|
logo
Live

Argus News - ନିଜ ଚାଲ୍‌ରେ ଫସି ଯାଇଛି ଇରାନ୍; ଖୋଜି ପାଉନି 'ହର୍ମୁଜ'ରେ କେଉଁଠି ବିଛାଇଥିଲା ବାରୁଦ

International

Hormuz in Danger / ନିଜ ଚାଲ୍‌ରେ ଫସି ଯାଇଛି ଇରାନ୍; ଖୋଜି ପାଉନି 'ହର୍ମୁଜ'ରେ କେଉଁଠି ବିଛାଇଥିଲା ବାରୁଦ

Sushanta Sahoo
Browse all articles by Sushanta Sahoo
·3 hours ago·2 min read
ନିଜ ଚାଲ୍‌ରେ ଫସି ଯାଇଛି ଇରାନ୍; ଖୋଜି ପାଉନି 'ହର୍ମୁଜ'ରେ କେଉଁଠି ବିଛାଇଥିଲା ବାରୁଦ
Hormuz Strait at Risk

Key Points

'ହର୍ମୁଜ ପ୍ରଣାଳୀ'କୁ ସମ୍ପୂର୍ଣ୍ଣ ଭାବେ ନ ଖୋଲିବା ଇରାନର କୌଣସି କୂଟନୀତିକ ଚାଲ୍ ନୁହେଁ । ବରଂ ଏହା ହେଉଛି ଏକ ଗମ୍ଭୀର ବୈଷୟିକ ସମସ୍ୟା ।
ନୂଆଦିଲ୍ଲୀ: ଇରାନ୍-ଆମେରିକା ଯୁଦ୍ଧ ବନ୍ଦ ପାଇଁ ପାକିସ୍ତାନରେ ଆଲୋଚନା ଭିତରେ ଆସିଛି ବଡ଼ ଖବର । ହର୍ମୁଜ ପ୍ରଣାଳୀ ଓ ଇରାନକୁ ନେଇବଡ଼ ଖୁଲାସା ହୋଇଛି । ଆଉ ଏହି ଖୁଲାସା ଭାରତ ସହ ସମଗ୍ର ଦୁନିଆକୁ ଚିନ୍ତାରେ ପକାଇଛି । ବିଶେଷକରି ହର୍ମୁଜ ପ୍ରଣାଳୀ ଦେଇ ତୈଳ ଆଣୁଥିବା ଦେଶ ପାଇଁ ମୁଣ୍ଡବ୍ୟଥା ବଢ଼ିପାରେ ।

ଦ ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁସାରେ, 'ହର୍ମୁଜ ପ୍ରଣାଳୀ'କୁ ସମ୍ପୂର୍ଣ୍ଣ ଭାବେ ନ ଖୋଲିବା ଇରାନର କୌଣସି କୂଟନୀତିକ ଚାଲ୍ ନୁହେଁ । ବରଂ ଏହା ହେଉଛି ଏକ ଗମ୍ଭୀର ବୈଷୟିକ ସମସ୍ୟା । ଆମେରିକୀୟ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶିତ ରିପୋର୍ଟରେ ଏଭଳି ଦାବି କରାଯାଇଛି ।

ଏଥିସହ ପଢ଼ନ୍ତୁ: ଇସ୍ରାଏଲକୁ 'ସୈତାନ' କହିଲା ପାକିସ୍ତାନ; ଖୋଲା ଧମକ ଦେଲେ ନେତାନ୍ୟାହୁ

ସୁରକ୍ଷିତ ନୁହେଁ ହର୍ମୁଜ !

ଯେଉଁଥିରେ କୁହାଯାଇଛି, ଫେବ୍ରୁଆରୀ ୨୮ରେ ଯୁଦ୍ଧ ଆରମ୍ଭ ପରେ ଇରାନ ତରବରିଆ ଭାବେ ଛୋଟ ଛୋଟ ଡଙ୍ଗା ଜରିଆରେ ହର୍ମୁଜରେ ସାମୁଦ୍ରିକ ବାରୁଦ ସୁଡ଼ଙ୍ଗ ବିଛାଥିଲା । ଆଉ ବାରୁଦ ବିଛାଇବା ବେଳେ ଇରାନ ଉକ୍ତ ପଥର ସଠିକ୍ ତଥ୍ୟ ରଖି ନଥିଲା ।

ଏପରିକି ଏକାଧିକ ବାରୁଦ ସୁଡ଼ଙ୍ଗ ଏଭଳି ଭାବେ ସମୁଦ୍ରରେ ବିଛା ଯାଇଛି । ଯାହା ସମୁଦ୍ରର ଧାରା ସହ ସ୍ଥାନ ବଦଳାଉଛି । ଏହାର ଅର୍ଥ ହେଉଛି- ଯେଉଁ ରାସ୍ତା ଆଗରୁ ସୁରକ୍ଷିତ ଥଲା, ତାହା ଏବେ ଘାତକ ହୋଇପାରେ । ଇରାନ ପାଖରେ ଉକ୍ତ ସୁଡ଼ଙ୍ଗ ଖୋଜିବା ସହ ସୁରକ୍ଷିତ ଭାବେ ହଟାଇବା ଲାଗି ଆବଶ୍ୟକ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଜାହାଜର ଅଭାବ ରହିଛି ।

ଏଥିସହ ପଢ଼ନ୍ତୁ: ହର୍ମୁଜ୍ ପ୍ରଣାଳୀ ଦେଲା ଇରାନକୁ ବଡ଼ ଭଣ୍ଡାର; ହାତ ମିଳାଇବାକୁ ହଁ ଭରିଲେ ଟ୍ରମ୍ପ

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା

ସେପଟେ ପାକିସ୍ତାନ ରାଜଧାନୀ ଇସଲାମାବାଦରେ ଉଚ୍ଚସ୍ତରୀୟ ବୈଠକରେ ଆମେରିକା-ଇରାନ ଆଲୋଚନା କରିବେ । ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସହ କଥା ହେବେ ଇରାନର ବିଦେଶ ମନ୍ତ୍ରୀ ଅବ୍ବାସ ଅରାଘଚି । ଚଳିତ ସପ୍ତାହରେ ଅରାଘଚି କହିଥିଲେ, ବୈଷୟିକ ସୀମାକୁ ଧ୍ୟାନରେ ରଖି ହର୍ମୁଜ ଖୋଲାଯିବ । ଏବେ ଆଶଙ୍କା କରାଯାଉଛି ସେହି ବୈଷୟିକ ସୀମା ହେଉଛି ବାରୁଦ ସୁଡ଼ଙ୍ଗ । ଯାହାକୁ ଖୋଦ୍ ଇରାନ ନିଜେ ବିଛାଇ ଭୁଲି ଯାଇଛି ।

ସେପେଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସର୍ତ୍ତ ହେଲା- ହର୍ମୁଜ ଦେଇ ସମ୍ପୂର୍ଣ୍ଣ ଭାବେ ଜାହାଜ ଚଳାଚଳ ହେଲେ ଆଲୋଚନା ଆଗକୁ ବଢ଼ିବ । ହେଲେ, ଇରାନ ଟ୍ରମ୍ପଙ୍କ ଏହି ଦାବିକୁ ସଙ୍ଗେ ସଙ୍ଗେ ପୁରା କରିବା ସ୍ଥିତିରେ ନାହିଁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hormuz in Danger: ନିଜ ଚାଲ୍‌ରେ ଫସି ଯାଇଛି ଇରାନ୍; ଖୋଜି ପାଉନି 'ହର୍ମୁଜ'ରେ କେଉଁଠି ବିଛାଇଥିଲା ବାରୁଦ | Argus News