Middle East War / ହର୍ମୁଜରୁ ତୃତୀୟ ବିଶ୍ୱଯୁଦ୍ଧର ରଣହୁଙ୍କାର ! ମହାପ୍ରଳୟର ମୁହାଣରେ ବିଶ୍ୱ
·3 months ago·2 min read

Key Points
ହର୍ମୁଜରୁ ତୃତୀୟ ବିଶ୍ୱଯୁଦ୍ଧର ରଣହୁଙ୍କାର!
ମହାପ୍ରଳୟର ମୁହାଣରେ ବିଶ୍ୱ
ହର୍ମୁଜ ପ୍ରଣାଳୀ ପାଲଟିଲା ରଣକ୍ଷେତ୍ର
ମହାପ୍ରଳୟର ମୁହାଣରେ ବିଶ୍ୱ
ହର୍ମୁଜ ପ୍ରଣାଳୀ ପାଲଟିଲା ରଣକ୍ଷେତ୍ର
ହର୍ମୁଜରୁ ତୃତୀୟ ବିଶ୍ୱଯୁଦ୍ଧର ରଣହୁଙ୍କାର ! ହର୍ମୁଜ ପ୍ରଣାଳୀରେ ଆରମ୍ଭ ହୋଇଥିବା ସଂଘର୍ଷରେ ଆସିଛି ଏକ ଭୟାନକ ମୋଡ଼ । ଏହି ବିବାଦ ଏବେ କେବଳ ଦୁଇଟି ଦେଶ ମଧ୍ୟରେ ସୀମିତ ନାହିଁ । ଇଟାଲୀ, ଜର୍ମାନୀ ଏବଂ ଫ୍ରାନ୍ସ ଭଳି ୟୁରୋପୀୟ ମହାଶକ୍ତିମାନେ ବର୍ତ୍ତମାନ ହର୍ମୁଜ ରଣକ୍ଷେତ୍ରକୁ ଓହ୍ଲାଇବାକୁ ସଜବାଜ ହେଲେଣି । ଆରମ୍ଭ ହେଲା କି ବିଶ୍ୱଯୁଦ୍ଧ ?
ହର୍ମୁଜ ପ୍ରଣାଳୀରେ ଆରମ୍ଭ ହୋଇଥିବା ସଂଘର୍ଷରେ ଆସିଛି ଏକ ଭୟାନକ ମୋଡ଼ । ଏହି ବିବାଦ ଏବେ କେବଳ ଦୁଇଟି ଦେଶ ମଧ୍ୟରେ ସୀମିତ ନାହିଁ । ଇଟାଲୀ, ଜର୍ମାନୀ ଏବଂ ଫ୍ରାନ୍ସ ଭଳି ୟୁରୋପୀୟ ମହାଶକ୍ତିମାନେ ବର୍ତ୍ତମାନ ହର୍ମୁଜ ରଣକ୍ଷେତ୍ରକୁ ଓହ୍ଲାଇବାକୁ ସଜବାଜ ହେଲେଣି । ପୂର୍ବରୁ ଟ୍ରମ୍ପଙ୍କୁ ଇରାନ ବିପକ୍ଷରେ ସହଯୋଗ କରିବାକୁ ମନା କରୁଥିବା ଦେଶ, ହର୍ମୁଜ ପ୍ରଣାଳୀର ସୁରକ୍ଷା ପାଇଁ ଯୁଦ୍ଧବିରତିର ସର୍ତ୍ତ ରଖିଛନ୍ତି ।
ଏହି ବଦଳୁଥିବା ସମୀକରଣ ସ୍ପଷ୍ଟ କରୁଛି ଯେ, ୟୁରୋପ ଏବେ ଆଉ କେବଳ ଦର୍ଶକ ହୋଇ ରହିବାକୁ ଚାହୁଁନାହିଁ, ବରଂ ନିଜର ଆର୍ଥିକ ସ୍ୱାର୍ଥ ରକ୍ଷା ପାଇଁ ଯୁଦ୍ଧର ନିଆଁକୁ ଆମନ୍ତ୍ରଣ କରୁଛି । ୟୁରୋପୀୟ ଶକ୍ତିଙ୍କ ଏହି ରଣହୁଙ୍କାର ପରୋକ୍ଷରେ ତୃତୀୟ ବିଶ୍ୱଯୁଦ୍ଧର ଏକ ଶକ୍ତିଶାଳୀ ମୂଳଦୁଆ ପକାଇଛି । ଯଦି ସିଜଫାୟାର ସର୍ତ୍ତ ପୂରଣ ନହୁଏ, ତେବେ NATO ବାହିନୀର ପ୍ରତ୍ୟକ୍ଷ ସାମରିକ ହସ୍ତକ୍ଷେପ ହର୍ମୁଜ ପ୍ରଣାଳୀକୁ ଏକ ରକ୍ତରଞ୍ଜିତ କରିବ । ସେପଟେ ଇରାନର ପରମାଣୁ ଅଭିଳାଷକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ । ଇରାନକୁ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ହେବାରୁ ରୋକିବା ପାଇଁ ଆମେରିକା ଯେକୌଣସି ସୀମାକୁ ଯାଇପାରେ ବୋଲି ହୁଙ୍କାର ଦେଇଛନ୍ତି ଟ୍ରମ୍ପ ।
ପଶ୍ଚିମ ଏସିଆରେ ସଂଘର୍ଷ ଶେଷ ହେବା ବଦଳରେ ଆହୁରି ଲମ୍ବୁଛି । ଇରାନ ସହ ସଂଘର୍ଷ ପାଇଁ ଆମେରିକା ଏବେ ୨୦୦ ବିଲିୟନ ଡଲାରର ଏକ ବିଶାଳ ପାଣ୍ଠି ଦାବି କରି ମହାସମରର ପ୍ରସ୍ତୁତି ଆରମ୍ଭ କରିଦେଇଛି । ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ଙ୍କର ସେହି ଗୋଟିଏ ଧାଡ଼ି—"ଖରାପ ଲୋକଙ୍କୁ ମାରିବା ପାଇଁ ଟଙ୍କା ଦରକାର"—ସ୍ପଷ୍ଟ କରୁଛି ଯେ ଆମେରିକା ଏବେ ଆଉ ଆଲୋଚନା ମୁଡ୍ରେ ନାହିଁ । ଯଦିଓ ରାଷ୍ଟ୍ରପତି ଟ୍ରମ୍ପ ସୈନ୍ୟ ନ ପଠାଇବାକୁ କହୁଛନ୍ତି, କିନ୍ତୁ ଆମେରିକାର ଏହି ବିଶାଳ ଆର୍ଥିକ ନିବେଶ ହିଁ ତୃତୀୟ ବିଶ୍ୱଯୁଦ୍ଧର ସବୁଠାରୁ ବଡ଼ ସଙ୍କେତ ।
ଏହାରି ଭିତରେ ଆମେରିକାର ସବୁଠାରୁ ଶକ୍ତିଶାଳୀ ଏବଂ ଅତ୍ୟାଧୁନିକ F-35 ଫାଇଟର ଜେଟ୍କୁ ଧ୍ୱଂସ କରିଦେଇଥିବା ଦାବି କରିଛି ଇରାନ । ପଞ୍ଚମ ପିଢ଼ିର ଏହି ଅଦୃଶ୍ୟ ଘାତକ ବିମାନକୁ ଇରାନ କିଭଳି ମାତ୍ ଦେଲା, ତାହା ଏବେ ପାଶ୍ଚାତ୍ୟ ଦେଶଗୁଡ଼ିକ ପାଇଁ ସବୁଠାରୁ ବଡ଼ ଚିନ୍ତାର ବିଷୟ । F-35 ଫାଇଟର ଜେଟ୍ ଧ୍ବଂସ ହେବା କେବଳ ଆମେରିକାର ଗର୍ବ ଚୂରମାର୍ କରିନାହିଁ, ବରଂ ପ୍ରମାଣ କରିଛି ଯେ ଇରାନ ଏବେ ମହାସମର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଆମେରିକାର ସର୍ବଶ୍ରେଷ୍ଠ ଯୁଦ୍ଧବିମାନ ଉପରେ ଆକ୍ରମଣ କରି ଇରାନ ଏବେ ପଏଣ୍ଟ ଅଫ୍ ନୋ ରିଟର୍ଣ୍ଣରେ ପହଞ୍ଚିଛି । ଅର୍ଥାତ୍ ଏବେ ଆଉ ଆଲୋଚନା ନୁହେଁ, ବରଂ କେବଳ ଆକ୍ରମଣ ଓ ପ୍ରତି-ଆକ୍ରମଣର ଖେଳ ଚାଲିବ ।
ସେପଟେ ଯଦି ଇଟାଲୀ, ଜର୍ମାନୀ, ଫ୍ରାନ୍ସ ଏବଂ NATO ବାହିନୀ ଯୁଦ୍ଧ ନିଆଁରେ ପ୍ରବେଶ କରନ୍ତି ତେବେ ଇନ୍ଧନ ଓ ଅର୍ଥନୀତି ପାଇଁ ଆରମ୍ଭ ହୋଇଥିବା ଏହି ଲଢ଼େଇ ଏବେ ତୃତୀୟ ବିଶ୍ୱଯୁଦ୍ଧର ରୂପ ନେବା ନିଶ୍ଚିତ ।
ଏଥିସହ ପଢ଼ନ୍ତୁ: ଗୋଟିଏ ଦିନରେ ଇସ୍ରାଏଲର ଡବଲ୍ ଆକ୍ରମଣ, ଇରାନର ୨ ବଡ଼ କମାଣ୍ଡର ମୃତ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories