Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମୁହାଁମୁହିଁ ହେବେ Lancer vs Dancer; ମହାବିନାଶ ଆଡ଼କୁ ମୁହାଁଉଛି ମଧ୍ୟ ପ୍ରାଚ୍ୟ ସଂକଟ

International

Middle East Crisis Update / ମୁହାଁମୁହିଁ ହେବେ Lancer vs Dancer; ମହାବିନାଶ ଆଡ଼କୁ ମୁହାଁଉଛି ମଧ୍ୟ ପ୍ରାଚ୍ୟ ସଂକଟ

Subhramjit Ray
Browse all articles by Subhramjit Ray
·1 month ago·3 min read
ମୁହାଁମୁହିଁ ହେବେ Lancer vs Dancer; ମହାବିନାଶ ଆଡ଼କୁ ମୁହାଁଉଛି ମଧ୍ୟ ପ୍ରାଚ୍ୟ ସଂକଟ
US Lancer vs Iran Dancer

Key Points

ମଧ୍ୟ ପ୍ରାଚ୍ୟ ଏବେ ମହାବିନାଶ ଆଡ଼କୁ ମୁହାଁଉଛି। କାରଣ ଏବେ ଯୁଦ୍ଧରେ ଲାନ୍ସର-ଡାନ୍ସର ମଧ୍ୟରେ ମୁକାବିଲାହେବାକୁଯାଉଛି।
US Lancer vs Iran Dancer: ମଧ୍ୟ ପ୍ରାଚ୍ୟରେ ଚାଲିଥିବା ସଂକଟ ମଙ୍ଗଳବାର (ମାର୍ଚ୍ଚ ୧୭) ୧୮ ତମ ଦିନରେ ପହଞ୍ଚିଛି। ଏବେ ଏହି ଯୁଦ୍ଧରେ ଦୁଇଟି ଅସ୍ତ୍ର ସବୁଠାରୁ ଚର୍ଚ୍ଚିତ ହୋଇଉଠିଛି। ତାହା ହେଉଛି ଆମେରିକାର ଲାନ୍ସର ବନାମ ଇରାନର ଡାନ୍ସର। ହେଲେ ଏହି ଅସ୍ତ୍ରଶସ୍ତ୍ର ଗୁଡ଼ିକ କ'ଣ, କ'ଣ ଏହାର ବିଶେଷତ୍ୱ? ​ଏହି ଯୁଦ୍ଧରେ ଉଭୟ ଲାନ୍ସର-ଡାନ୍ସର ପ୍ରବେଶ କରିବା ପରେ କ'ଣ ହେବ ପରିବର୍ତ୍ତନ?

ମଧ୍ୟ ପ୍ରାଚ୍ୟ ସଂକଟର ବେଳେ ରବିବାର ଇରାନ ଏହାର ଅସ୍ତ୍ରାଗାର ଖୋଲିବା ପରେ ଏକ ମିସାଇଲ ନିକ୍ଷେପ କରିଥିଲା। ଯାହାର ନାଁ ହେଉଛି ସେଜଲ-୨ ଡ୍ୟାନ୍ସିଂ ମିସାଇଲ୍। ଏହି କ୍ଷେପଣାସ୍ତ୍ର ଏକ ଉନ୍ନତ ବାଲିଷ୍ଟିକ୍ ମିସାଇଲ। ଏହାର ପ୍ରକ୍ଷେପଣର ଏକ ଭିଡିଓ ଜାରି କରି ଇରାନ ବିଶ୍ୱ ସମୁଦାୟକୁ ବାର୍ତ୍ତା ଦେଇଛି ଯେ ଏହା ପାଖରେ ଏବେ ଘାତକ କ୍ଷେପଣାସ୍ତ୍ରର ଭଣ୍ଡାର ରହିଛି।

ଲାନ୍ସର, ଡ୍ୟାନ୍ସର ଏବଂ ସେଜଲ୍-୨
ସେଜଲ-୨ କ୍ଷେପଣାସ୍ତ୍ର ୨ ହଜାରରୁ ୨୫ ଶହ କିମି ମଧ୍ୟରେ ଲକ୍ଷ୍ୟଭେଦ କରିବାକୁ ସକ୍ଷମ। ଯିଏ ୭ ଶହରୁ ୧୫୦୦ କିଲୋଗ୍ରାମ ଯୁଦ୍ଧାସ୍ତ୍ର ବହନ କରିପାରିବ। ଏହାର ବେଗ ଘଣ୍ଟା ପ୍ରତି ୧୭୦୦୦ କିଲୋମିଟର ରହିଛି। ଏହାର ଅର୍ଥ ହେଉଛି ଯଦି ଏହାକୁ ଏହି କ୍ଷେପଣାସ୍ତ୍ରକୁ ଯଦି ଇରାନ ରାଜଧାନୀ ତେହେରାନରୁ ନିକ୍ଷେପ କରାଯାଏ ତାହାଲେ ମାତ୍ର ସାତ ମିନିଟ୍ ମଧ୍ୟରେ ଇସ୍ରାଏଲର ରାଜଧାନୀ ତେଲ ଅଭିଭରେ ପହଞ୍ଚିପାରିବ। ଏହାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଯେ ଏହାକୁ କୌଣସି ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ନଷ୍ଟ କରିବା ପ୍ରାୟତଃ ଅସମ୍ଭବ। କାରଣ ଏହି ମିସାଇଲ ବାୟୁରେ ଏହାର ଦିଗ ପରିବର୍ତ୍ତନ କରିପାରିବ। ଏହା ଏତେ ଦ୍ରୁତ ଗତିରେ ଏହାର ଦିଗ ପରିବର୍ତ୍ତନ କରିଥିବାରୁ ଏହାକୁ ଡ୍ୟାନ୍ସିଂ ମିସାଇଲ (Dancer Missile of Iran) ବୋଲି ମଧ୍ୟ କୁହାଯାଏ।

ଏହି କ୍ଷେପଣାସ୍ତ୍ର ଇରାନର ବ୍ରହ୍ମାସ୍ତ୍ର ନାମରେ ମଧ୍ୟ ଜଣାଶୁଣା। ମଧ୍ୟ ପ୍ରାଚ୍ୟ ସଂକଟ ବେଳେ ଇରାନ ଏହାର ବ୍ରହ୍ମାସ୍ତ୍ର ବ୍ୟବହାର କରି ବିଶ୍ୱ ସମୁଦାୟକୁ ଏକ ବାର୍ତ୍ତା ଦେଇଛି। ତାହ ହେଉଛି ଇରାନ ଆତ୍ମସମର୍ପଣ କରିବାକୁ ଚାହୁଁନାହିଁ। ଏହି ସମୟରେ ଇରାନର ଡ୍ୟାନ୍ସର ମିସାଇଲ ଜବାବରେ ଆମେରିକା ମଧ୍ୟ ଏହାର ଲାନ୍ସର ବିମାନକୁ ନିୟୋଜିତ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ ଏକ ବି-୧ବି ଲାନ୍ସର ବୋମାବର୍ଷକ (US B-1B Lancer Bomber) ବିମାନର ଏକ ଭିଡିଓ ସେୟାର କରିଛି। ଏନେଇ ଦାବି କରାଯାଉଛି ଯେ ଲାନ୍ସର ବର୍ତ୍ତମାନ ମଧ୍ୟପ୍ରାଚ୍ୟର ଆକାଶ ଉପରେ ଉଡୁଛି। ଏହି ଭିଡ଼ିଓ ଆମେରିକାର କେନ୍ଦ୍ରୀୟ କମାଣ୍ଡ (US Central Command) ଦ୍ୱାରା ସେୟାର କରାଯାଇଛି।



କେତେ ଶକ୍ତିଶାଳୀ ବି-୧ବି ଲାନ୍ସର ବୋମାବର୍ଷକ ବିମାନ?
ବି-୧ବି ଲାନ୍ସର ବୋମାବର୍ଷକ ବିମାନ ସର୍ବାଧିକ ଘଣ୍ଟା ପ୍ରତି ବେଗ ହେଉଛି ୧୫୦୦ କିଲୋମିଟର। ଏହି ବିମାନ ଥରକେ ୩୪୦୦୦ କିଲୋଗ୍ରାମ ବୋମା ବହନ କରିବାକୁ ସକ୍ଷମ। ଏହାର ଉଡ଼ାଣ ପରିସର ହେଉଛି ୧୫୦୦୦ କିଲୋମିଟର। ଯାହା ଅର୍ଥ ହେଉଛି ଏହି ବିମାନ ଏହାର ଗୋଟିଏ ଉଡ଼ାଣରେ ସମଗ୍ର ବିଶ୍ୱ ପରିକ୍ରମା କରିପାରିବ। ବି-୧ବି ଲାନ୍ସର ଇରାନରେ ତାଣ୍ଡବ ମଚାଇବାର କ୍ଷମତା ରଖିଛି। କାରଣ ଥରକେ ଏହି ବିମାନ ୮୪ ବୋମା କିମ୍ବା ୨୪ କ୍ରୁଜ୍ ମିସାଇଲ୍ ନିକ୍ଷେପ କରିବାକୁ ସକ୍ଷମ। ଏହି ବୋମାବର୍ଷୀ ବିମାନ ଆମେରିକା ବାୟୁସେନାର ସବୁଠାରୁ ଦ୍ରୁତତମ, ଦୀର୍ଘ ଦୂରତା ଅତିକ୍ରମ କରୁଥିବା ଏବଂ ସବୁଠାରୁ ଅଧିକ ଯୁଦ୍ଧାସ୍ତ୍ର ନେଇ ଉଡ଼ାଣ ଭରୁଥିବା ବିମାନ। ଯାହାକୁ ଏବେ ବ୍ରିଟେନର ଫେୟାରଫୋର୍ଡ ସେନା ଘାଟିରେ ମୁତୟନ କରାଯାଇଥିଲା। ତଥାପି ଆମେରିକା କେନ୍ଦ୍ରୀୟ କମାଣ୍ଡ ଏହାର ମଝି ଆକାଶରେ ଇନ୍ଧନ ଭରିବାର ଏକ ଭିଡିଓ ଜାରି କରିଛି। ଏନେଇ କୁହାଯାଉଛି ଯେ ଯଦି ଇରାନ ଡ୍ୟାନ୍ସର ମିସାଇଲ ଜବାବରେ ଆମେରିକା ଲାନ୍ସ ବିମାନ ରଣାଙ୍ଗନରେ ଅବତୀର୍ଣ୍ଣ କରିପାରେ।

ଆମେରିକା ଇରାନ ସହ ଚାଲିଥିବା ଯୁଦ୍ଧରେ ଏହାର ୩ ଶକ୍ତିଶାଳୀ ବୋମାବର୍ଷୀ ବିମାନ ବି-୧ (US B-1 Bomber), ବି-୨ (US B-2 Bomber), ବି-୫୨ ଷ୍ଟ୍ରୋଟ୍ରୋଫୋଟ୍ରେସ୍ (US B-52 Stratofortress) ନିୟୋଜିତ କରିସାରିଛି। ଏହା ମଧ୍ୟରୁ ବି-୨ ଅଦୃଶ୍ୟ ରହି ସଠିକ୍ ଆକ୍ରମଣ କରିବା ପାଇଁ ସକ୍ଷମ। ଏହି ୩ ବିମାନ ପୂର୍ବରୁ ଇରାନର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଧ୍ୱଂସ କରିସାରିଛି।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Lancer vs Dancer Face-Off Amid Escalating Middle East Crisis | Argus News