Vehicle Accident / ତୁଷାରପାତରେ ଘୋଡ଼େଇ ହୋଇଛି ରାସ୍ତା, ଆଖି ପିଛୁଳାକେ ପିଟି ହେଲା ୧୦୦ ଗାଡ଼ି
·7 months ago·2 min read

Key Points
ଭୟଙ୍କର ସଡ଼କ ଦୁର୍ଘଟଣା
୧୦୦ ରୁ ଅଧିକ ଗାଡ଼ି ପଛକୁ ପଛ ଧକ୍କା
୧୦୦ ରୁ ଅଧିକ ଗାଡ଼ି ପଛକୁ ପଛ ଧକ୍କା
ଭୟଙ୍କର ସଡ଼କ ଦୁର୍ଘଟଣା। ପଛକୁ ପଛ ପିଟିହେଲା ୧୦୦ରୁ ଅଧିକ ଗାଡ଼ି। ଏହି ଦୁର୍ଘଟଣା ଦେଖିଲା ବେଳକୁ ଭୟ ଲାଗୁଛି। ଏଭଳି ଘଟଣା ଘଟିଛି ଆମେରିକାର ମଧ୍ୟ-ପଶ୍ଚିମ ଅଞ୍ଚଳରେ । ଯେଉଁଠି ପ୍ରବଳ ତୁଷାରପାତ ସାଧାରଣ ଜୀବନଯାତ୍ରାକୁ ସମ୍ପୂର୍ଣ୍ଣ ଭାବରେ ବ୍ୟାହତ କରିଦେଇଛି। ଏହି ଝଡ଼ର ସବୁଠାରୁ ଖରାପ ପ୍ରଭାବ ମିସିଗାନ ରାଜ୍ୟରେ ଦେଖିବାକୁ ମିଳିଛି। ପ୍ରବଳ ତୁଷାରପାତ ଓ ଅତ୍ୟନ୍ତ ଦୁର୍ବଳ ଦୃଶ୍ୟମାନ୍ୟତା ଯୋଗୁ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ରାଜପଥରେ ୧୦୦ରୁ ଅଧିକ ଗାଡ଼ି ପରସ୍ପର ସହିତ ପଛକୁ ପଛ ଧକ୍କା ହୋଇଛନ୍ତି। ବହୁ ଲୋକ ସେମାନଙ୍କ ଗାଡ଼ି ଭିତରେ ଫସି ରହିଛନ୍ତି। ସେମାନଙ୍କ ପାଖରେ ପହଞ୍ଚିବାକୁ ବହୁତ ସମୟ ଲାଗିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଉଦ୍ଧାର ହୋଇଥିବା ଆହତମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
କିଛି ଲୋକଙ୍କୁ ଘଟଣାସ୍ଥଳରେ ପ୍ରାଥମିକ ଚିକିତ୍ସା ଦିଆଯାଇଛି। ଆମେରିକା ମଧ୍ୟ-ପଶ୍ଚିମରେ ଥିବା ଅନେକ ରାଜ୍ୟରେ ତାପମାତ୍ରା ଶୂନ ତଳକୁ ଖସିଯାଇଛି। ପ୍ରବଳ ତୁଷାରପାତ, ବିଦ୍ୟୁତ୍ ବିଭ୍ରାଟ ଓ ବିମାନ ବାତିଲ ଯୋଗୁ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଆଗାମୀ ଦିନରେ ପରିସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଜାରି କରିଛି। ଦୁର୍ଘଟଣାକୁ ସାମ୍ପ୍ରତିକ ବର୍ଷଗୁଡ଼ିକରେ ସବୁଠାରୁ ଗୁରୁତର ଶୀତକାଳୀନ ଘଟଣା ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଉଛି। ମିସିଗାନ ରାଜ୍ୟ ପୋଲିସ ଓ ପରିବହନ ବିଭାଗ କହିଛନ୍ତି ଦୁର୍ଘଟଣା ଅତ୍ୟନ୍ତ ଖରାପ ପାଗ ଯୋଗୁ ଘଟିଛି। ପାଗ କମିବା ପର୍ଯ୍ୟନ୍ତ ଯାତ୍ରା ଏଡାଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଅନେକ ପ୍ରମୁଖ ରାଜପଥ ବନ୍ଦ କରିଦିଆଯାଇଥିବାବେଳେ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ସୂଚନା ଜାରି କରାଯାଇଛି।
ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଦୁର୍ଘଟଣା ସମୟରେ ପ୍ରବଳ ତୁଷାରପାତ ହେଉଥିଲା। ରାସ୍ତା ଧଳା ବରଫର ଚାଦରରେ ଆଚ୍ଛାଦିତ ହୋଇଥିଲା। ଯାହା ଫଳରେ ସ୍ପଷ୍ଟ ଭାବରେ ଦେଖିବା କଷ୍ଟକର ହୋଇପଡ଼ିଥିଲା। ଏଥିସହ ପଢ଼ନ୍ତୁ: ୩ ଦିନ ଚିଲିକାରେ ଡଲଫିନ୍ ଗଣନା, ବନ୍ଦ ରହିବ ଡଙ୍ଗା ଚଳାଚଳ ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି, ଗୋଟିଏ ଗାଡ଼ି ହଠାତ୍ ରାସ୍ତାରୁ ଖସିଯାଇଥିଲା। ପଛରେ ଥିବା ଗାଡ଼ିଗୁଡ଼ିକ ସମୟ ମଧ୍ୟରେ ବ୍ରେକ୍ ଦେଇପାରିଲେ ନାହିଁ। ଫଳରେ ପଛକୁ ପଛ ଗୋଟିଏ ପରେ ଗୋଟିଏ ଗାଡ଼ି ଧକ୍କା ହୋଇଥିଲା। କିଛି ସେକେଣ୍ଡ ମଧ୍ୟରେ ଏହା ଏକ ବଡ଼ ଦୁର୍ଘଟଣାରେ ପରିଣତ ହୋଇଥିଲା।
ଏଥିସହ ପଢ଼ନ୍ତୁ: ୩ ଦିନ ଚିଲିକାରେ ଡଲଫିନ୍ ଗଣନା, ବନ୍ଦ ରହିବ ଡଙ୍ଗା ଚଳାଚଳ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚାଳକମାନେ ନିଜ ନିଜ ଗାଡ଼ିକୁ ନିୟନ୍ତ୍ରଣ କରିବାକୁ ସମୟ ପାଇଡ଼ଥିଲେ। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୁଲିସ, ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ଦଳ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚିଛନ୍ତି। ଖରାପ ପାଗ ଯୋଗୁ ଉଦ୍ଧାର କାର୍ଯ୍ୟ ଅତ୍ୟନ୍ତ କଷ୍ଟକର ହୋଇପଡିଛି। ପ୍ରବଳ ତୁଷାରପାତ ରାସ୍ତା ଅବରୋଧ କରିଥିବାବେଳେ ଦୃଶ୍ୟମାନତା ହ୍ରାସ ପାଇଛି। ପ୍ରବଳ ଥଣ୍ଡା ପବନ ହାଇପୋଥର୍ମିଆ ହେବାର ଆଶଙ୍କା ସୃଷ୍ଟି କରିଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର:
ଅଧିକ ପଢ଼ନ୍ତୁ ବିଦେଶ ଖବର:
Related Topics
Explore more stories