Israel Power Change / ଇସ୍ରାଏଲରେ ବଦଳିବ ସରକାର; ଏଇସେନକଟ୍ଙ୍କୁ ମିଳିଲା ସରକାର ଗଠନ ପାଇଁ ପ୍ରଥମ ସୁଯୋଗ
·2 hours ago·2 min read

Key Points
ଇସ୍ରାଏଲରେ ବଦଳିବ ସରକାର
ବେଞ୍ଜାମିନ୍ ନେତାନ୍ୟାହୁଙ୍କ କ୍ଷମତାକୁ ଝଟକା
ଏଇସେନକଟ୍ଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କଲେ ରାଷ୍ଟ୍ରପତି
ବେଞ୍ଜାମିନ୍ ନେତାନ୍ୟାହୁଙ୍କ କ୍ଷମତାକୁ ଝଟକା
ଏଇସେନକଟ୍ଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କଲେ ରାଷ୍ଟ୍ରପତି
ଜେରୁଜେଲମ: ଇସ୍ରାଏଲରେ ସରକାର ପରିବର୍ତ୍ତନକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ଦେଶର ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗ୍ ‘ୟାଶାର୍’ ପାର୍ଟିର ମୁଖ୍ୟ ତଥା ପୂର୍ବତନ ପ୍ରତିରକ୍ଷା ବାହିନୀ ମୁଖ୍ୟ ଏଇସେନକଟ୍ଙ୍କୁ ସରକାର ଗଠନ ପାଇଁ ପ୍ରଥମ ସୁଯୋଗ ଦେଇଛନ୍ତି । ଏହା ଦୀର୍ଘଦିନ ଧରି କ୍ଷମତାରେ ଥିବା ବେଞ୍ଜାମିନ୍ ନେତାନ୍ୟାହୁଙ୍କ ପାଇଁ ଏକ ବଡ଼ ରାଜନୈତିକ ଝଟକା ବୋଲି କୁହାଯାଉଛି । ସେପଟେ ଆଜି (ରବିବାର) ଜେରୁଜେଲମସ୍ଥିତ ରାଷ୍ଟ୍ରପତି ଭବନରେ ଏକ ଔପଚାରିକ ସମାରୋହରେ ଏଇସେନକଟ୍ଙ୍କୁ ସରକାର ଗଠନର ଦାୟିତ୍ୱ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି ।
ଅକ୍ଟୋବର ୨୭ରେ ହୋଇଥିବା ନିର୍ବାଚନରେ କୌଣସି ଦଳ କିମ୍ବା ମେଣ୍ଟକୁ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ମିଳିନଥିଲା । ଇସ୍ରାଏଲର ୧୨୦ ଆସନ ବିଶିଷ୍ଟ ସଂସଦରେ ସରକାର ଗଠନ ପାଇଁ ଆବଶ୍ୟକ ସମର୍ଥନ ହାସଲ କରିବା ଏବେ ଏଇସେନକଟ୍ଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ । ରାଷ୍ଟ୍ରପତି ହର୍ଜୋଗ୍ ସପ୍ତାହବ୍ୟାପୀ ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି । ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରୁ ୬୭ ଜଣ ଏଇସେନକଟ୍ଙ୍କୁ ସମର୍ଥନ ଜଣାଇଥିବାବେଳେ ୪୬ ଜଣ ନେତାନ୍ୟାହୁଙ୍କ ସପକ୍ଷରେ ମତ ଦେଇଥିଲେ । ଅନ୍ୟ ୭ ଜଣ କୌଣସି ପକ୍ଷକୁ ସମର୍ଥନ କରିନଥିଲେ।
ପଢନ୍ତୁ ଏହି ଖବର: ଆମେରିକା ମଧ୍ୟବର୍ତ୍ତୀ ନିର୍ବାଚନରେ ଟ୍ରମ୍ପଙ୍କୁ ଝଟକା, ଭାରତ ପାଇଁ କମିଲା ଟ୍ରେଡ୍ ଡିଲ୍ର ଚାପ

- ଜାତୀୟ ଏକତା ସରକାର ଗଠନ ଉପରେ ଗୁରୁତ୍ୱ
ପଢନ୍ତୁ ଏହି ଖବର: ଆମେରିକା ମଧ୍ୟବର୍ତ୍ତୀ ନିର୍ବାଚନରେ ଟ୍ରମ୍ପଙ୍କୁ ଝଟକା, ଭାରତ ପାଇଁ କମିଲା ଟ୍ରେଡ୍ ଡିଲ୍ର ଚାପ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଯୁଦ୍ଧ ନୀତିରେ ହେବ କି ପରିବର୍ତ୍ତନ ?
Related Topics
Explore more stories