Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Ayatollah Arafi / ଇରାନ ଘୋଷଣା କଲା ନୂଆ ସର୍ବୋଚ୍ଚ ନେତାଙ୍କ ନାଁ; କିଏ ୟେ ଅୟାତୋଲ୍ଲା ଅରାଫି ?

Sushanta Sahoo
Browse all articles by Sushanta Sahoo
·4 months ago·2 min read
ଇରାନ ଘୋଷଣା କଲା ନୂଆ ସର୍ବୋଚ୍ଚ ନେତାଙ୍କ ନାଁ; କିଏ ୟେ ଅୟାତୋଲ୍ଲା ଅରାଫି ?
Iran’s New Interim Leader

Key Points

ଖାମେନେଇଙ୍କ ମୃତ୍ୟୁ ପରେ ଅୟାତୁଲ୍ଲା ଅଲିରେଜା ଅରାଫିଙ୍କୁ ଇରାନର ଅନ୍ତରୀଣ ସର୍ବୋଚ୍ଚ ନେତା କରାଯାଇଛି । ୬୭ ବର୍ଷୀୟ ଅରାଫି ହେଉଛନ୍ତି ଖାମେନେଇଙ୍କ ଅତି ଘନିଷ୍ଠ ସହଯୋଗୀ ।
ତେହରାନ: ଆମେରିକା-ଇସ୍ରାଏଲ୍ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲୀ ଖାମେନେଇଙ୍କ ମୃତ୍ୟୁ ହୋଇଛି । ଖାମେନେଇଙ୍କ ମୃତ୍ୟୁ ପରେ ଅୟାତୁଲ୍ଲା ଅଲିରେଜା ଅରାଫି (Ayatollah Alireza Arafi)ଙ୍କୁ ଇରାନର ଅନ୍ତରୀଣ ସର୍ବୋଚ୍ଚ ନେତା କରାଯାଇଛି ।

ଅୟାତୋଲ୍ଲା ଅରାଫି କିଏ ?

୬୭ ବର୍ଷୀୟ ଅରାଫି ହେଉଛନ୍ତି ଖାମେନେଇଙ୍କ ଅତି ଘନିଷ୍ଠ ସହଯୋଗୀ । ସେ ଦୀର୍ଘ ବର୍ଷରୁ ଇରାନର ଧାର୍ମିକ-ରାଜନୈତିକ ବ୍ୟବସ୍ଥାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ତୁଲାଇ ଆସୁଛନ୍ତି । ଅରାଫି ଆସେମ୍ବଲି ଅଫ୍ ଏକ୍ସପର୍ଟ୍ସର ଉପାଧ୍ୟକ୍ଷ ଅଛନ୍ତି, ଯିଏ କି ଇରାନର ସର୍ବୋଚ୍ଚ ନେତାଙ୍କୁ ନିଯୁକ୍ତି ଦିଅନ୍ତି ।

ଏଥିସହ ପଢ଼ନ୍ତୁ: ଇରାନ ଆକ୍ରମଣର ଭିଡିଓ ସେୟାର କଲା ଆମେରିକା ସେନା

୧୯୫୯ରେ ଇରାନର ୟଜଦ୍ ପ୍ରଦେଶର ମେୟବୋଦରେ ଜନ୍ମ ହୋଇଥିଲେ ଅରାଫି । ମୌଲବୀ ପରିବାରରୁ ଆସିଥିବା ଅରାଫିଙ୍କ ପିତା ଅୟାତୁଲ୍ଲା ମହମ୍ମଦ ଇବ୍ରାହିମ୍ ଅରାଫି ଥିଲେ ଇରାନର ଇସଲାମି ଗଣରାଜ୍ୟର ସଂସ୍ଥାପକ ଅୟାତୁଲ୍ଲା ଖୁମୈନିଙ୍କ ଘନିଷ୍ଠ ସହଯୋଗୀ ।

ପୂର୍ବରୁ ଅୟାତୁଲ୍ଲା ଅଲିରେଜା ଅରାଫି ଗର୍ଜିଅନ୍ କାଉନସିଲ୍‌ର ସଦସ୍ୟ ଥିଲେ । ଏବେ ସେ ଇରାନର ସେମିନରି ପ୍ରଣାଳୀର ନେତୃତ୍ଵ ନେଉଛନ୍ତି । ଇରାନ୍‌ର ସ୍ଥାୟୀ ସର୍ବୋଚ୍ଚ ନେତାଙ୍କୁ ଆସେମ୍ବଲି ଅଫ୍ ଏକ୍ସପର୍ଟ ବାଛିବା ପର୍ଯ୍ୟନ୍ତ ଅୟାତୁଲ୍ଲା ଅଲିରେଜା ଅରାଫି ଅନ୍ତରୀଣ ଦାୟିତ୍ଵରେ ରହିବେ ।

ଇରାନର ସରକାରୀ ନ୍ୟୁଜ୍ ଏଜେନ୍ସ ଅନୁସାରେ, ଅରାଫି ଅନ୍ତରୀଣ ନେତୃତ୍ଵ ପରିଷଦରେ ବିଧି ବିଶେଷଜ୍ଞ ସଦସ୍ୟ ଭାବେ କାମ କରିବେ । ଇରାନର ସମ୍ବିଧାନ ଅନୁସାରେ, ରାଷ୍ଟ୍ରପତି ମସୁଜ ପେଜେସାକିଅନ, ମୁଖ୍ୟ ବିଚାରପତି ଧୋଲାମ-ହୋସୈନ ମୋହସିନି-ଏଜେଇ ଓ ଗର୍ଜିଅନ କାଉନସିଲର ଜଣେ ଧର୍ମଗୁରୁଙ୍କ ସହ ପରିଷଦ ମିଶି ଦେଶର ମଙ୍ଗ ନୂଆ ସର୍ବୋଚ୍ଚ ନେତା ଚୟନ ପର୍ଯ୍ୟନ୍ତ ସମ୍ଭାଳିବେ ।

ଏଥିସହ ପଢ଼ନ୍ତୁ: ଇରାନ ଉପରେ ଇସ୍ରାଏଲର ସାଂଘାତିକ ଆକ୍ରମଣ: ଖାମେନେଇଙ୍କ ସହ ପରିବାରର ୫ ଜଣଙ୍କ ମୃତ୍ୟୁ

ଅରାଫିଙ୍କ କ୍ୟାରିୟର୍

  • ଇରାନରେ ଥିବା ମଦ୍ରାସାର ପ୍ରମୁଖ: ୨୦୧୬ରୁ ଅରାଫି ଇରାନର ଶିୟା ମଦ୍ରାସାର ପ୍ରମୁଖ ଅଛନ୍ତି ।
  • ଅଲ୍-ମୁସ୍ତଫା ଅନ୍ତର୍ଜାତୀୟ ବିଶ୍ଵବିଦ୍ୟାଳୟର ଅଧ୍ୟକ୍ଷ: ବିଶ୍ଵ ସ୍ତରରେ ଇସଲାମି ବିଚାରଧାରାକୁ ପ୍ରୋତ୍ସାହିତ କରେ ଏହି ବିଶ୍ଵବିଦ୍ୟାଳୟ । ଅରାଫି ଏହାର ଅଧ୍ୟକ୍ଷ ପୂର୍ବରୁ ଥିଲେ ।
  • ଅଭିଭାବିକ ପରିଷଦର ସଦସ୍ୟ: ୨୦୧୯ରୁ ସର୍ବୋଚ୍ଚ ନେତାଙ୍କ ଦ୍ଵାରା ନିଯୁକ୍ତ ୬ ନ୍ୟାୟବିଦ ସଦସ୍ୟଙ୍କ ମଧ୍ୟରୁ ଅରାଫି ଜଣେ । ଯିଏ କି ଇସଲାମ ଆଇନ୍ ଓ ସମ୍ବିଧାନ ସହିତ ଆଇନ୍ ଓ ଆଶାୟୀଙ୍କ ଯାଞ୍ଚ ପାଇଁ ନିଯୁକ୍ତି ।
  • ଆସେମ୍ବଲି ଅଫ୍ ଏକ୍ସପର୍ଟ୍ସର ଉପାଧ୍ୟକ୍ଷ: ଏହି ସଭା ଇରାନର ସର୍ବୋଚ୍ଚ ନେତାଙ୍କୁ ବାଛିଥାଏ । ଯାହାର ଉପାଧ୍ୟକ୍ଷ ଅଛନ୍ତି ନିଜେ ଅରାଫି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Who Is Ayatollah Alireza Arafi? Iran Names New Interim Supreme Leader | Argus News | Argus News