Iran Protesters / ଇରାନ୍ ପ୍ରଦର୍ଶନକାରୀଙ୍କୁ ଚେତାବନୀ, ତୁମ ହାତରେ ୩ ଦିନ ସମୟ, ପହଞ୍ଚିଯାଅ ନଚେତ୍...
·7 months ago·2 min read

Key Points
ଇରାନ୍ ପ୍ରଦର୍ଶନକାରୀଙ୍କୁ କଠୋର ଚେତାବନୀ
କୁହାଯାଇଥିବା ସ୍ଥାନରେ ଆସି ଶୀଘ୍ର ପହଞ୍ଚ
କୁହାଯାଇଥିବା ସ୍ଥାନରେ ଆସି ଶୀଘ୍ର ପହଞ୍ଚ
ପ୍ରତିବାଦର ନିଆଂରେ ଜଳୁଛି ଇରାନ୍ । ପୁଣି ବଡ଼ ଧମକ। ସିଧା ସିଧା କହିଲେ ୩ ଦିନରେ ଆସି ଆତ୍ମସମର୍ପଣ କର। ନଚେତ କିଛି ବି ହୋଇପାରେ। ଆଉ ନିଆଯାଇପାରେ ବଡ଼ ପଦକ୍ଷେପ। ଗତ ବର୍ଷ ଡିସେମ୍ବର ଶେଷରେ ଆରମ୍ଭ ହୋଇଥିଲା ଇରାନରେ ପ୍ରତିବାଦ । ଆଉ ଏବେ ସରକାରୀ ବିରୋଧୀ ନିଆଁ ସାରା ବିଶ୍ୱକୁ ବ୍ୟାପିଲାଣି । ବର୍ତ୍ତମାନ, ବିକ୍ଷୋଭ ପ୍ରାୟତଃ ଶାନ୍ତ ହୋଇଯାଇଛି । ତଥାପି ଖାମେନି ଶାସନ "ଦଙ୍ଗାକାରୀ"ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଇରାନର ଶୀର୍ଷ ପୋଲିସ ଅଧିକାରୀ ସୋମବାର ବିକ୍ଷୋଭକାରୀଙ୍କୁ ଏକ ଚରମବାଣୀ ଜାରି କରିଛନ୍ତି ।ଯାହାକୁ କର୍ତ୍ତୃପକ୍ଷ "ଦଙ୍ଗାକାରୀ" ବୋଲି କହୁଛନ୍ତି ।
୧୧ ଦିନ ଧରି ଦେଶରେ ଇଣ୍ଟରନେଟ୍ ବନ୍ଦ ରହିଛି। ତେଣୁ ହିଂସାର ପ୍ରକୃତ ସ୍ଥିତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ମାନବାଧିକାର ଗୋଷ୍ଠୀଗୁଡ଼ିକ କହିଛନ୍ତି, କର୍ତ୍ତୃପକ୍ଷ ସ୍ୱୀକାର କରୁଥିବା କାର୍ଯ୍ୟାନୁଷ୍ଠାନ ଅପେକ୍ଷା ଅଧିକ ମାରାତ୍ମକ ପଦକ୍ଷେପ ଗ୍ରହଣ କରାଯାଇଛି।ହିଂସା ସମୟରେ ଅତି କମରେ ୫,୦୦୦ ଲୋକଙ୍କ ମୃତ୍ୟୁ ହୋଇଛି। ତେବେ ମୃତକଙ୍କ ସଂଖ୍ୟାରେ କୌଣସି ସଠିକ ତଥ୍ୟ ମିଳି ପାରିନାହିଁ। ବିଭିନ୍ନ ମୃତକ ସଂଖ୍ୟା ରିପୋର୍ଟରେ କିଛି ତାଳମେଳ ରହୁନାହିଁ। ରିପୋର୍ଟ ଅନୁଯାୟୀ, ଇରାନର କାର୍ଯ୍ୟନିର୍ବାହୀ, ବିଧାନସଭା ଓ ନ୍ୟାୟିକ ଶାଖାର ବରିଷ୍ଠ ଅଧିକାରୀମାନେ ଏକ ମିଳିତ ବିବୃତି ଜାରି କରି କହିଛନ୍ତି ହିଂସା ଯୋଗୁ ହୋଇଥିବା ଆର୍ଥିକ କ୍ଷତିର ଭରଣା ପାଇଁ ଦିନରାତି କାମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ଏଥିସହ ପଢ଼ନ୍ତୁ: ତୁଷାରପାତରେ ଘୋଡ଼େଇ ହୋଇଛି ରାସ୍ତା, ଆଖି ପିଛୁଳାକେ ପିଟି ହେଲା ୧୦୦ ଗାଡ଼ି
ଶୀର୍ଷ ପୋଲିସ ଅଧିକାରୀ କହିଛନ୍ତି ଯେ ସେମାନଙ୍କୁ ତିନି ଦିନ ମଧ୍ୟରେ ଆତ୍ମସମର୍ପଣ କରିବାକୁ ପଡିବ । ନଚେତ୍ କଠୋର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡିବ।ଇରାନର ଜାତୀୟ ପୋଲିସ ମୁଖ୍ୟ ଦେଶରେ ହିଂସା ଘଟଣାରେ ସମ୍ପୃକ୍ତ ପ୍ରଦର୍ଶନକାରୀଙ୍କୁ ଏକ କଠୋର ଆଲଟିମେଟମ୍ ଜାରି କରିଛନ୍ତି। ସେମାନଙ୍କୁ ଆତ୍ମସମର୍ପଣ କରିବାକୁ ଧମକ ଦେଇଛନ୍ତି। ନଚେତ୍ କଠୋର ଦଣ୍ଡାଦେଶ କରାଯିବ। ଏଥି ପାଇଁ ତିନି ଦିନ ସମୟ ଦିଆଯାଇଛି ବୋଲି ଚେତାବନୀ ଦେଇଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜାତୀୟ ପୋଲିସ ମୁଖ୍ୟ ଅହମଦ-ରେଜା ରାଦାନ କହିଛନ୍ତି, ଯେଉଁମାନେ ପ୍ରତିବାଦରେ ଅଂଶଗ୍ରହଣ କରିଛନ୍ତି ସେମାନଙ୍କୁ ୭୨ ଘଣ୍ଟା ମଧ୍ୟରେ ଆତ୍ମସମର୍ପଣ କରିବାକୁ ପଡିବ ନଚେତ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରଦର୍ଶନ ଇରାନର ନେତୃତ୍ୱ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର:
ଅଧିକ ପଢ଼ନ୍ତୁ ବିଦେଶ ଖବର:
Related Topics
Explore more stories