି ଅନ୍ୟଟିକୁ ଆମେରିକା ଯୁଦ୍ଧ ଜାହାଜ ଇଣ୍ଟରସେପ୍ଟ କରି ଖସାଇ ଦେଇଛି ।" ଡିଏଗୋ ଗର୍ସିଆ ହେଉଛି ଚାଗୋସ ଦ୍ଵୀପପୁଞ୍ଜରେ ଥିବା ଆମେରିକା-ବ୍ରିଟେନର ଗୁରୁତ୍ଵପୂର୍ଣ୍ଣ ସୈନ୍ୟ ଆଡ୍ଡା । ଯାହାକୁ ଆଫଗାନିସ୍ତାନ ଓ ଇରାକରେ ବୋମାବର୍ଷଣ ଅପରେସନ୍ ପାଇ ଷ୍ଟେଜିଂ ହବ୍ ଭାବେ ବ୍ୟବହାର କରେ ଆମେରିକା ।
ଡିଏଗୋ ଗର୍ସିଆ ଉପରେ ଇରାନର ଆକ୍ରମଣ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇଛି । କାରଣ ପୂର୍ବରୁ ଇରାନ ପାଖରେ ମଧ୍ୟମଧରଣର ମିସାଇଲ୍ ଥିବା କୁହାଯାଉଥିଲା । ଏବେ ଇରାନ ୪ ହଜାର କିମି ପର୍ଯ୍ୟନ୍ତ ଆକ୍ରମଣ କରିବା ପ୍ରୟାସ କରିବା ନୂଆ ସଂକେତ ଦେଉଛି ।
ଏଥିସହ ପଢ଼ନ୍ତୁ: ଗୋଟିଏ ଦିନରେ ଇସ୍ରାଏଲର ଡବଲ୍ ଆକ୍ରମଣ, ଇରାନର ୨ ବଡ଼ କମାଣ୍ଡର ମୃତ
ଅର୍ଥାତ୍ ତେହରାନ ଚାହିଁଲେ ଏବେ ୟୁରୋପର ଥିବା ଠିକଣାକୁ ଟାର୍ଗେଟ୍ କରିପାରିବ । ତେବେ ଏହା ଉପରେ ପେଣ୍ଟାଗନ କୌଣସି ବିଧିବଦ୍ଧ ପ୍ରତିକ୍ରିୟା ଦେଇ ନାହିଁ । କିନ୍ତୁ ବିଶେଷଜ୍ଞଙ୍କ ଅନୁସାରେ, ଏହା ଯୁଦ୍ଧର ଭୂଗୋଳକୁ ବଦଳାଇ ଦେବ ।
ଆକ୍ରମଣ ଦେଲା କେଉଁ ସଂକେତ ?
ଡିଏଗୋ ଗର୍ସିଆ ଉପରେ ଇରାନର ମିସାଇଲ୍ ମାଡ଼, ତେହରାନର ମିସାଇଲ୍ ରେଞ୍ଜ କେତେ ତାହା ପ୍ରମାଣିତ କରିଛି । ଅଥବା ଇରାନ ଆଶାଠାରୁ ଅଧିକ ଦୂରଗାମୀ ମିସାଇଲ୍ ବିକଶିତ କରିଛି । ଏବେ ଏହା ଆମେରିକା ଓ ବ୍ରିଟେନର ଗୁଇନ୍ଦା ଏଜେନ୍ସି ପାଇଁ ଚିନ୍ତାର କାରଣ ହୋଇଛି । ଏହାଛଡ଼ା ଡିଏଗୋ ଗର୍ସିଆ ଉପରେ ଆକ୍ରମଣର ଅର୍ଥାତ୍ ମଧ୍ୟପ୍ରାଚ୍ୟ ବାହାରେ ଥିବା ଆମେରିକା ଠିକଣାରେ ଇରାନ ଆକ୍ରମଣ କରିବାକୁ ସକ୍ଷମ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories