IDF Strike in Lebanon / ଇସ୍ରାଏଲ ଆକ୍ରମଣରେ କମ୍ପି ଉଠିଲା ଲେବାନନ୍; ମାଟିରେ ମିଶିଲା ହିଜିବୁଲ୍ଲା ଶିବିର
·1 hour ago·2 min read

Key Points
ଇସ୍ରାଏଲ ପ୍ରତିରକ୍ଷା ବାହିନୀ କହିଛି ଯେ ଅପରେସନ ବେଳେ ପ୍ରାୟ ୧୨୦ ହିଜବୁଲ୍ଲା ଟାର୍ଗେଟ ଧ୍ୱଂସ ହୋଇଯାଇଛି। ଅପରେସନ ସମୟରେ କିଛି ହିଜବୁଲ୍ଲା ସଦସ୍ୟ ପ୍ରାଣ ହରାଇଛନ୍ତି।
IDF Strikes on more than 100 Hezbollah Targets: ମଧ୍ୟପ୍ରାଚ୍ୟରେ ଶାନ୍ତି ସ୍ଥାପନ ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ଦକ୍ଷିଣ ଲେବାନନରେ ପ୍ରାୟ ଶହେରୁ ଅଧିକ ହିଜିବୁଲ୍ଲା ଠିକଣା ଉପରେ ଟାର୍ଗେଟ କରିଛି।
ଏନେଇ ଆଇଡିଏଫ୍ (IDF) ପକ୍ଷରୁ କୁହାଯାଇଛି ଯେ ଶନିବାର ହୋଇଥିବା ଅପରେସନ୍ ରେ ପ୍ରାୟ ୧୨୦ ରୁ ଅଧିକ ହିଜିବୁଲ୍ଲା ଶିବିରକୁ ମାଟିରେ ମିଶାଇ ଦିଆଯାଇଛି।
ଇସ୍ରାଏଲ ପ୍ରତିରକ୍ଷା ବାହିନୀ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ଶନିବାର ହୋଇଥିବା ଅପରେସନ ଇସ୍ରାଏଲ ନାଗରିକ ଏବଂ ଦେଶର ସୈନିକଙ୍କ ଉପରେ ଆକ୍ରମଣ ଯୋଜନା କରିବା ପାଇଁ ବ୍ୟବହୃତ ହେଉଥିବା ଆତଙ୍କବାଦୀ ଭିତ୍ତିଭୂମିକୁ ନଷ୍ଟ କରିବା ଲକ୍ଷ୍ୟରେ ହୋଇଥିଲା। ଅପରେସନ ସମୟରେ ଅନେକ ହିଜିବୁଲ୍ଲା ଆତଙ୍କବାଦୀ ପ୍ରାଣ ହରାଇଥିବା ନେଇ ଇସ୍ରାଏଲ ସେନା ଦାବି କରିଛି।
ଏହା ସହ ପଢନ୍ତୁ: ମାଟିରେ ମିଶିଲା ହିଜବୁଲା ଟନେଲ; ଭିଡ଼ିଓ ଦେଖିଲେ ହୋଇଯିବେ ତାଜୁବ
ମାଟିରେ ମିଶିଲା କମାଣ୍ଡ ସେଣ୍ଟର ଏବଂ ଅସ୍ତ୍ରାଗାର
ଆଇଡିଏଫ୍ କହିଛି ଯେ ହିଜିବୁଲ୍ଲା ସହ ଜଡ଼ିତ ଯେଉଁ ଯେଉଁ ସ୍ଥାନରେ ଆକ୍ରମଣ ହୋଇଥିଲା ସେଠାରେ ପ୍ରାୟ ୭୦ଟି ସାମରିକ ଭିତ୍ତିଭୂମି ଏବଂ ପ୍ରାୟ ୫୦ଟି ଅନ୍ୟ ହିଜବୁଲ୍ଲା ସମ୍ପର୍କିତ ଘର ଅନ୍ତର୍ଭୂକ୍ତ ରହିଥିଲା। ଏଠାରେ ହିଜବୁଲ୍ଲା ଗୋଷ୍ଠୀର ରଣନୈତିକ କମାଣ୍ଡ ସେଣ୍ଟର, ଅସ୍ତ୍ରାଗାର ଏବଂ ସାମରିକ କେନ୍ଦ୍ର ଅନ୍ତର୍ଭୂକ୍ତ ରହିଥିଲା। ଏନେଇ ଇସ୍ରାଏଲ ସେନା କହିଛି ଯେ ଏହି ସମସ୍ତ ସ୍ଥାନ ଦେଶର ଜାତୀୟ ସୁରକ୍ଷା ପାଇଁ ଏକ ବିପଦ ଭାବେ ଉଭା ହୋଇଥିଲେ।
ଗୁଳିମାଡ଼ରେ କମ୍ପିଉଠିଲା ଗାଜାର ୟେଲୋ ଲାଇନ୍
ଗତ ଶନିବାର (ମେ ୨) ଲେବାନନ୍ ଏବଂ ଦକ୍ଷିଣ ଗାଜା ଷ୍ଟ୍ରିପ ଅଞ୍ଚଳରେ ଉତ୍ତେଜନା ବଢି ଯାଇଥିଲା। ଆଇଡିଏଫ୍ ରିପୋର୍ଟ ଅନୁସାରେ ଇସ୍ରାଏଲ ସେନା ୪ ଜଣ ସଶସ୍ତ୍ର ବ୍ୟକ୍ତିଙ୍କୁ ୟେଲୋ ଲାଇନ୍ ପାର ହୋଇ ଇସ୍ରାଏଲ ଚେକ୍ପୋଷ୍ଟ ଆଡକୁ ଯାଉଥିବାର ଦେଖିଥିଲେ। ସେନା ଏହାକୁ "ତୁରନ୍ତ ବିପଦ" ବୋଲି ବିଚାର କରି ଗୁଳି ଚଳାଇଥିଲା। ଏହି ଏନକାଉଣ୍ଟରରେ ତିନି ଜଣ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଯେତେବେଳେ ଚତୁର୍ଥ ଜଣଙ୍କୁ ଗୁଳିମାଡ଼ ହୋଇଥିବାର ନିଶ୍ଚିତ କରାଯାଇଥିଲା। ଇସ୍ରାଏଲ ସେନାର ଦକ୍ଷିଣ କମାଣ୍ଡ ସ୍ପଷ୍ଟ କରିଛି ଯେ ସେମାନେ ବିଦ୍ୟମାନ ଯୁଦ୍ଧ ବିରାମ ଚୁକ୍ତିନାମା ନିୟମ ମଧ୍ୟରେ କାର୍ଯ୍ୟ କରୁଛନ୍ତି। ହେଲେ ଯଦି କୌଣସି ବିପଦ ଉପୁଜେ, ତାହେଲେ ସମ୍ପୂର୍ଣ୍ଣ ବଳ ପ୍ରୟୋଗ ସହିତ ଏହାର ଜବାବ ଦେବେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories