Videos
|
International

Benjamin Netanyahu / ଜାତିଂସଘରେ ଭାଷଣ ରଖୁଥିଲେ ନେତାନ୍ୟାହୁ, ଉଠି ପଳାଇଲେ ସମସ୍ତେ...

Sushanta Sahoo
Browse all articles by Sushanta Sahoo
·11 months ago·2 min read
ଜାତିଂସଘରେ ଭାଷଣ ରଖୁଥିଲେ ନେତାନ୍ୟାହୁ, ଉଠି ପଳାଇଲେ ସମସ୍ତେ...

Key Points

ନେତାନ୍ୟାହୁ ଭାଷଣ ଦେବା ପୂର୍ବରୁ ହିଁ ଅଧିକାଂଶ ଦେଶର ଶତାଧିକ ପ୍ରତିନିଧି କକ୍ଷତ୍ୟାଗ କରିଥିଲେ । କହିବାକୁ ଗଲେ ଖାଲି ହଲ୍‌ରେ ଫାଙ୍କା ଚେୟାରକୁ ନେତାନ୍ୟାହୁଙ୍କୁ ସମ୍ବୋଧନ କରିବାକୁ ପଡ଼ିଥିଲା । ଆଉ ଜାତିସଂଘରେ ଏଭଳି ଘଟଣା ଇସ୍ରାଏଲ୍-ଫିଲିସ୍ତିନ ସଂଘର୍ଷ ଭିତରେ ଦୁନିଆର ଅସନ୍ତୋଷକୁ ବ୍ୟକ୍ତ କରିଛି ।

ନ୍ୟୁୟର୍କ: ଇସ୍ରାଏଲ୍‌କୁ ବିରୋଧ ଆଉ କକ୍ଷତ୍ୟାଗ । ଜାତିସଂଘରେ ଅପମାନିତ ହେଲେ ନେତାନ୍ୟାହୁ । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଶୁକ୍ରବାର ଜାତିସଂଘ ମହାସଭାରେ ଭାଷଣ ଦେବା ବେଳେ ଅପମାନିତ ହେବାକୁ ପଡ଼ିଛି । ନେତାନ୍ୟାହୁ ଭାଷଣ ଦେଉଥିବା ବେଳେ ବିରୋଧ କରି ଏକାଧିକ ସଦସ୍ୟ ରାଷ୍ଟ୍ରର ପ୍ରତିନିଧି କକ୍ଷ ତ୍ଯାଗ କରିଛନ୍ତି ।



ଗାଜାରେ ଜାରି ରହିଥିବା ଆକ୍ରମଣକୁ ନେଇ ଶେଷ ପର୍ଯ୍ୟନ୍ତ ନେବାକୁ ନେତାନ୍ୟାହୁ ପ୍ରତିବଦ୍ଧ ଥିବା କହିଥିଲେ । ସେ କହିଥିଲେ, "ହମାସ୍ ବିପକ୍ଷରେ ଇସ୍ରାଏଲ୍‌କୁ କାମ ସମ୍ପୂର୍ଣ୍ଣ କରିବାକୁ ହେବ ।" ଆଉ ନେତାନ୍ୟାହୁଙ୍କ ଏଭି ଭାଷଣ ବେଳେ ମିଳିତ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । କିଛି ପ୍ରତିନିଧି ତାଳି ମାରୁଥିବା ବେଳେ ଅନେକ ସଦସ୍ୟ ବିରୋଧ କରି କକ୍ଷ ଛାଡ଼ି ପଳାଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏଥିସହ ପଢ଼ନ୍ତୁ: ଗାଜାରେ ପୁଣି ଇସ୍ରାଏଲ୍‌ କଲା ବଡ଼ ଧରଣର ଏୟାର ଷ୍ଟ୍ରାଇକ୍, ୬୬ ମୃତ


ନେତାନ୍ୟାହୁ ଭାଷଣ ଦେବା ପୂର୍ବରୁ ହିଁ ଅଧିକାଂଶ ଦେଶର ଶତାଧିକ ପ୍ରତିନିଧି କକ୍ଷତ୍ୟାଗ କରିଥିଲେ । କହିବାକୁ ଗଲେ ଖାଲି ହଲ୍‌ରେ ଫାଙ୍କା ଚେୟାରକୁ ନେତାନ୍ୟାହୁଙ୍କୁ ସମ୍ବୋଧନ କରିବାକୁ ପଡ଼ିଥିଲା । ଆଉ ଜାତିସଂଘରେ ଏଭଳି ଘଟଣା ଇସ୍ରାଏଲ୍-ଫିଲିସ୍ତିନ ସଂଘର୍ଷ ଭିତରେ ଦୁନିଆର ଅସନ୍ତୋଷକୁ ବ୍ୟକ୍ତ କରିଛି । ଅନ୍ୟପଟେ ପାଶ୍ଚାତ୍ୟ ରାଷ୍ଟ୍ର ଫିଲିସ୍ତିନକୁ ଦେଶ ମାନ୍ୟତା ଦେବା ଇସ୍ରାଏଲ୍‌କୁ ନୂଆ ଝଟ୍‌କା ଦେଇଛି ।


ଆମେରିକା ଓ ବ୍ରିଟେନ୍ ପାଇଁ ଆବଣ୍ଟିତ ଆସନରେ ବରିଷ୍ଠ ରାଷ୍ଟ୍ରଦୂତ ଓ ଅଧିକାରୀଙ୍କ ବଦଳରେ କନିଷ୍ଠଙ୍କୁ ଦେଖିବାକୁ ମିଳିଥିଲା । ଏକାଧିକ ଚେୟାର୍ ଫାଙ୍କା ପଡ଼ିଥିଲା । ଇରାନର ଖାଲି ଚେୟାରରେ ଥିଲା ଅନେକ ଛୁଆଙ୍କ ଫଟୋ । ଜୁନ୍‌ରେ ଇସ୍ରାଏଲ୍ ଯୁଦ୍ଧରେ ଉକ୍ତ ଛୁଆମାନେ ମୃତ୍ୟୁବରଣ କରିଥିବା ତେହରାନ ଦାବି କରି ଆସୁଛି ।


ଏଥିସହ ପଢ଼ନ୍ତୁ: ଶପଥ ପରେ ପ୍ରଥମ ବିଦେଶୀ ନେତା ଭାବେ ଇସ୍ରାଏଲ୍‌ ରାଷ୍ଟ୍ରପତିଙ୍କୁ ଭେଟିବେ ଟ୍ରମ୍ପ, ଉଦ୍ଦେଶ୍ୟ କଣ ?


ଭାଷଣରେ ନେତାନ୍ୟାହୁ ଦାବି କରି କହିଥିଲେ, ତାଙ୍କ ଭାଷଣକୁ ଗାଜାରେ ଲାଉଡସ୍ପିକର୍ସ ଜରିଆରେ, ଫୋନ୍‌ରେ ଲୋକେ ଶୁଣୁଛନ୍ତି । ହମାସକୁ ଚେତାବନୀ ଦେଇ କହିଥିଲେ, "ଅସ୍ତ୍ରଶସ୍ତ୍ର ଛାଡ଼ିଦିଅ, ମୋର ଲୋକଙ୍କୁ ଯିବାକୁ ଦିଅ । ଯଦି ଏମିତି ନ କରିବ ତ ଇସ୍ରାଏଲ୍ ତୁମକୁ ଖୋଜି ଖୋଜି ମାରିବ ।"


ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପାଶ୍ଚାତ୍ୟ ଦେଶକୁ ସମାଲୋଚନା କରିଛନ୍ତି । କହିଛନ୍ତି, "ପାଶ୍ଚାତ୍ୟ ନେତା ଚାପରେ ଦବି ଯାଇଛନ୍ତି । କିନ୍ତୁ ଇସ୍ରାଏଲ୍ ନଇଁବ ନାହିଁ ।" ଫିଲିସ୍ତିନକୁ ଦେଶ ମାନ୍ୟତା ଦେଇଥିବା ରାଷ୍ଟ୍ରର ନିଷ୍ପତ୍ତିକୁ ନେତାନ୍ୟାହୁ ନିନ୍ଦା କରିଛନ୍ତି । କହିଛନ୍ତି, "ଏଭଳି ନିଷ୍ପତ୍ତି ଆତଙ୍କବାଦକୁ ପ୍ରୋତ୍ସାହନ ଦେବ ଓ ନିର୍ଦ୍ଦୋଷଙ୍କ ପ୍ରତି ହିଂସାକୁ ବଢ଼ାଇବ ।"

Related Topics

Explore more stories