Middle East War / ଆମେରିକାକୁ ଇରାନର ଅଲ୍ଟିମେଟମ୍, ରାଜି ନହେଲେ ସବୁ ଧ୍ୱଂସ !
·3 months ago·2 min read

Key Points
ଦିନ ୧୨ଟା ସୁଦ୍ଧା ଦାବି ପୂରଣ କର
ରାଜି ନହେଲେ ସବୁ ଧ୍ୱଂସ !
ରାଜି ନହେଲେ ସବୁ ଧ୍ୱଂସ !
ଜଳୁଛି ମଧ୍ୟପ୍ରାଚ୍ୟ । ଏହା ଭିତରେ ଆସିଲା ବଡ଼ ଖବର। ଯାହା ଶୁଣିବା ପରେ ସବୁଠି ଚିନ୍ତା ବଢ଼ିଛି। ଆମେରିକାକୁ ଇରାନର ଅଲ୍ଟିମେଟମ୍, ରାଜି ନହେଲେ ସବୁ ଧ୍ୱଂସ !ଦିନ ୧୨ଟା ସୁଦ୍ଧା ଦାବି ପୂରଣ କର, ନହେଲେ ସବୁ ଧ୍ୱଂସ କରିଦେବୁ। ମଧ୍ୟପ୍ରାଚ୍ୟରେ ଅସ୍ଥିରତା କମୁନି । ଇରାନ ଉପରେ ମିସାଇଲ ଆକ୍ରମଣ କରୁଛନ୍ତି ଆମେରିକା ଏବଂ ଇସ୍ରାଏଲ । ଇରାନ ମଧ୍ୟ ପଲଟା ଜବାବ ଦେଉଛି। ସେପଟେ ଆମେରିକା ଆହୁରି ୩୫୦୦ କମାଣ୍ଡୋଙ୍କୁ ମଧ୍ୟପ୍ରାଚ୍ୟ ଅଭିମୁଖେ ପଠାଇଛି। ଏସବୁ ଭିତରେ ଆମେରିକାକୁ କଡାଚେତାବନୀ ଦେଇଛିଇରାନ । ଦେଶର ରିଭଲ୍ୟୁସନାରୀ ଗାର୍ଡ ବା ଆଇଆରଜିସି ୟୁଏସକୁ ଧମକ ଦେଇଛି ।ତେବେ ଦୁଇ ସପ୍ତାହ ପୂର୍ବରୁ ତ୍ରିପୋଲିକୁ ମଧ୍ୟପ୍ରାଚ୍ୟ ଅଭିମୁଖେ ପଠାଯାଇଥିଲା ।
ଏହା ବ୍ୟତୀତ ୟୁଏସଏସ ବକ୍ସର ଏବଂ ସେନ୍ ଡିଏଗୋରେ ଅନ୍ୟ ଯବାନଙ୍କୁ ମଧ୍ୟପ୍ରାଚ୍ୟ ପଠାଯାଇଛି ।ବୟାନରେ ଆହୁରି ମଧ୍ୟ କୁହାଯାଇଛି ଯେ, ଆମେରିକା ଯଦି ନିଜ ବିଶ୍ୱବିଦ୍ୟାଳୟର ସୁରକ୍ଷା ଚାହୁଁଛି ତେବେ ଇରାନର କଥା ମାନିବାକୁ ପଡିବ । ମାର୍ଚ୍ଚ୩୦ତାରିଖ ଦିନ୧୨ଟା ସୁଦ୍ଧା ୟୁଏସ ଏସବୁ ଆକ୍ରମଣକୁ ଔପଚାରିକ ଭାବେ ନିନ୍ଦା କରିବା ଉଚିତ । ନଚେତ ଇରାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଆମେରିକା ସେଣ୍ଟ୍ରାଲ୍ କମାଣ୍ଡର କହିବାନୁସାରେ, ଅତ୍ୟାଧୁନିକ ଯୁଦ୍ଧପୋତ ୟୁଏସ ତ୍ରିପୋଲି ନିଜର ନିର୍ଧାରିତ ଅପରେସନ ଜୋନରେ ପହଁଚି ସାରିଛି । ଯେଉଁଥିରେ ପ୍ରାୟ ୨୫୦୦ରୁ ଅଧିକ ମେରାଇନ୍ କମାଣ୍ଡୋ ରହିଛନ୍ତି ।
ଏଥିସହ ପଢ଼ନ୍ତୁ: ଆମେରିକାକୁ ଇରାନର କଡ଼ା ଚେତାବନୀ, ‘ପାଦ ରଖିଲେ କଫିନ୍ରେ ଫେରିବ’
ଏହି ଯୁଦ୍ଧ ଜାହାଜ ଖୁବ୍ ଆଧୁନିକ । ଏଥିରେ ଏଫ୍-୩୫ ଷ୍ଟିଲଥ୍ ଫାଇଟର୍ ଜେଟ୍ ଏବଂ ଅନ୍ୟ ଆଡାଭାନ୍ସ ଏୟାରକ୍ରାଫ୍ଟ୍ ଅପରେଟ୍ କରାଯାଇପାରିବ । ଏହାକୁ ପୂର୍ବରୁ ଜାପାନ ନିକଟରେ ମୁତୟନ କରାଯାଇଥିଲା । ଆଇଆରଜିସି କହିଛି ଯେ, ସେମାନଙ୍କ ଦାବି ଆମେରିକା ଶୀଘ୍ର ପୂରଣ କରିବା ଦରକାର । ନଚେତ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ଅନେକ ୟୁନିଭର୍ସିଟିକୁ ଟାର୍ଗେଟ୍ କରାଯିବ । ରବିବାର ଜାରି କରିଥିବା ବୟାନରେ ଆଇଆରଜିସି ଅଭିଯୋଗ କରିଛି ଯେ, ଆମେରିକା ଏବଂ ଇସ୍ରାଏଲର ଆକ୍ରମଣରେ ଇରାନର ଦୁଇଟି ବିଶ୍ୱବିଦ୍ୟାଳୟ ଧ୍ୱଂସ ହୋଇଯାଇଛି । ଏହାର ଜବାବ ଦିଆଯିବ ।ଏହି ଧମକ ପରେ ସମଗ୍ର ମଧ୍ୟପ୍ରାଚ୍ୟରେ ସୁରକ୍ଷାଜନିତ ଚିନ୍ତା ବୃଦ୍ଧି ପାଇଛି । କାରଣ ଏଠାରେ ଅନେକଆମେରିକୀୟଶିକ୍ଷାନୁଷ୍ଠାନ ରହିଛି । ଯେଉଁଠି ହଜାର ହଜାର ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଅନେକ କର୍ମଚାରୀ ମଧ୍ୟ କ୍ୟାମ୍ପସରେ ରହୁଛନ୍ତି । ଯାହାକୁ ଆମେରିକା ଗୁରୁତର ସହ ନେଇପାରେ ।
ଅଧିକ ପଢ଼ନ୍ତୁ ବିଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories