Villages Destroyed in Strikes / ଇସଲାମାବାଦ ଆଲୋଚନା ବିଫଳରୁ ରକ୍ତମୁଖା ଇସ୍ରାଏଲ୍; ଲେବାନନରେ ପୂରା ଗାଁ ଧ୍ଵସ୍ତ
·2 hours ago·2 min read

Key Points
ଘର ଭିତରେ ବିସ୍ଫୋରକ ଖଞ୍ଜି ଓ ଦୂରରୁ ଟାର୍ଗେଟ୍ କରି ସମଗ୍ର ଗାଁକୁ ଇସ୍ରାଏଲ୍ ଉଡ଼ାଇ ଦେଇଛି । ଗାଁର ୯୦ ପ୍ରତିଶତରୁ ଅଧିକ ଘର ମାଟିରେ ମିଶିଥିବା ସୂଚନା ମିଳିଛି ।
ନୂଆଦିଲ୍ଲୀ: ଦକ୍ଷିଣ ଲେବାନନ ଉପରେ ଆକ୍ରମଣ କରି ପୂରା ଗାଁକୁ ଧ୍ଵଂସ କରି ଦେଇଛି ଇସ୍ରାଏଲ୍ । ଘର ଭିତରେ ବିସ୍ଫୋରକ ଖଞ୍ଜି ଓ ଦୂରରୁ ଟାର୍ଗେଟ୍ କରି ସମଗ୍ର ଗାଁକୁ ଇସ୍ରାଏଲ୍ ଉଡ଼ାଇ ଦେଇଛି । ଗାଁର ୯୦ ପ୍ରତିଶତରୁ ଅଧିକ ଘର ମାଟିରେ ମିଶିଥିବା ସୂଚନା ମିଳିଛି ।
ଦ ଗାର୍ଡିଅନ ରିପୋର୍ଟ ଅନୁସାରେ, ସୋସିଆଲ୍ ମିଡିଆରେ ଅନେକ ଭିଡିଓ ପୋଷ୍ଟ ହୋଇଛି । ଯେଉଁଥିରେ ଇସ୍ରାଏଲ୍-ଲେବାନନ ସୀମାରେ ଥିବା ତୈବେହ, ନକୌର ଓ ଦେର ସେରିୟନ୍ ଆଦି ଗାଁକୁ ବ୍ୟାପକ ଭାବେ କ୍ଷତି ପହଞ୍ଚାଇଛି ଇସ୍ରାଏଲ୍ ।
ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କ ବଡ଼ ଧମକ, ଇରାନକୁ ଅସ୍ତ୍ର ଦେଲେ ଚୀନ୍କୁ ଭୋଗିବାକୁ ପଡିବ ପରିଣାମ
ଉପରୋକ୍ତ ଗାଁରେ ଇସ୍ରାଏଲ୍ ସେନା ବଡ଼ ଧରଣର ବିସ୍ଫୋରଣ କରିଛି । ଗାଁରେ ଥିବା ୯୦ ପ୍ରତିଶତରୁ ଅଧିକ ଘର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଛି । ଲେବାନନ ସୀମାରେ ଥିବା ଅନ୍ୟ ଗାଁ ଗୁଡ଼ିକରେ ମଧ୍ୟ ଏଭଳି ବଡ଼ ବିସ୍ଫୋରଣ ହୋଇଥିବା ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ତେବେ ୨ଟି ଗାଁ ସମ୍ପୂର୍ଣ୍ଣ ଭାବେ ଧ୍ଵଂସ ହୋଇଥିବା ଦାବି କରାଯାଉଛି ।
ଉତ୍ତର ଇସ୍ରାଏଲ୍ ସୀମାରେ ଥିବା ଏହି ଗାଁକୁ ଗାଜାର ରଫାହ ଓ ତେବ ହନୌନରେ ଆପଣାଯାଇଥିବା ମଡେଲ୍ ଅନୁସାରେ ନଷ୍ଟ କରିବାକୁ ଇସ୍ରାଏଲ୍ ପ୍ରତିରକ୍ଷା ମନ୍ତ୍ରୀ କାଟଜ୍ ଆହ୍ଵାନ ଦେବା ପରେ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ଗାଜାରେ ବ୍ୟାପକ ମାତ୍ରାରେ ଘର ଗୁଡ଼ିକୁ ନଷ୍ଟ ପାଇଁ ରଣନୀତି ଆପଣା ଯାଇଥିଲା । ଯାହାକୁ ନେଇ ଇସ୍ରାଏଲ୍ ଉପରେ ନରସଂହାର ଅଭିଯୋଗ ଆସିଥିଲା । ଏହାକୁ ଶିକ୍ଷାବିତ୍ ଡୋମିସାଇଡ୍ ବା ସାମୁହିକ ହତ୍ୟା ବୋଲି ସମ୍ବୋଧନ କରିଥିଲେ ।
ଏଥିସହ ପଢ଼ନ୍ତୁ: ନିଜ ଚାଲ୍ରେ ଫସି ଯାଇଛି ଇରାନ୍; ଖୋଜି ପାଉନି 'ହର୍ମୁଜ'ରେ କେଉଁଠି ବିଛାଇଥିଲା ବାରୁଦ
ଏହା ଏଭଳି ଏକ ରଣନୀତି, ଯେଉଁଠି ନାଗରିକଙ୍କ ଘରକୁ ସୁନିୟୋଜିତ ଉପାୟରେ ନଷ୍ଟ କରିବା କିମ୍ବା କ୍ଷତି ପହଞ୍ଚା ଯାଇଥାଏ । ଫଳରେ ଉକ୍ତ ଅଞ୍ଚଳ ଆଉ ବାସଉପଯୋଗୀ ରହି ନଥାଏ । ଇସ୍ରାଏଲ୍ ସେନା ଅନୁସାରେ, ଏହି ଆକ୍ରମଣରେ ହିଜବୁଲ୍ଲାର ଭିତ୍ତିଭୂମିକୁ ନଷ୍ଟ କରାଯାଉଛି । ଯେଉଁଥିରେ ସୁଡ଼ଙ୍ଗ, ସୈନ୍ୟ ଠିକଣା ରହିଛି ।
ଇସ୍ରାଏଲ୍ କହିଛି ଯେ, ଦକ୍ଷିଣ ଲେବାନନର ଏକ ବଡ଼ ଅଞ୍ଚଳକୁ କବ୍ଜା କରାଯିବ । ଲିଟାନି ନଦୀ କୂଳରେ ରହିଥିବା ଉକ୍ତ ଅଞ୍ଚଳରେ ସୁରକ୍ଷା କ୍ଷେତ୍ର ସ୍ଥାପନ କରାଯିବ । ଏଥିସହ ଇସ୍ରାଏଲ୍ର ଉତ୍ତର ସହରର ସୁରକ୍ଷା ଗ୍ୟାରେଣ୍ଟି ନ ମିଳିବା ପର୍ଯ୍ୟନ୍ତ ବିସ୍ଥାପିତ ଫେରି ପାରିବେ ନହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories