Nuclear Site Attack / ନତାଞ୍ଜ ପରମାଣୁ କେନ୍ଦ୍ର ଉପରେ ଭୟଙ୍କର ଏୟାର ଷ୍ଟ୍ରାଇକ୍, ବଢ଼ିଲା ବିକିରଣ ଚିନ୍ତା
·5 months ago·2 min read

Key Points
ବଢୁଛି ଯୁଦ୍ଧ, ଥରୁଛି ମଧ୍ୟପ୍ରାଚ୍ୟ
ସୁପର ପାୱାର ଆମେରିକାକୁ ନାକରେ କନ୍ଦାଇଲାଣି ଇରାନ
ଇରାନକୁ ହରାଇ ଯୁଦ୍ଧ ଜିଣିବାକୁ ଟ୍ରମ୍ପଙ୍କ ସବୁ ପ୍ରୟାସ ଫେଲ୍

ପରମାଣୁ ଯୁଦ୍ଧ ମୁହାଁ ଇରାନ ଆମେରିକା-ଇସ୍ରାଏଲ ମହାଯୁଦ୍ଧ । ମଧ୍ୟପ୍ରାଚ୍ୟ ଯୁଦ୍ଧର ୨୨ ଦିନରେ ଥରିଲା ଇରାନର ନତାଞ୍ଜ ପରମାଣୁ କେନ୍ଦ୍ର । ଏହି ପରମାଣୁ କେନ୍ଦ୍ର ଉପରେ ହୋଇଛି ଏୟାର ଷ୍ଟ୍ରାଇକ୍ । ତେବେ ବିକିରଣ ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ସୁପର ପାୱାର ଆମେରିକାକୁ ଦୋହଲାଇ ଦେଇଛି ଇରାନ । ତେହେରାନଠାରୁ ୪୦୦୦ କିଲୋମିଟର ଦୂରରେ ଡିଏଗୋ ଗାର୍ସିଆରେ ଥିବା ଆମେରିକା-ବ୍ରିଟେନର ସେନା ବେସ୍ ଉପରେ ବାଲିଷ୍ଟିକ୍ ମିସାଇଲ୍ ମାଡ଼ କରିଛି ଇରାନ । ଏତେ ଦୂରଗାମୀ ମିସାଇଲ ଦେଖି ଛାନିଆ ଆମେରିକା ।
ପରମାଣୁ ଯୁଦ୍ଧ ମୁହାଁ ଇରାନ ଆମେରିକା-ଇସ୍ରାଏଲ ମହାଯୁଦ୍ଧ । ସମୟ ଗଡ଼ିବା ସହ ବଢ଼ୁଛି ଆକ୍ରମଣ । କିଏ କାହାକୁ ଛାଡ଼ିବା ସ୍ଥିତିରେ ନାହାନ୍ତି । ଏଭଳି ସମୟରେ ଆଜି ଇରାନର ନତାଞ୍ଜ ପରମାଣୁ ସମୃଦ୍ଧକରଣ କେନ୍ଦ୍ର ଉପରେ ହୋଇଛି ଏୟାର ଷ୍ଟ୍ରାଇକ୍ । IAEA ମଧ୍ୟ ଆକ୍ରମଣ ହୋଇଥିବା ସ୍ପଷ୍ଟ କରିଛି । ତେବେ ଏହି ଆକ୍ରମଣ ଯୋଗୁ ପରମାଣୁ ବିକିରଣ ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନି ।
ଆମେରିକା ଓ ଇସ୍ରାଏଲକୁ କଡ଼ା ଜବାବ ଦେଉଛି ଇରାନ । ଯୁଦ୍ଧର ୨୨ତମ ଦିନରେ ଇରାନ ନିଜ ବାଲାଷ୍ଟିକ ମିସାଇଲର କ୍ଷମତା ଦେଖାଇ ଟ୍ରମ୍ପଙ୍କ ନିଦ ଉଡ଼ାଇ ଦେଇଛି । ଇରାନଠାରୁ ୪୦୦୦ କିଲୋମିଟର ଦୂରରେ ଡିଏଗୋ ଗାର୍ସିଆରେ ଥିବା ଆମେରିକା-ବ୍ରିଟେନର ଏକ ସେନା ବେସ୍ ଉପରେ ଦୁଇଟି ମଧ୍ୟବର୍ତ୍ତୀ-ଦୂରଗାମୀ ବାଲିଷ୍ଟିକ୍ ମିସାଇଲ୍ ମାଡ଼ କରିଛି ଇରାନ । ଏତେ ଦୂରଗାମୀ ବାଲାଷ୍ଟିକ ମିସାଇଲ ଦେଖି ଛାନିଆ ଆମେରିକା ।
ସୂଚନା ଅନୁଯାୟୀ ଇରାନ ପାଖରେ ସର୍ବାଧିକ ୨ ହଜାର କିଲୋମିଟର ଲକ୍ଷ୍ୟଭେଦୀ ମିସାଇଲ ରହିଛି । ତେବେ ଏତେ ଦୂରଗାମୀ ମିସାଇଲ ମାଡ଼ ପରେ ଯୁଦ୍ଧର ଆକାର ଓ ପ୍ରକାର ବଦଳିଯାଇଛି । କାରଣ ଡିଏଗୋ ଗାର୍ସିଆ ଆମେରିକାର ବିଶ୍ୱସ୍ତରୀୟ ଶକ୍ତି ପ୍ରଦର୍ଶନର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର । ଏଠାରେ ଆମେରିକାର ଭାରୀ ବୋମାବର୍ଷୀ ବିମାନ ଏବଂ ନଜର ରଖିବା ପାଇଁ ଗୁପ୍ତଚର ବିମାନଗୁଡ଼ିକ ରହିଥାଏ । ଏହି ଆକ୍ରମଣ କରି ଇରାନ ଆମେରିକାକୁ ଏକ ବଡ଼ ଚ୍ୟାଲେଂଜ ଦେଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଯୁଦ୍ଧ ଶେଷ ପାଇଁ କହୁଥିବା ଟ୍ରମ୍ପ ମଧ୍ୟପ୍ରାଚ୍ୟକୁ ଅଧିକ ୩ଟି ଯୁଦ୍ଧ ଜାହାଜ ଓ ୨ ହଜାର ୫ ଶହ ଅତିରିକ୍ତ ମେରାଇନ ସୈନ୍ୟ ପଠାଇଛନ୍ତି । ସେପଟେ ଯୁଦ୍ଧ ଯୋଗୁଁ ଅଶୋଧିତ ତୈଳ ଦର ବଢ଼ୁଥିବାରୁ ଏହାକୁ ନିୟନ୍ତ୍ରଣ ପାଇଁ ଟ୍ରମ୍ପ ପ୍ରଶାସନ ଇରାନୀ ତୈଳ ଉପରୁ କିଛି କଟକଣା କୋହଳ କରିଛନ୍ତି ।
ଯୁଦ୍ଧର ଘନଘଟା ଭିତରେ ଇରାନରେ ୧୩ ଶହରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଲେବାନନରେ ହଜାରେରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ସେହିପରି ଇସ୍ରାଏଲରେ ୧୯ ଓ ଆମେରିକାର ୧୩ ଜଣ ସୈନିକ ପ୍ରାଣ ହରାଇଛନ୍ତି ।

Related Topics
Explore more stories