Videos
|
International

Benjamin Netanyahu / ଶାନ୍ତି ଚୁକ୍ତି ପୂର୍ବରୁ ନେତାନ୍ୟାହୁଙ୍କ ବଡ଼ ବୟାନ, କହିଲେ 'ଯେମିତି ହେଲେ ବି...'

Sushanta Sahoo
Browse all articles by Sushanta Sahoo
·11 months ago·2 min read
ଶାନ୍ତି ଚୁକ୍ତି ପୂର୍ବରୁ ନେତାନ୍ୟାହୁଙ୍କ ବଡ଼ ବୟାନ, କହିଲେ 'ଯେମିତି ହେଲେ ବି...'

Key Points

ନେତାନ୍ୟାହୁ କହିଲେ ଇସ୍ରାଏଲ୍‌ର ପ୍ଲାନ୍ । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ରବିବାର ହମାସକୁ ଚେତାବନୀ ଦେଇଛନ୍ତି ।

ନୂଆଦିଲ୍ଲୀ: ହମାସ୍‌କୁ କଡ଼ା ଚେତାବନୀ । ନେତାନ୍ୟାହୁ କହିଲେ ଇସ୍ରାଏଲ୍‌ର ପ୍ଲାନ୍ । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ରବିବାର ହମାସକୁ ଚେତାବନୀ ଦେଇଛନ୍ତି । କଡ଼ା ଚେତାବନୀ ଦେଇ ନେତାନ୍ୟାହୁ କହିଛନ୍ତି, "ହମାସକୁ ସହଜ କିମ୍ବା କଠିନ ରାସ୍ତାରେ ନିଶ୍ଚିତ ଭାବେ ନିରସ୍ତ୍ର କରାଯିବ ।"


ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ଵାରା ଗାଜାରେ ଶାନ୍ତି ପ୍ରସ୍ତାବକୁ ହମାସ୍ କିଛିକାଂଶରେ ସ୍ଵୀକାର କରିଥିବା ବେଳେ ନେତାନ୍ୟାହୁ ଏଭଳି ଧମକ ଦେଇଛନ୍ତି । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ କହିଛନ୍ତି, "ଗାଜାରୁ ସମ୍ପୂର୍ଣ୍ଣ ଭାବେ ଇସ୍ରାଏଲ୍ ସୈନ୍ୟ ଅପସାରଣ କରିବ ନାହିଁ ଏବଂ ଉକ୍ତ ଅଞ୍ଚଳ ଏବେ ବି ଇସ୍ରାଏଲ୍ ନିୟନ୍ତ୍ରଣରେ ରହିବ ।"


ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କ "ଶାନ୍ତି ପ୍ରସ୍ତାବ"ରେ ହଁ ଭରିଲା ହମାସ, ପିଏମ୍ ମୋଦି କଲେ ପ୍ରଶଂସା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ନେତାନ୍ୟାହୁ ଆହୁରି କହିଛନ୍ତି, "ଗାଜାର ଯେଉଁ ଅଞ୍ଚଳକୁ ଇସ୍ରାଏଲ୍ ସେନା କବ୍‌ଜା କରିଛି, ତା'ଉପରେ ସେନାର ନିୟନ୍ତ୍ରଣ ବଳବତ୍ତର ରହିବ । ଯୋଜନାର ଦ୍ଵିତୀୟ ପର୍ଯ୍ୟାୟରେ ହମାସକୁ କୂଟନୀତିକ ଭାବେ ଅଥବା ସୈନ୍ୟ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ନିରସ୍ତ୍ର କରାଯିବ । ନଚେତ ସରଳ ରାସ୍ତା କିମ୍ବା କଠିନ ଭାବେ ଅସ୍ତ୍ରଶସ୍ତ୍ର ବିହୀନ କରାଯିବ ।"


ଏବେ ଗାଜା ପଟ୍ଟିର ଆଭ୍ୟନ୍ତରୀଣ ଅଞ୍ଚଳରେ ଇସ୍ରାଏଲ୍ ସେନାର ଉପସ୍ଥିତି ରହିଛି । ଏହାରି ଭିତରେ ନେତାନ୍ୟାହୁ ଆଶା କରିଛନ୍ତି ଆଗାମୀ କିଛିଦିନରେ ଗାଜାରୁ ସମସ୍ତ ଇସ୍ରାଏଲ୍ ବନ୍ଧକ ମୁକ୍ତ ହେବାର ଘୋଷଣା କରାଯିବ । ଇସ୍ରାଏଲ୍ ଏବେ ଏକ ବଡ଼ ଉପଲବ୍ଧି ହାସଲର ଦ୍ଵାରଦେଶରେ ଥିବା କହିଛନ୍ତି ଇସ୍ରାଏଲ୍ ।


ଶୁକ୍ରବାର ରାତିରେ ହମାସ୍ ଟ୍ରମ୍ପଙ୍କ ଗାଜା ଶାନ୍ତି ଯୋଜନାର କିଛି ଅଂଶକୁ ସ୍ଵୀକାର କରିଥିଲା । ଯେଉଁଥିରେ ଯୁଦ୍ଧ ସମାପ୍ତି ସହ ପର୍ଯ୍ୟାୟକ୍ରମେ ଇସ୍ରାଏଲ୍‌ର ସୈନ୍ୟ ଅପସାରଣ, ଇସ୍ରାଏଲ୍ ବନ୍ଧକ ଓ ଫିଲିସ୍ତୀନ କଏଦୀଙ୍କୁ ମୁକ୍ତ କରିବା, ଗାଜାରେ ରିଲିଫ୍ ଓ ପୁନଃନିର୍ମାଣ କାର୍ଯ୍ୟ ଆଦି ସାମିଲ ଥିଲା ।


ଏଥିସହ ପଢ଼ନ୍ତୁ: ଜାତିଂସଘରେ ଭାଷଣ ରଖୁଥିଲେ ନେତାନ୍ୟାହୁ, ଉଠି ପଳାଇଲେ ସମସ୍ତେ...


ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହମାସକୁ ଚେତାବନୀ ଦେଇ କହିଥିଲେ ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ପ୍ରସ୍ତାବ ମାନି ନିଅ, ନହେଲେ ପରିମାଣ ଭୋଗିବ । ହମାସକୁ ଶୀଘ୍ର ଚୁକ୍ତିରେ ସହମତ ହେବା ସହ ଇସ୍ରାଏଲ୍‌କୁ ଆକ୍ରମଣ ରୋକିବାକୁ କହିଥିଲେ ଟ୍ରମ୍ପ ।


ତେବେ ଟ୍ରମ୍ପଙ୍କ ଚେତାବନୀର ମାତ୍ର କିଛି ଘଣ୍ଟାରେ ଇସ୍ରାଏଲ୍ ଗାଜା ଉପରେ ଆକାଶ ମାର୍ଗରୁ ଆକ୍ରମଣ କରିଥିଲା । ଯେଉଁଥିରେ ପ୍ରାୟ ୬ ଜଣଙ୍କ ମୃତ୍ୟୁ ହୋଇଛି । ଖବର ଅନୁସାରେ, ଗୋଟିଏ ଆକ୍ରମଣ ଗାଜା ସିଟି ଉପରେ ହୋଇଥିବା ବେଳେ ସେଥିରେ ୪ ଜଣ ଓ ୟୁନିସ ଖାନରେ ୨ ଜଣଙ୍କ ଜୀବନ ଯାଇଛି ।


ରବିବାର ଟ୍ରମ୍ପ ଦାବି କରି କହିଛନ୍ତି, ଇସ୍ରାଏଲ୍ ପ୍ରାରମ୍ଭିକ ଶାନ୍ତି ଚୁକ୍ତି ପାଇଁ ରାଜି ହୋଇଛି । ହମାସ ଚୁକ୍ତି ନିଶ୍ଚିତ କଲେ ଅସ୍ତ୍ରବିରତି ଲାଗୁ ହେବ । ଆମେରିକା ନିର୍ଦ୍ଧାରିତ କରିଥିବା ବିନ୍ଦୁ ଅନୁସାରେ ଇସ୍ରାଏଲ୍ ସହମତ ହେବ । ହମାସ୍ ହଁ ଭରିଲେ ବନ୍ଧକ ଓ ପଣବନ୍ଦୀଙ୍କୁ ମୁକ୍ତ ପ୍ରକ୍ରିୟା ଆରମ୍ଭ ସହ ୩ ହଜାର ବର୍ଷର ପୁରୁଣା ସଂଘର୍ଷର ଅନ୍ତ ହେବ ।


ସୋମବାର ଇସ୍ରାଏଲ୍ ଓ ହମାସର ପ୍ରତିନିଧି ମଣ୍ଡଳୀ ଇଜିପ୍ଟରେ ଏକାଠି ହେବେ । ଟ୍ରମ୍ପ ଦେଇଥିବା ଗାଜା ଶାନ୍ତି ଚୁକ୍ତି ଉପରେ ଆଲୋଚନା କରିବେ । ଯେଉଁଥିରେ ଅସ୍ତ୍ରବିରତି ସହ ଗାଜାର ଭବିଷ୍ୟତ ରୂପରେଖ ଉପରେ ହୋଇପାରେ ବିସ୍ତୃତ ଆଲୋଚନା ହେବ ।

Related Topics

Explore more stories