Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - UAE ଉପରେ ଇରାନର ମିସାଇଲ୍ ମାଡ଼, ହର୍ମୁଜ୍‌ରେ ଆମେରିକା ଆକ୍ରମଣରେ ୫ ମୃତ

International

Middle East Crisis / UAE ଉପରେ ଇରାନର ମିସାଇଲ୍ ମାଡ଼, ହର୍ମୁଜ୍‌ରେ ଆମେରିକା ଆକ୍ରମଣରେ ୫ ମୃତ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
UAE ଉପରେ ଇରାନର ମିସାଇଲ୍ ମାଡ଼, ହର୍ମୁଜ୍‌ରେ ଆମେରିକା ଆକ୍ରମଣରେ ୫ ମୃତ
US Conflict Escalates

Key Points

ବଢ଼ିବ କି ଇରାନ୍ ଯୁଦ୍ଧ ? ୟୁଏଇ ଉପରେ ଇରାନର ଆକ୍ରମଣ । ସେପଟେ ହର୍ମୁଜରେ ଆମେରିକା ନୌସେନାର ଆକ୍ରମଣରେ ୫ ମୃତ । ପଶ୍ଚିମ ଏସିଆରେ ପୁଣି ଥରେ ସୃଷ୍ଟି କରିଛି ଅସ୍ଥିରତା, ଆତଙ୍କ ।
ନୂଆଦିଲ୍ଲୀ: ପଶ୍ଚିମ ଏସିଆ ପୁଣି ଅଶାନ୍ତ । ୧୮ ଦିନର ଯୁଦ୍ଧ ବିରତି ପରେ ଆରମ୍ଭ ହୋଇଛି ମିସାଇଲ୍ ଆଟାକ୍ । UAE ଉପରେ ଡ୍ରୋନ୍ ସହ ମିସାଇଲ୍ ମାଡ଼ କରିଛି ଇରାନ । ବାହାରିନ୍‌ରେ ରେଡ୍ ଆଲର୍ଟ ଜାରି କରାଯାଇଥିବା ବେଳେ ହର୍ମୁଜ୍ ପ୍ରଣାଳୀ ସଂକଟ ଦୁନିଆର ଚିନ୍ତା ବଢ଼ାଇ ଦେଇଛି ।

ସେପଟେ ଇରାନ ଗଣମାଧ୍ୟମର ଦାବି, ଆମେରିକା ସେନା ହର୍ମୁଜ ପ୍ରଣାଳୀରେ ଆକ୍ରମଣ କରିଛି । ଇରାନ ଆଡ଼କୁ ସାମଗ୍ରୀ ନେଇ ଯାଉଥିବା ଡଙ୍ଗା ଉପରେ ଆମେରିକାର ସେନା ଆକ୍ରମଣ କରିଛି । ଆମେରିକାର ଆକ୍ରମରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଇରାନର କହିବା କଥା ଆମେରିକା ସ୍ପିଡ୍‌ ବୋଟ୍ ନୁହେଁ ବରଂ ସାଧାରଣ ମାଲବାହୀ ଡଙ୍ଗାକୁ ଟାର୍ଗେଟ୍ କରିଛି ।

ଏଥିସହ ପଢ଼ନ୍ତୁ: ଇସ୍ରାଏଲ ଆକ୍ରମଣରେ କମ୍ପି ଉଠିଲା ଲେବାନନ୍; ମାଟିରେ ମିଶିଲା ହିଜିବୁଲ୍ଲା ଶିବିର 

ତେବେ ଇରାନ ଆଣିଥିବା ଅଭିଯୋଗ ଉପରେ ଆମେରିକା ଚୁପ୍ ରହିଛି । ହର୍ମୁଜ ପ୍ରଣାଳୀରୁ ବାଣିଜ୍ୟିକ ଜାହାଜଗୁଡ଼ିକୁ ବାହାର କରିବା ପାଇଁ ଆମେରିକା ଅଭିଯାନକୁ ଜୋରଦାର୍ କରିଛି । ଆମେରିକା ସେନା ଅନୁସାରେ, ଆମେରିକା ପତାକା ଥିବା ୨ଟି ଜାହାଜକୁ ସଫଳତାର ସହ ହର୍ମୁଜ ପ୍ରଣାଳୀ ପାର୍ କରାଯାଇଛି ।

ସେପଟେ ଇରାନ, ଆମେରିକାର ନୌସେନା ଜାହାଜ ଉପରେ ଆକ୍ରମଣ କରିଥିବା ଦାବି କରିଛି । ତେବେ ଇରାନର ଏହି ଦାବିକୁ ଆମେରିକା ଅଗ୍ରାହ୍ୟ କରିଛି । ଇରାନର ଦାବିକୁ ସମ୍ପୂର୍ଣ୍ଣ ମନ ଗଢ଼ା ବୋଲି ଆମେରିକୀୟ ଅଧିକାରୀ କହିଛନ୍ତି ।

UAE ଉପରେ ମିସାଇଲ୍ ମାଡ଼

ଇରାନ ପୁଣି ଥରେ ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ଉପରେ ଆକ୍ରମଣ ଆରମ୍ଭ କରିଛି । ଯାହା ପରେ ବାହାରିନ୍ ଜାତୀୟ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛି । ସେପଟେ ୟୁଏଇ ଉପରେ ଇରାନ ଡ୍ରୋନ୍‍ ଓ ମିସାଇଲ୍ ମାଡ଼ କରିଛି ।

ୟୁଏଇ ଅନୁସାରେ, ସୋମବାର ଫୁଜୈରାହ ସ୍ଥିତ ତୈଳ ସୁବିଧା କେନ୍ଦ୍ର ଉପରେ ଇରାନ ଆକ୍ରମଣ କରିଛି । ଆକ୍ରମଣ ଫଳରେ ନିଆଁ ଲାଗି ଯାଇଛି । ଯାହା ହର୍ମୁଜ ପ୍ରଣାଳୀକୁ ବାଇପାସ୍ କରୁଥିବା ଏକ ଗୁରୁତ୍ଵପୂର୍ଣ୍ଣ ପାଇପଲାଇନ୍ ହବ୍ ଅଟେ । ଏହି ଆକ୍ରମଣ ପରେ ବିଶ୍ଵ ତୈଳ ବଜାରରେ ଅଶୋଧିତ ତୈଳ ଦର ୬ ପ୍ରତିଶତ ବୃଦ୍ଧି ପାଇଛି ।

ଏଥିସହ ପଢ଼ନ୍ତୁ: ପୁଣି ଇରାନ ଉପରେ ଆକ୍ରମଣ କରିବ ଆମେରିକା ? ଟ୍ରମ୍ପଙ୍କ ଧମକ ପରେ ବଢ଼ିଲା ଯୁଦ୍ଧ ଆଶଙ୍କା 

ତେବେ ଏହି ଆକ୍ରମଣ ଇରାନ କରି ନଥିବା କହିଛନ୍ତି ଇରାନର ବିଦେଶ ମନ୍ତ୍ରୀ ଅବ୍ବାସ ଅରାଘଚି । ସେ କହିଛନ୍ତି, "ଆମେରିକା ଓ ୟୁଏଇକୁ ଏଭଳି ଦଳବଳରୁ ଅଲଗା ରହିବା ଉଚିତ୍ । ରାଜନୈତିକ ସଂକଟର କୌଣସି ସୈନ୍ୟ ସମାଧାନ ହେବ ନାହିଁ । ଏହା କୂଟନୀତି ଦ୍ଵାରା ସମାଧାନ ହୋଇ ପାରିବ ।"

ସେପଟେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ୍ ମିଡିଆରେ ଇରାନକୁ ଚେତାବନୀ ଦେଇଛନ୍ତି । କହିଛନ୍ତି, "ହର୍ମୁଜ୍ ପ୍ରଣାଳୀରେ ଆମେରିକା ଜାହାଜ ଉପରେ ଆକ୍ରମଣ କଲେ, ଆମେ ମିନିଟ୍‌ରେ ଧ୍ଵଂସ କରି ଦେବୁ ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Iran Missile Attack on UAE: 5 Dead in US Strike Near Hormuz | Argus News | Argus News