Iran Issues Hit List / ଆହୁରି ରକ୍ତମୁଖା ହେଲା ଇରାନ; ଟାର୍ଗେଟରେ ଉପସାଗରୀୟ ଦେଶର ୮ ଠିକଣା
·1 hour ago·2 min read

Key Points
କରାଜ ବ୍ରିଜ୍ ଉପରେ ଆମେରିକାର ଆକ୍ରମଣ ପରେ ଇରାନ ଏକ ହିଟ୍ ଲିଷ୍ଟ ଜାରି କରିଛି । ଟାର୍ଗେଟ୍ ତାଲିକାରେ ତେହରାନ ଉପସାଗରୀୟ ଦେଶର ୮ଟି ବଡ଼ ପୋଲକୁ ରଖିଛି ।
ତେହରାନ: ଇରାନର ସବୁଠୁ ବଡ଼ ପୋଲ ଉପରେ ଆକ୍ରମଣ କରିଛି ଆମେରିକା । ଯାହା ଇରାନକୁ ଆହୁରି ଉତ୍ତେଜିତ କରିଛି । କରାଜ ବ୍ରିଜ୍ ଉପରେ ଆମେରିକାର ଆକ୍ରମଣ ପରେ ଇରାନ ଏକ ହିଟ୍ ଲିଷ୍ଟ ଜାରି କରିଛି । ଟାର୍ଗେଟ୍ ତାଲିକାରେ ତେହରାନ ଉପସାଗରୀୟ ଦେଶର ୮ଟି ବଡ଼ ପୋଲକୁ ରଖିଛି । ଏଭଳି ଭାବେ ପେଣ୍ଟାଗନକୁ ତେହରାନ ଚେତାଇ ଦେଇଛି ଯେ ଏସବୁ ଠିକଣା ଆମ ରେଞ୍ଜ ଭିତରେ ରହିଛି ।
ତେହରାନ ଟାର୍ଗେଟ୍ ତାଲିକାରେ ଉପସାଗରୀଯ ଦେଶର 8ଟି ପୋଲ ରହିଛି । ଏସବୁକୁ ଇସଲାମିକ ରିଭୋଲ୍ଯୁସନରୀ ଗାର୍ଡ କର୍ପସ୍ କୌଣସି ମୁହୂର୍ତ୍ତରେ ଟାର୍ଗେଟ୍ କରିପାରେ । ଇରାନର ସରକାରୀ ନ୍ଯୁଜ୍ ଏଜେନ୍ସି ଅନୁସାରେ, ଉପସାଗରୀୟ ଦେଶ ସହ ଏହି ତାଲିକାରେ ଜୋର୍ଡାନର ବଡ଼ ପୋଲ ମଧ୍ଯ ରହିଛି ।
ଏଥିସହ ପଢ଼ନ୍ତୁ: ଇରାନ ଉପରେ ଆମେରିକାର ବଡ଼ ଆକ୍ରମଣ......ବୋମା ମାଡ଼ରେ ମଧ୍ୟପ୍ରାଚ୍ୟର B1 ପୋଲ ଧ୍ୱଂସ
ଇରାନ ଟାର୍ଗେଟରେ ୮ ବ୍ରିଜ୍
ରିପୋର୍ଟ ଅନୁସାରେ, ଇରାନର ଏହି ତାଲିକାରେ କୁଏତର 'ଶେଖ ଜାବେର ଅଲ-ଅହମଦ ଅଲ-ସବାହ ସି ବ୍ରିଜ୍', ୟୁଏଇର 'ଶେଖ ଜାୟଦ ବ୍ରିଜ୍', 'ଅଲ ମକ୍ତା ବ୍ରିଜ' ଓ 'ଶେଖ ଖଲିଫା ବ୍ରିଜ', ସାଉଦି ଆରବକୁ ବାହାରିନ ସହ ଯୋଡ଼ୁଥିବା 'କିଙ୍ଗ ପହଦ କଞ୍ଜଓ୍ବେ ରହିଛି ।' ଏଥିସହ ଜୋର୍ଡାନର 'କିଙ୍ଗ ହୁସେନ ବ୍ରିଜ୍', 'ଦାମିଆ ବ୍ରିଜ' ଓ 'ଅବ୍ଦୁନ ବ୍ରିଜ' ଇରାନର ଟାର୍ଗେଟ୍ ହୋଇପାରେ ।
ତୈଳ ରିଫାଇନାରୀ ଉପରେ ଆକ୍ରମଣ
ଏହାରି ଭିତରେ ଶୁକ୍ରବାର ଇରାନ, କୁଏତର ମୀନା ଅଲ-ଅହମଦୀ ତୈଳ ବିଶୋଧନାଗାର ଉପରେ ଡ୍ରୋନ୍ ଆକ୍ରମଣ କରିଛି । ଡ୍ରୋନ୍ ଆକ୍ରମଣ ଫଳରେ ସେଠାରେ ନିଆଁ ଲାଗିଛି । ସରକାରୀ କମ୍ପାନୀ କୁଏତ ପେଟ୍ରୋଲିୟମ୍ କର୍ପୋରେସନ୍ ମଧ୍ଯ ଆକ୍ରମଣ ହୋଇଥିବା ଏବଂ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ସ୍ପଷ୍ଟ କରିଛି । ତେବେ ଏହି ଆକ୍ରମଣରେ କେହି ମୃତାହତ ହୋଇ ନାହାନ୍ତି ।
ଏଥିସହ ପଢ଼ନ୍ତୁ: ଯୁଦ୍ଧ ବେଳେ ବଢିଲା ସମସ୍ୟା; କିଛି ମାସ ମଧ୍ୟରେ ଶେଷ ହୋଇଯିବ ଟମହକ୍!
ସବୁଠୁ ବଡ଼ ପୋଲ ଉପରେ ଆକ୍ରମଣ
ଗୁରୁବାର ରାତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ ଯେ, ଇରାନର ସବୁଠୁ ବଡ଼ ପୋଲକୁ ଧ୍ଵଂସ କରି ଦେଇଛୁ । ଏଥିସହ ଟ୍ରମ୍ପ ଚେତାବନୀ ଦେଇ କହିଥିଲେ, "ବହୁତ ବିଳମ୍ବ ହେବା ପୂର୍ବରୁ ଇରାନ ବୁଝାମଣା କରି ନେଉ ।" ଆକ୍ରମଣ ବେଳର ଏକ ଭିଡିଓ ଟ୍ରମ୍ପ ପୋଷ୍ଟ ମଧ୍ୟ କରିଛନ୍ତି ।
ତେହରାନ ଠାରୁ ପ୍ରାୟ ୪୦ କିଲୋମିଟର ପଶ୍ଚିମରେ କରାଜ ସହରରେ ରହିଛି ଏହି ବି୧ ପୋଲ । ଯାହାକି ତେହରାନ-କରାଜ ପୋଲ ଭାବେ ଜଣାଶୁଣା । ଏହି ପୋଲ ଦ୍ଵାରା ତେହରାନ ଓ କରାଜ ଯାତ୍ରା ସମୟ ଗୋଟିଏ ଘଣ୍ଟାରୁ ହ୍ରାସ ପାଇ ୧୦ ମିନିଟ ଲାଗିଥାଏ । ଯାହାକି ପରିବହନ ଲାଗି ଗୁରୁତ୍ଵପୂର୍ଣ୍ଣ ମାଧ୍ୟମ । ଏହି ଐତିହାସିକ ପ୍ରକଳ୍ପ ପୁରା ହେବାକୁ ଯାଉଥିବା ବେଳେ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଥିଲା । ଏବେ ଏହାକୁ ଆମେରିକା ନଷ୍ଟ କରି ଦେଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories