Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଇରାନ ମାରୁଛି ମୀମ୍ସ୍ ବମ୍; ଉଡ଼ିଲା ଟ୍ରମ୍ପଙ୍କ ମଜାକ

International

Iran Memes Bomb / ଇରାନ ମାରୁଛି ମୀମ୍ସ୍ ବମ୍; ଉଡ଼ିଲା ଟ୍ରମ୍ପଙ୍କ ମଜାକ

Subhramjit Ray
Browse all articles by Subhramjit Ray
·1 month ago·3 min read
ଇରାନ ମାରୁଛି ମୀମ୍ସ୍ ବମ୍; ଉଡ଼ିଲା ଟ୍ରମ୍ପଙ୍କ ମଜାକ
Iran Memes Bomb

Key Points

ବିଶ୍ୱର ବିଭିନ୍ନ ଦେଶରେ ଅବସ୍ଥାପିତ ଇରାନୀ ମିଶନ ଏବଂ ଦୂତାବାସ ଆମେରିକା ଏବଂ ଡୋନାଲ୍ଡ ଟ୍ରମ୍ପଙ୍କୁ ପରିହାସ କରି ଅନେକ ମୀମ୍ସ୍ ଏବଂ ସୋସିଆଲ ମିଡ଼ିଆ ପୋଷ୍ଟ ସେୟାର କରିଛି।
US Iran Memes War: ପାରମ୍ପରିକ ସଂଘର୍ଷ ପରେ ଏବେ "ମୀମ୍ସ୍" ଯୁଦ୍ଧରେ ମାତି ଯାଇଛନ୍ତି ଇରାନ-ଆମେରିକା। ପ୍ରଥମେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ଆମେରିକା ସେନା ପାରସ୍ୟ ଉପସାଗରରେ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀରେ ଅବରୋଧ ଲଗାଇଛି। ଆଉ ଏହାର ଜବାବ ଦେବାକୁ ଯାଇ ଇରାନ ଆମେରିକା ଉପରେ ଏକ "ମୀମ୍ସ୍ ବମ୍" ପକାଇ ପ୍ରତିଶୋଧ ନେଇଛି। ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଆରମ୍ଭ ହୋଇଯିବା ପର ଠାରୁ ଇରାନ ସେନା ହର୍ମୁଜ୍ ଜଳମାର୍ଗକୁ ଏହାର ନିୟନ୍ତ୍ରଣରେ ରଖିଛି। ଏହି ଜଳ ମାର୍ଗ ବୈଶ୍ୱିକ ତୈଳ ଏବଂ ପ୍ରାକୃତିକ ଗ୍ୟାସ କାରବାର ପାଇଁ ବ୍ୟବହୃତ ହେଉଥିବା ବିଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ।

ଏହି ସାମୁଦ୍ରିକ ପଥରେ କେବଳ କିଛି ନିର୍ଦ୍ଧିଷ୍ଟ ଦେଶର ଜାହାଜକୁ ଯିବା ଆସିବା କରିବା ପାଇଁ ଅନୁମତି ଦିଆଯାଉଛି। ଏବେ ରାଷ୍ଟ୍ରପତି ଟ୍ରମ୍ପଙ୍କ ହର୍ମୁଜ୍ ଜଳମାର୍ଗକୁ ଆମେରିକା ସେନା ଅବରୋଧ କରିଥିବା ଦାବିର ମଜାକ ଉଡ଼ାଇଛି ଇରାନ। ଏହି ଘଟଣାରେ ମୁମ୍ବାଇ ସ୍ଥିତ ଇରାନୀ କନସୁଲେଟ୍ ଗତ ୨୦୦୭ ରେ ରିଲିଜ ହୋଇଥିବା ବଲିଉଡ୍ ଚଳଚ୍ଚିତ୍ର "ଧମାଲ" ର ଏକ ପ୍ରସିଦ୍ଧ ଦୃଶ୍ୟକୁ ସେୟାର କରିଛି। ଯେଉଁଥିରେ ଅଭିନେତା ରିତେଶ ଦେଶମୁଖ ତାଙ୍କୁ ପିଛା କରୁଥିବା ଲୋକଙ୍ କଠାରୁ ରକ୍ଷା ପାଇବା ପାଇଁ କାନ୍ଥ ବିନା ଏକ ଘରର ଦ୍ୱାର ପଛରେ ଲୁଚି ରହିଥିବାର ଦେଖିବାକୁ ମିଳିଛି।


ଏହି ମୀମ୍ସ୍ ଭିଡ଼ିଓରେ ରିତେଶ ଦେଶମୁଖଙ୍କ ଚରିତ୍ରକୁ ଆମେରିକା ଏବଂ ତାଙ୍କ ପିଛା କରୁଥିବା ଲୋକଙ୍କୁ ଇରାନ ଭାବରେ ଦର୍ଶାଯାଇଛି। ମୁମ୍ବାଇର ଇରାନୀ କନସୁଲେଟ୍ ଏହା ଏକ୍ସ ହ୍ୟାଣ୍ଡେଲ୍ ରେ ଏହି ଭିଡ଼ିଓ କ୍ଲିପ୍ ସେୟାର କରି ଲେଖିଛି ଯେ "Indian memes are GOAT।" ଏଠାରେ "GOAT" ଏକ ଲୋକପ୍ରିୟ ଅପବାଦ ଶବ୍ଦ ଯାହାର ଅର୍ ହେଉଛିଥ "ସର୍ବକାଳୀନ ଶ୍ରେଷ୍ଠ" (Greatest of All Time)। ଯେତେବେଳେ କୌଣସି ଜନିଷ ଅଥବା ବସ୍ତୁ କିମ୍ବା କୌଣସି ଲୋକ ସେମାନଙ୍କ କ୍ଷେତ୍ରରେ ସର୍ବୋତ୍ତମ କିମ୍ବା ଶ୍ରେଷ୍ଠ ହୋଇଥାଏ, ସେତେବେଳେ ସେମାନଙ୍କୁ GOAT କୁହାଯାଏ।

ଇରାନ କରୁଛି "ମୀମ୍ସ୍ ୱାର"

ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ବିଭିନ୍ନ ଇରାନୀ ଦୂତାବାସ ଏହାର ଏକ୍ସ ହ୍ୟାଣ୍ଡେଲ ମାଧ୍ୟମରେ ବିଭିନ୍ନ ମୀମ୍ସ୍ ଏବଂ ବ୍ୟଙ୍ଗାତ୍ମକ ପୋଷ୍ଟ ମାଧ୍ୟମରେ ଆମେରିକା ସେନା ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଜାକ ଉଡ଼ାଇବାରେ ଲାଗିଛି। ଏପରିକି ଉଭୟଙ୍କ ବିରୋଧରେ ଏକ ଭିନ୍ନ ପ୍ରକାରର "ଯୁଦ୍ଧ" ଆରମ୍ଭ କରିସାରିଛି। ପୂର୍ବରୁ ମୁମ୍ବାଇରେ ଇରାନୀ କନସୁଲେଟ୍ ଆମେରିକାକୁ ପରିହାସ କରିବା ପାଇଁ ବଲିଉଡ୍ ଅଭିନେତା ଶାହରୁଖ ଖାନଙ୍କ ଏକ ପ୍ରସିଦ୍ଧ ଡାଇଗଲ୍ ବ୍ୟବହାର କରିଥିଲା। ଏହା ସହିତ ଇକାନ ଏହାର ନୌସେନାର ମିସାଇଲ୍ ବୋଟ୍ କୁ ପାରସ୍ୟ ଉପସାଗରର ଲାଲ ମହୁମାଛି ବୋଲି ଦର୍ଶାଇଥିଲା।


ଭାରତ ପରେ ଦକ୍ଷିଣ ଆଫ୍ରିକା ସ୍ଥିତ ଇରାନ ଦୂତାବାସ ଏକ ସଙ୍ଗୀତ-ଶୈଳୀର ଭିଡିଓରେ ଟ୍ରମ୍ପଙ୍କୁ ପ୍ରଦର୍ଶିତ କରି ଏକ ପୋଷ୍ଟ ସେୟାର କରିଥିଲା। ଯେଉଁଥିରେ ଜାହାଜକୁ ହର୍ମୁଜ ପ୍ରଣାଳୀ ଅବରୋଧ ମଧ୍ୟରେ ଯିବାକୁ ଦେବା ପାଇଁ ଅନୁରୋଧ କରୁଥିବାର ଦେଖାଯାଇଥିଲା। ଏଥିରେ ସେ ଗୀତ ଗାଇବା ଢଙ୍ଗରେ କହିଥିବାର ଦେଖିବାକୁ ମିଳୁଛି ଯେ "ଯଦି ତମେ ମୋତେ ଅବକାଇବ, ତାହେଲେ ମୁଁ ତୁମକୁ ଅଚକାଇବି। " ଏହି ପୋଷ୍ଟର କ୍ୟାପସନ୍ ଥିଲା ଯେ "ଆଜିର ଲୋକପ୍ରିୟ ସଙ୍ଗୀତ: ଟ୍ରମ୍ପଙ୍କ ଅବରୋଧ।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Iran Trolls Trump with Dhamaal Movie Meme over Hormuz Blockade | Argus News