Middle East War / କାତାରରେ ଥିବା ବିଶ୍ୱର ବୃହତ୍ତମ LNG ପ୍ଲାଣ୍ଟ ଉପରେ ଇରାନର ମିସାଇଲ ମାଡ଼

Key Points
କାତାରରେ ଥିବା ବିଶ୍ୱର ବୃହତ୍ତମ LNG ପ୍ଲାଣ୍ଟ ଉପରେ ଇରାନର ମିସାଇଲ ମାଡ଼
ମିସାଇଲ ମାଡ଼ରେ ଜଳିଲା LNG ପ୍ଲାଣ୍ଟ
ଏହି ପ୍ଲାଣ୍ଟରୁ ହୋଇଥାଏ ବିଶ୍ୱର ପ୍ରାୟ ଏକ-ପଞ୍ଚମାଂଶ LNG ଯୋଗାଣ
'ରାସ ଲାଫାନ ଇଣ୍ଡଷ୍ଟ୍ରିଆଲ ସିଟି' ଇରାନର ମିସାଇଲ ମାଡ଼ରେ କ୍ଷତିଗ୍ରସ୍ତ
କାତାରରେ ଥିବା ବିଶ୍ୱର ବୃହତ୍ତମ LNG ପ୍ଲାଣ୍ଟ ଉପରେ ଇରାନର ମିସାଇଲ ମାଡ଼ । ଫଳରେ ସେଠାରେ ଭୟଙ୍କର ନିଆଁ ଲାଗିଯାଇଛି। ପାରସ୍ୟ ଉପସାଗରୀୟ ଅଞ୍ଚଳରେ ଥିବା ଶକ୍ତି କେନ୍ଦ୍ରଗୁଡ଼ିକ ଉପରେ କ୍ରମାଗତ ଆକ୍ରମଣ ଯୋଗୁଁ ଏହି ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି ।
ବିଶ୍ୱର ପ୍ରାୟ ଏକ-ପଞ୍ଚମାଂଶ LNG ଯୋଗାଣ କରୁଥିବା 'ରାସ ଲାଫାନ ଇଣ୍ଡଷ୍ଟ୍ରିଆଲ ସିଟି' ଇରାନର ମିସାଇଲ ମାଡ଼ରେ ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି । ଆକ୍ରମଣ ଯୋଗୁଁ ସେଠାରେ ନିଆଁ ଲାଗିଯାଇଛି, ଯାହାକୁ ନିୟନ୍ତ୍ରଣ କରିବାକୁ କାତାର କର୍ତ୍ତୃପକ୍ଷ ଚେଷ୍ଟା କରୁଛନ୍ତି। ଆବୁଧାବିର 'ହବଶାନ' ଗ୍ୟାସ ସୁବିଧା କେନ୍ଦ୍ର ଉପରେ ମଧ୍ୟ ଆକ୍ରମଣ ହୋଇଛି । ଯାହା ଫଳରେ ଏହାକୁ ବନ୍ଦ କରିବାକୁ ପଡ଼ିଛି ।
ସେହିପରି ସାଉଦି ଆରବର ପୂର୍ବ ପ୍ରାନ୍ତରେ ଥିବା ଏକ ଗ୍ୟାସ ପ୍ଲାଣ୍ଟ ଉପରେ ହୋଇଥିବା ଡ୍ରୋନ୍ ଆକ୍ରମଣକୁ ପ୍ରତିହତ କରାଯାଇଛି । ଏହି ଆକ୍ରମଣକୁ ସାର୍ବଭୌମତ୍ୱର ଉଲ୍ଲଂଘନ ଏବଂ ଆଞ୍ଚଳିକ ସ୍ଥିରତା ପ୍ରତି ଏକ ବିପଦ ବୋଲି ଦର୍ଶାଇଛି କାତାର । ପ୍ରତିକ୍ରିୟା ସ୍ୱରୂପ, କାତାର ସରକାର ଇରାନର ସାମରିକ ଏବଂ ସୁରକ୍ଷା ଅଧିକାରୀମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସେପଟେ ଇରାନ ଯୁଦ୍ଧ ପାଇଁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଦାୟୀ । ଇରାନ ଯୁଦ୍ଧ ପ୍ରତିବାଦରେ ଇସ୍ତଫା ଦେବାର ଦିନକ ପରେ ଏଭଳି କହିଛନ୍ତି ଆମେରିକା ରାଷ୍ଟ୍ରପତିଙ୍କ ପୂର୍ବତନ କାଉଣ୍ଟର-ଟେରରିଜିମ୍ ମୁଖ୍ୟ ଜୋ କେଣ୍ଟ୍ । ଏହା ସହ ଇସ୍ରାଏଲକୁ ଏହି ଯୁଦ୍ଧ ପାଇଁ ଦାୟୀ କରିଛନ୍ତି ।
ଏଥିସହ ତେହେରାନ ପରମାଣୁ ଅସ୍ତ୍ରଶସ୍ତ୍ର ବିକାଶ କରୁନାହିଁ ବୋଲି ମଧ୍ୟ ସେ ଦାବି କରିଛନ୍ତି। ନ୍ୟାସନାଲ କାଉଣ୍ଟର-ଟେରରିଜିମ୍ ସେଣ୍ଟରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିବା କେଣ୍ଟ୍ ଏକ ସାକ୍ଷାତକାରରେ କହିଛନ୍ତି ଇସ୍ରାଏଲୀମାନେ ହିଁ ଏହି ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଥିଲେ । ଟ୍ରମ୍ପ ଏବଂ ତାଙ୍କ ପ୍ରଶାସନର କିଛି ବରିଷ୍ଠ ଅଧିକାରୀ ଦାବି କରିଛନ୍ତି ଯେ, ଫେବୃଆରୀ ୨୮ ରେ ଇରାନ ଉପରେ ଆକ୍ରମଣ କରିବା ଜରୁରୀ ଥିଲା କାରଣ ପରମାଣୁ କାର୍ଯ୍ୟକ୍ରମ ଆମେରିକାର ଜାତୀୟ ସୁରକ୍ଷା ପାଇଁ ଏକ ବିପଦ ଥିଲା ।
ଅନ୍ୟପଟେ ଟ୍ରମ୍ପଙ୍କ ପୂର୍ବତନ ଆତଙ୍କବାଦ ବିରୋଧୀ ମୁଖ୍ୟ କହିଛନ୍ତି ଯେ ୨୦୦୪ ମସିହାରୁ ଇରାନର ଇସଲାମିକ ଶାସନରେ ଏକ 'ଫତୱା' ବା ନିର୍ଦ୍ଦେଶାବଳୀ ଜାରି ରହିଛି । ଯାହା ସେମାନଙ୍କୁ ପରମାଣୁ ଅସ୍ତ୍ର ବିକାଶ କରିବାରେ ବାରଣ କରେ । ସେହି ଫତୱାକୁ ଅବମାନନା କରାଯାଉଥିବାର କୌଣସି ଗୁପ୍ତଚର ସୂଚନା ଆମ ପାଖରେ ନଥିଲା ।
ଏଥିସହ ପଢ଼ନ୍ତୁ: ମୁହାଁମୁହିଁ ହେବେ Lancer vs Dancer; ମହାବିନାଶ ଆଡ଼କୁ ମୁହାଁଉଛି ମଧ୍ୟ ପ୍ରାଚ୍ୟ ସଂକଟ
📱 Get Argus News App
✨Related Topics
Explore more stories