Iran President Masoud Pezeshkian / 'ଆମେ କେବେ ଆତ୍ମସମର୍ପଣ କରିବୁ ନାହିଁ', ଜାତି ସଂଘରେ ଖାମେନଇଙ୍କ ଫଟୋ ଦେଖାଇ ଏକଥା କହିଲେ...
·1 hour ago·2 min read

Key Points
ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ, UNGA କୁ ସମ୍ବୋଧିତ କରିବା ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମ ନେଇ କହିଥିଲେ ଯେ ଇରାନ କେବେ ମୁଣ୍ଡ ନୁଆଁଇବ ନାହିଁ।
ଇରାନ୍ ରାଷ୍ଟ୍ରପତି ମାସୁଦ ପେଜଶିକିୟାନ ବୁଧବାର (୨୩ ସେପ୍ଟମ୍ବର) ଜାତିସଂଘ ସାଧାରଣ ପରିଷଦ (UNGA)କୁ ସମ୍ବୋଧିତ କରିଥିଲେ। ଏହା ପ୍ରଥମ ଥର ପାଇଁ ହୋଇଯାଇଛି ଯେତେବେଳେ କୌଣସି ବିଦେଶୀ ନେତା ଇରାନ ଯୁଦ୍ଧରେ ସାମିଲ ରହିଥିବା ଦେଶର ମଞ୍ଚରୁ ବିଶ୍ୱ ସମୁଦାୟକୁ ସମ୍ବୋଧିତ କରିଛନ୍ତି। କଠୋର ସୁରକ୍ଷା ମଧ୍ୟରେ ନ୍ୟୁୟର୍କ ଠାରେ ପହଞ୍ଚି ଇରାନ୍ ରାଷ୍ଟ୍ରପତି ତାଙ୍କ ଅଭିଭାଷଣ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନା ନେଇ କହିଥିଲେ, ଆମେ କେବେ ଆତ୍ମସମର୍ପଣ କରିବୁ ନାହିଁ।
ରାଷ୍ଟ୍ରପତି ପେଜେଶକିୟାନ, ଡୋନାଲ୍ଡ ଟ୍ରମ୍ପଙ୍କୁ ଉଲ୍ଲେଖ କରି କହିଛନ୍ତି, "ଗତକାଲି ଆମେରିକୀୟ ରାଷ୍ଟ୍ରପତି, ଇରାନ୍ ବିଷୟରେ ଯାହା କହିଥିଲେ ତାହା ଜାତିସଂଘର ନିୟମ, ଏହାର ଆତ୍ମା ଏବଂ ମାନବତାର ମୌଳିକ ନୀତି ବିରୋଧରେ। ଯେଉଁମାନେ ଅନ୍ତର୍ଜାତୀୟ ଆଇନ ଏବଂ କୂଟନୀତି ସହିତ ପରିଚିତ ସେମାନେ ଏହା ଭଲ ଭାବରେ ବୁଝନ୍ତି।"
ସେ ଟ୍ରମ୍ପଙ୍କ ମନ୍ତବ୍ୟର ଜବାବରେ ଏକଥା କହିଛନ୍ତି। ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଉପରେ ପ୍ରତିକ୍ରିୟା ରଖି ସେ କହିଥିଲେ ଯଦି ୭ ମାସ ଧରି ଚାଲିଥିବା ଯୁଦ୍ଧ ସମାପ୍ତ କରିବା ପାଇଁ ଯଥାଶୀଘ୍ର କୌଣସି ଚୁକ୍ତି ନହୁଏ ତାହେଲେ ସେ ଇରାନକୁ ଧ୍ୱଂସ କରିଦେବେ।
ଖାମେନଇଙ୍କ ଏକ ଫଟୋ ଦେଖାଇ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ ଇରାନ ରାଷ୍ଟ୍ରପତି
ଜାତିସଂଘରେ ତାଙ୍କ ଭାଷଣ ଆରମ୍ଭରେ, ଇରାନ ରାଷ୍ଟ୍ରପତି ଦେଶର ପୂର୍ବତନ ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲି ଖାମେନଇଙ୍କ ଏକ ଫଟୋ ଦେଖାଇଲେ। ଯିଏ ଗତ ଫେବୃଆରୀ ୨୮ ତାରିଖରେ ଆମେରିକା-ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଇଥିଲେ। ଖାମେନଇଙ୍କ ଫଟୋ ପରେ, ସେ ଯୁଦ୍ଧର ପ୍ରାରମ୍ଭିକ ଦିନରେ ମୃତ ୧୫୦ ରୁ ଅଧିକ ସ୍କୁଲ ପିଲାଙ୍କ ଫଟୋ ମଧ୍ୟ ଦେଖାଇଲେ। ଏହି ଫଟୋ ସେହି ଝିଅଙ୍କ ଥିଲା ଯେଉଁମାନେ ମିନାବ ସ୍କୁଲ ଠାରେ ପଢ଼ୁଥିଲେ ଏବଂ ଆମେରିକା ଆକ୍ରମଣରେ ପ୍ରାଣ ହରାଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ବିଦ୍ୟମାନ ଆମେରିକୀୟ ଆଇନ ଅନୁଯାୟୀ ନିଆଯାଇଛି କାର୍ଯ୍ୟାନୁଷ୍ଠାନ
ଟ୍ରମ୍ପଙ୍କ ନା ନେଇ ସେ କହିଥିଲେ, "ଆମେ ମୁଣ୍ଡ ନୁଆଁଇବୁ ନାହିଁ"
ଇରାନ ରାଷ୍ଟ୍ରପତି ଜାତିସଂଘର ମଞ୍ଚରୁ କହିଥିଲେ ଯେ ତାଙ୍କ ଦେଶ ଆମେରିକୀୟ ଆତଙ୍କବାଦର ଶିକାର ହୋଇଛି। "ଆମେ କେବଳ ନିଜକୁ ରକ୍ଷା କରିଛୁ। ଆମେ ଆତଙ୍କବାଦୀ ନୁହଁ। ଆମର ଦେଶର ନିରୀହ ଲୋକ ଆମ ଉପରେ ହେଉଥିବା କାପୁରୁଷ ଆକ୍ରମଣର ଶିକାର ହୋଇଛନ୍ତି। ଆମେ ଆମର ସମସ୍ତ ଶକ୍ତି ସହିତ ନିଜକୁ ରକ୍ଷା କରିଛୁ। ଆମେରିକା ଏବଂ ଇସ୍ରାଏଲ ଆମ ଉପରେ ଆକ୍ରମଣ କରିଛନ୍ତି।"
ସେ ଆମେରିକା ବିଷୟରେ ଆହୁରି କହିଥିଲେ, "ହଁ ସେମାନେ ଆମ ଉପରେ ଆକ୍ରମଣ କରିଥିଲେ, ହେଲେ ଆମେ ମୁଣ୍ଡ ନୁଆଁଇଲୁ ନାହିଁ। ସେମାନେ ବୁଝିବା ଆବଶ୍ୟକତା ଯେ ସେମାନେ ଯେତେ ଅଧିକ କଟକଣା, ଚାପ ଏବଂ ଧମକ ଦେବେ, ଇରାନ ଲୋକଙ୍କ ପ୍ରତିରୋଧ କ୍ଷମତା ସେତେ ବୃଦ୍ଧି ପାଇବ।"
ଟ୍ରମ୍ପଙ୍କ ନାମ ନେଇ ରାଷ୍ଟ୍ରପତି ପେଜେସ୍କିଆନ କହିଥିଲେ, "ଆମେ କେବେ ଆତ୍ମସମର୍ପଣ କରିବୁ ନାହିଁ"
ଇରାନ ରାଷ୍ଟ୍ରପତି କହିଥିଲେ, "ମୁଁ ଟ୍ରମ୍ପ ଏବଂ ଆମକୁ ଭୟଭୀତ କରିବାକୁ ଚେଷ୍ଟା କରୁଥିବା ଲୋକଙ୍କୁ, ଇରାନ କ'ଣ ତାହା ବୁଝିବାକୁ କହିବାକୁ ଚାହୁଁଛି। ଆମେ ଆଲୋଚନା, କୂଟନୀତି ଏବଂ ଆପୋଷ ବୁଝାମଣା ପାଇଁ ପ୍ରସ୍ତୁତ। ହେଲେ ଆମେ କେବେ ବଳର ଭାଷା ଗ୍ରହଣ କରିବୁ ନାହିଁ।" ରାଷ୍ଟ୍ରପତି ପେଜେଶକିଆନ ଦାବି କରିଥିଲେ ଯେ ଇରାନ କେବେ ହେଲେ ନାଗରିକଙ୍କୁ ଟାର୍ଗେଟ୍ କରି ଆକ୍ରମଣ କରିନାହିଁ।

Related Topics
Explore more stories