Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆମେରିକାକୁ ଇରାନର କଡ଼ା ଚେତାବନୀ, ‘ପାଦ ରଖିଲେ କଫିନ୍‌ରେ ଫେରିବ’

International

Middle East War / ଆମେରିକାକୁ ଇରାନର କଡ଼ା ଚେତାବନୀ, ‘ପାଦ ରଖିଲେ କଫିନ୍‌ରେ ଫେରିବ’

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
ଆମେରିକାକୁ ଇରାନର କଡ଼ା ଚେତାବନୀ, ‘ପାଦ ରଖିଲେ କଫିନ୍‌ରେ ଫେରିବ’
Iran Warns US

Key Points

ତେହେରାନ ଟାଇମ୍ସର ବିସ୍ଫୋରକ ଶୀର୍ଷକ
ଆମେରିକାକୁ ଇରାନର ସିଧାସଳଖ ଚେତାବନୀ
ପାଦ ରଖିଲେ କଫିନ୍‌ରେ ଫେରିବ
ଆମେରିକୀୟ ସୈନ୍ୟଙ୍କୁ ଇରାନର ଚେତାବନୀ । ଇରାନରେ ପାଦ ରଖିଲେ ତୁମେ କଫିନ୍ ଭିତରେ ଫେରିବ । ଇରାନର ପ୍ରମୁଖ ଖବରକାଗଜ ତେହେରାନ ଟାଇମ୍ସ, ଶନିବାର ଏହାର ପ୍ରଥମ ପୃଷ୍ଠାରେ ଆମେରିକାକୁ ଏକ କଡ଼ା ବାର୍ତ୍ତା ଜାରି କରି ଯେ କୌଣସି ସମ୍ଭାବ୍ୟ ସ୍ଥଳ ଆକ୍ରମଣ ବିରୁଦ୍ଧରେ ଖୋଲାଖୋଲି ଚେତାବନୀ ଦେଇଛି । ଏଥିରେ ଲେଖା ରହିଛି 'ୱେଲକମ ଟୁ ହେଲ୍' । ଅର୍ଥାତ ନର୍କକୁ ସ୍ବାଗତ । ସମ୍ବାଦପତ୍ରଟି ସ୍ପଷ୍ଟ ଭାବରେ କହିଛି ଯେ ଯଦି ବିଦେଶୀ ସୈନ୍ୟ ଇରାନ ମାଟିରେ ପାଦ ରଖନ୍ତି, ତେବେ ସେମାନେ କେବଳ "କଫିନରେ" ଫେରିବେ ।

ପ୍ରଥମ ପୃଷ୍ଠାରେ "ନର୍କକୁ ସ୍ୱାଗତ" ଶୀର୍ଷକ ସହିତ ପ୍ରକାଶିତ ଏହି ଚେତାବନୀ ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକା ଇରାନରେ ସ୍ଥଳ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ଚିନ୍ତା କରୁଛି ।


୧୯୭୯ ମସିହାରେ ପ୍ରତିଷ୍ଠିତ ତେହେରାନ ଟାଇମ୍ସକୁ "ଇସଲାମିକ ବିପ୍ଳବର ସ୍ୱର" ଘୋଷଣା କରାଯାଇଥିଲା । ଏହି ଖବରକାଗଜକୁ ଇରାନ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ବୋଲି ବିବେଚନା କରାଯାଏ । ତେଣୁ ଏଥିରେ ପ୍ରକାଶିତ ଖବର, ଲେଖା ଏବଂ ମତାମତକୁ ଇରାନର ଇସଲାମିକ ଶାସନର ସ୍ୱର ବୋଲି ବିବେଚନା କରାଯାଇପାରେ ।
ରିପୋର୍ଟ ଅନୁଯାୟୀ, ଇରାନରେ ସୀମିତ ସ୍ଥଳ ଅଭିଯାନ ସମ୍ପର୍କରେ ୱାଶିଂଟନରେ ଆଲୋଚନା ଚାଲିଛି । ଡୋନାଲ୍ଡ ଟ୍ରମ୍ପ ଇରାନରେ ଏକ ସ୍ୱତନ୍ତ୍ର ମିଶନ ପାଇଁ ସୀମିତ ସଂଖ୍ୟକ ଆମେରିକୀୟ ସୈନ୍ୟଙ୍କୁ ନିୟୋଜିତ କରିବାକୁ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି, ଯଦିଓ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ ।

ଖବରକାଗଜର ପ୍ରଥମ ପୃଷ୍ଠାର ଦୃଶ୍ୟ ଉପସ୍ଥାପନା ଏହି ଚେତାବନୀର ଗମ୍ଭୀରତାକୁ ଆହୁରି ବୃଦ୍ଧି କରିଛି । ଏଥିରେ ଏକ ସମ୍ଭାବ୍ୟ ମୁକାବିଲାର ପ୍ରତୀକ ଭାବରେ ଏକ ସାମରିକ ବିମାନ ଆଡକୁ ପ୍ରବଳ ସଶସ୍ତ୍ର ସୈନିକମାନଙ୍କୁ ମାର୍ଚ୍ଚ କରୁଥିବା ଦର୍ଶାଯାଇଛି। ଏହି ଚିତ୍ର ଏବଂ ବୋଲ୍ଡ ଶୀର୍ଷକ ସ୍ପଷ୍ଟ ଭାବରେ ସୂଚାଇ ଦେଉଛି ଯେ ଇରାନ ଯେକୌଣସି ସ୍ଥଳ କାର୍ଯ୍ୟାନୁଷ୍ଠାନର ଜୋରଦାର ଜବାବ ଦେବାକୁ ପ୍ରସ୍ତୁତ । ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନାର ବ୍ୟାପକ ପରିପ୍ରେକ୍ଷୀରେ ତେହେରାନ ଟାଇମ୍ସ ଏହି ଚେତାବନୀ ଦେଇଛି ।

ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କ ବିରୋଧରେ "No Kings" ପ୍ରୋଟେଷ୍ଟ, ଏକାଠି ହେଲେ ଲକ୍ଷ ଲକ୍ଷ ଆନ୍ଦୋଳନକାରୀ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Iran Warns US: “Enter Our Land, Return in Coffins” Amid Rising War Tensions | Argus News