US Tomahawk Missiles / ଯୁଦ୍ଧ ବେଳେ ବଢିଲା ସମସ୍ୟା; କିଛି ମାସ ମଧ୍ୟରେ ଶେଷ ହୋଇଯିବ ଟମହକ୍!
·5 months ago·2 min read

Key Points
ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ବେଳେ ଆମେରିକା ସେନା ଲାଗି ଚିନ୍ତା ବଢାଇଛି ଟମହକ୍ ମିସାଇଲ।
US Tomahawk Missiles Stock: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ବେଳେ ଆମେରିକା ଲାଗି ବଢିଛି ସମସ୍ୟା। ଇରାନ୍ ଉପରେ ଆକ୍ରମଣ କରିବା ପାଇଁ ବହୁଳ ମାତ୍ରାରେ ଟମହକ୍ ମିସାଇଲ ବ୍ୟବହାର କରୁଛି ଆମେରିକା। ଏହି ଯୁଦ୍ଧରେ ପାଖାପଖି ୮୫୦ ରୁ ଅଧିକ ଟମାହକ୍ କ୍ଷେପଣାସ୍ତ୍ର ନିକ୍ଷେପ ହୋଇସାରିଛି। ଯାହାର ଫଳସ୍ୱରୂପ, ଆମେରିକା ଟମହକ୍ କ୍ଷେପଣାସ୍ତ୍ରର ଅଭାବର ସାମ୍ନା କରୁଛି। ପରିସ୍ଥିତି ଏପରି ହୋଇଛି ଯେ କିଛି ମାସ ମଧ୍ୟରେ ଏହି କ୍ଷେପଣାସ୍ତ୍ର ଶେଷ ହୋଇଯିବାର ସମ୍ଭାବନା ରହିଛି। ଏବେ ଆମେରିକା ପାଖରେ କେବଳ ୩-୪ ମାସ ପାଇଁ ବ୍ୟବହାର ହୋଇପାରିବା ଭଳି ପରିମାଣରେ ମିସାଇଲ ମହଜୁଦ ରହିଥିବାର କୁହାଯାଉଛି।
କେତେ କ୍ଷେପଣାସ୍ତ୍ର ଉତ୍ପାଦନ କରାଯାଇଛି?
ଆମେରିକା ଗତ ୨୦୧୯ ପରଠାରୁ ନିୟମିତ ଭାବରେ ଟମହକ୍ କ୍ଷେପଣାସ୍ତ୍ରକୁ ପୁନଃପ୍ରମାଣିତ (Recertification) ଏବଂ ଆଧୁନିକୀକରଣ (Modernization) କାର୍ଯ୍ୟ କରିଆସୁଛି। ଯାହା ପ୍ରତିବର୍ଷ ପ୍ରାୟ ୨୫୦ କ୍ଷେପଣାସ୍ତ୍ରର ବ୍ୟବହାର କରିବାର ଅବଧି (Service Life of Missiles) ବୃଦ୍ଧି ପାଇଛି। ଯାହାର ଫଳସ୍ୱରୂପ ଉତ୍ପାଦନ ଆରମ୍ଭ ହେବା ପରଠାରୁ ୯୨୪୦ କ୍ଷେପଣାସ୍ତ୍ର ଅଧିଗ୍ରହଣ କରାଯାଇଛି।
ଏହା ସହ ପଢନ୍ତୁ: US Reaper Drone Crash / ଇରାନ ଆକ୍ରମଣରେ ଧ୍ୱଂସ ହୋଇଗଲା ସବୁଠାରୁ ଘାତକ ଡ୍ରୋନ; ଚିନ୍ତାରେ ଟ୍ରମ୍ପ
ମିସାଇଲ ନିର୍ମାଣ ପାଇଁ ଲାଗିଥାଏ କେତେ ସମୟ?
ଗୋଟିଏ ଟମାହକ୍ କ୍ଷେପଣାସ୍ତ୍ର ନିର୍ମାଣ କରିବାକୁ ପ୍ରାୟ ଦୁଇ ବର୍ଷ ସମୟ ଲାଗିଥାଏ। ଏହାର ମୂଲ୍ୟ ପ୍ରାୟ ୩.୬ ମିଲିୟନ ଆମେରିକୀୟ ଡଲାର। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ହେଉଛି ପ୍ରାୟ ୩୦ କୋଟି ଟଙ୍କା। ଗତ ବର୍ଷର ବଜେଟ୍ ରେ କେବଳ ୫୭ ଟମହକ୍ କ୍ଷେପଣାସ୍ତ୍ର ଅନ୍ତର୍ଭୂକ୍ତ କରାଯାଇଥିଲା। ହେଲେ ତଥାପି ଆମେରିକୀୟ ପ୍ରତିରକ୍ଷା ବିଭାଗ ଅସ୍ତ୍ରାଗାରରେ ମହଜୁଦ ରହିଥିବା ଟମାହକ୍ କ୍ଷେପଣାସ୍ତ୍ରର ସଠିକ୍ ସଂଖ୍ୟା ପ୍ରକାଶ କରିନାହିଁ। ଏହା ହେଉଛି ଏକ ଅତ୍ୟନ୍ତ ଉନ୍ନତ ଧରଣର ଆଗ୍ନେୟାସ୍ତ୍ର। ଯାହାର ଲକ୍ଷ୍ୟ ଭେଦ କରିବାର କ୍ଷମତା ହେଉଛି ୧୦୦୦ ମାଇଲ୍ ଅର୍ଥାତ ପ୍ରାୟ ୧୬୦୦ କିଲୋମିଟର। ଏହି କ୍ଷେପଣାସ୍ତ୍ର ଅତ୍ୟନ୍ତ ସଠିକ, ଉପଗ୍ରହ-ନିୟନ୍ତ୍ରିତ ଏବଂ ଉଡ଼ାଣ ସମୟରେ ଏହାର ଲକ୍ଷ୍ୟସ୍ଥଳକୁ ସ୍ୱୟଂ ଚିହ୍ନଟ କରିପାରେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ବେଳେ ଆମେରିକାର ବିମାନ ବାହକ ଯୁଦ୍ଧପୋତ ୟୁଏସଏସ ଆବ୍ରାହମ ଲିଙ୍କନ, ଏଡବ୍ଲ୍ୟୁଏସିଏସ ବିମାନ, ଏମକ୍ୟୁ-୯ ରିପର ଡ୍ରୋନ୍ ଉପରେ , ଇରାନ ଆକ୍ରମଣ କରିଛି। ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଯୁଦ୍ଧରେ ଏପର୍ଯ୍ୟନ୍ତ ଅନେକ ଆମେରିକୀୟ ଏମକ୍ୟୁ-୯ ରିପର ଡ୍ରୋନ୍ ନଷ୍ଟ ହୋଇଥିବାର ଖବର ଆସୁଛି। ରିପୋର୍ଟ ଅନୁଯାୟୀ ଗୋଟିଏ ଏମକ୍ୟୁ-୯ ଡ୍ରୋନ୍ ର ମୂଲ୍ୟ ଭାରତୀୟ ମୁଦ୍ରାରେ ୨୫୦ ରୁ ୨୬୫ କୋଟି ହେବ ବୋଲି କୁହାଯାଇଛି।
Related Topics
Explore more stories