America Iran War / ଆମେରିକାରେ ଭୟଙ୍କର ସ୍ଥିତି, ଆମେରିକାର C-130 ବିମାନକୁ ମାରି ଖସାଇଲା ଇରାନ
·5 months ago·2 min read

Key Points
ଆମେରିକାର C-130 ବିମାନକୁ ମାରି ଖସାଇଲା ଇରାନ
ଥରିଲା ଆମେରିକା, ଚାଲିଗଲା ୫ ଜଣଙ୍କ ଜୀବନ
ଥରିଲା ଆମେରିକା, ଚାଲିଗଲା ୫ ଜଣଙ୍କ ଜୀବନ
ଆମେରିକାର ବିମାନକୁ ମାରି ଖସେଇଦେଲା ଇରାନ୍। ଖଣ୍ଡ ଖଣ୍ଡ ହୋଇଗଲା ଆମେରିକାର ବିମାନ। ଆଉ ଏଥିରେ ଚାଲିଗଲା ୫ ଜଣଙ୍କ ଜୀବନ। ଇରାନ, ଆମେରିକାର ଏଫ-୧୫ ଏବଂ ଏ-୧୦ ଯୁଦ୍ଧ ବିମାନକୁ ମାରି ଖସାଇ ଦେବା ପରେ ଅନ୍ୟ ଏକ ଯୁଦ୍ଧ ବିମାନ ସି-୧୩୦ କୁ ମାରି ଖସାଇ ଦେଇଥିବାର ଦାବି କରିଛି । ଫାର୍ଶୀ ନ୍ୟୁଜି ଏଜେନ୍ସି ପକ୍ଷରୁ ମିଳିଥିବା ସୂଚନା ମୁତାବକ ନଷ୍ଟ କରାଯାଇଥିବା ଯୁଦ୍ଧ ବିମାନଟି ଆମେରିକାର ସି-୧୩୦ ଶ୍ରେଣୀର ମିସାଇଲ ବିମାନ ଥିଲା । ଏହା ଇରାନର ସ୍ୱତନ୍ତ୍ର ପୋଲିସ କମାଣ୍ଡୋ ୟୁନିଟ ଫରାଜ ରେଂଜର ଟାର୍ଗେଟ କରି ଖସାଇ ଦେଇଛନ୍ତି ।ଏହା ପୂର୍ବରୁ ରବିବାର ଦିନ ଇରାନ ସେନା ପକ୍ଷରୁ କୁହାଯାଇଥିଲା ଯେ, ସେମାନେ ସେହି ସମାନ ଅଞ୍ଚଳରେ ଏକ ଇସ୍ରାଏଲ୍ ଡ୍ରୋନକୁ ମଧ୍ୟ ମାରି ଖସାଇ ଦେଇଛନ୍ତି।
ଇରାନ ସଶସ୍ତ୍ର ବାହିନୀର ଏକୀକୃତ କମାଣ୍ଡ, ଖାତମ ଅଲ-ଅମ୍ବିୟା ସେଣ୍ଟ୍ରାଲ ମୁଖ୍ୟାଳୟର ପ୍ରବକ୍ତା ସୂଚନା ଦେଇଛନ୍ତି ଯେ, ମାରି ଖସାଯାଇଥିବା ବିମାନଗୁଡ଼ିକ ମଧ୍ୟରେ ଏକ ସି-୧୩୦ ସାମରିକ ପରିବହନ ବିମାନ ଏବଂ ଦୁଇଟି ‘ବ୍ଲାକ୍ ହକ୍’ ହେଲିକପ୍ଟର ସାମିଲ ଅଛି। ଇରାନ ଦାବୀ କରିଛି ଯେ, ସେ ଇସଫାହାନଠାରେ ଆମେରିକାର ଏକ ସି-୧୩୦ ବିମାନକୁ ମାରି ଖସାଇ ଦେଇଛି । ଇରାନ ଏହା ଦାବୀ କରିଛି ଯେ, ଏହି ଆକ୍ରମଣ ପାଇଲଟକୁ ଧରିବା ଉଦ୍ଦେଶ୍ୟରେ କରାଯାଇଥିଲା । ଏହା ପୂର୍ବରୁ ଆମେରିକାର ଏହି ମିଶନରେ ଲାଗିଥିବା ଦୁଇଟି ବ୍ଲାକ ହକ ହେଲିକପ୍ଟର ନଷ୍ଟ ହୋଇଥିବା କଥାକୁ ସ୍ୱୀକାର କରିଥିବାବେଳେ କିନ୍ତୁ ସି-୧୩୦ ବିମାନ ବିଷୟରେ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇ ନାହିଁ ।
ଏଥିସହ ପଢ଼ନ୍ତୁ: ଇରାନରେ ପଶି ନିଖୋଜ ପାଇଲଟଙ୍କୁ ଉଦ୍ଧାର କଲା ଆମେରିକା; ପିଠି ଥାପୁଡାଇଲେ ଟ୍ରମ୍ପ
ପ୍ରକାଶ ଥାଉକି, ଇରାନ ଗତ କିଛି ଦିନ ଭିତରେ ଆମେରିକାର ଏଫ-୧୫ ଫାଇଟ ଜେଟକୁ ମାରି ଖସାଇ ଦେଇଥିଲା । ଏହି ମଧ୍ୟରେ ବିମାନର ଗୋଟିଏ ପାଇଲଟଟି ସୁରକ୍ଷିତ ଭାବେ ବଂଚିଯାଇଥିବାବେଳେ ଅନ୍ୟ ଏକ ପାଇଲଟ ନିଖୋଜ ରହିଥିବାବେଳେ ତାକୁ ଆଜି ଆମେରିକା ଖୋଜି ପାଇଥିବାର ଦାବି କରିଛି । ଇରାନ ପୋଲିସ କମାଣ୍ଡ ଘୋଷଣା କରିଛି ଯେ, ଇସଫାହାନର ଦକ୍ଷିଣ ଭାଗରେ ଆମେରିକାର ଏକ ସି-୧୩୦ ବିମାନକୁ ମାରି ଖସାଇ ଦିଆଯାଇଛି। ସେହି ସଂଗଠନ ପକ୍ଷରୁ କୁହାଯାଇଛି, “ଏକ ମିଳିତ ଅଭିଯାନ (ଏରୋସ୍ପେସ୍, ସ୍ଥଳସେନା, ଜନସାଧାରଣ ସଂଗଠନ, ବାସିଜ୍ ଏବଂ ପୋଲିସ କମାଣ୍ଡ) ମାଧ୍ୟମରେ ଶତ୍ରୁପକ୍ଷର ଉଡ଼ନ୍ତା ଯାନଗୁଡ଼ିକୁ ନଷ୍ଟ କରି ଦିଆଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ବିଦେଶ ଖବର:
Related Topics
Explore more stories