Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Israel Hamas War / ୭ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ, ଖୁସିରେ ଝୁମିଲା ପୂରା ଇସ୍ରାଏଲ

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
୭ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ, ଖୁସିରେ ଝୁମିଲା ପୂରା ଇସ୍ରାଏଲ

Key Points

ଶାନ୍ତି ଚୁକ୍ତି ପୂର୍ବରୁ ହମାସ୍‌ର ବଡ଼ ପଦକ୍ଷେପ । ୭ ପଣବନ୍ଦୀଙ୍କୁ କଲା ମୁକ୍ତ । ଇସ୍ରାଏଲରେ ଖୁସିର ମାହୋଲ ।

ଇସ୍ରାଏଲରେ ଆଜି ଖୁସିର ଲହରୀ । ଦୀର୍ଘ ଦୁଇ ବର୍ଷର ଯୁଦ୍ଧ ପରେ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିନାମା ହୋଇଛି । ଏହି ଚୁକ୍ତିନାମା ଅନୁଯାୟୀ ଗାଜାରୁ ପ୍ରଥମ ବ୍ୟାଚ୍ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରଥମ ବ୍ୟାଚ୍‌ରେ ସାତ ଜଣ ବନ୍ଧକଙ୍କୁ ରେଡ୍‌କ୍ରସ୍‌ ଦ୍ବାରା ହମାସରୁ ଇସ୍ରାଏଲୀ ସେନାକୁ ହସ୍ତାନ୍ତର କରାଯାଇଛି । ପଣବନ୍ଦୀଙ୍କୁ ମୁକ୍ତ କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।


ଯୁଦ୍ଧବିରତି ଚୁକ୍ତିନାମା ଅନୁଯାୟୀ, ହମାସକୁ ଶେଷ ୨୦ ଜଣ ବନ୍ଧକଙ୍କୁ ମୁକ୍ତ କରିବାକୁ ପଡିବ । ଇସ୍ରାଏଲୀମାନେ ହମାସ ଦ୍ବାରା ବନ୍ଧକ ଥିବା ପଣବନ୍ଦୀମାନଙ୍କୁ ଜୋରଦାର ସ୍ବାଗତ କରିଛନ୍ତି । ସେପଟେ ଗାଜାବାସୀ ମଧ୍ୟ ଇସ୍ରାଏଲ ଦ୍ୱାରା ବନ୍ଦୀ ଥିବା ଶହ ଶହ ପାଲେଷ୍ଟାଇନୀ ବନ୍ଦୀଙ୍କ ମୁକ୍ତି ପାଇଁ ମଧ୍ୟ ଅପେକ୍ଷା କରିଛନ୍ତି ।

ଅଧିକ ପଢ଼ନ୍ତୁ: ଏବେ ପୁଣି କେଉଁ ଯୁଦ୍ଧ ରୋକିବେ ଡୋନାଲ୍ଡ ଟ୍ରମ୍ପ ? କଲେ ବଡ଼ ଖୁଲାସା...

ସୋମବାର ସକାଳେ ହମାସ ୨୦ ଜଣ ଜୀବିତ ବନ୍ଧକଙ୍କ ତାଲିକା ପ୍ରକାଶ କରିଛି । ଯେଉଁମାନଙ୍କୁ ଏହା ଯୁଦ୍ଧବିରତି ଚୁକ୍ତିନାମା ଅନୁଯାୟୀ ମୁକ୍ତ କରିବ । ସେହିପରି ଇସ୍ରାଏଲୀ କର୍ତ୍ତୃପକ୍ଷ ମଧ୍ୟ ୧୯୦୦ରୁ ଅଧିକ ପାଲେଷ୍ଟାଇନୀ ବନ୍ଦୀଙ୍କ ତାଲିକା ମଧ୍ୟ ପ୍ରକାଶ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଗାଜା ଅସ୍ତ୍ରବିରତି ଚୁକ୍ତିନାମା ଅନୁଯାୟୀ ବନ୍ଧକଙ୍କ ମୁକ୍ତି ଆରମ୍ଭ ହୋଇଛି । ବନ୍ଧକଙ୍କ ମୁକ୍ତି ଘୋଷଣା ହେବା ମାତ୍ରେ ଇସ୍ରାଏଲରେ ଉତ୍ସବ ଆରମ୍ଭ ହୋଇଯାଇଛି । ଇସ୍ରାଏଲୀ ସେନା ଟ୍ୱିଟରରେ ପୋଷ୍ଟ କରିଛି ଯେ ହମାସ ଉତ୍ତର ଗାଜାରେ ବନ୍ଧକଙ୍କୁ ରେଡକ୍ରସ ଦଳକୁ ହସ୍ତାନ୍ତର କରିଛି । ହମାସ କହିଛି ଯେ ଇସ୍ରାଏଲରେ ବନ୍ଦୀ ଥିବା ୧୯୦୦ରୁ ଅଧିକ ପାଲେଷ୍ଟାଇନୀ ବନ୍ଦୀଙ୍କ ବଦଳରେ ୨୦ ଜଣ ଜୀବିତ ବନ୍ଧକଙ୍କୁ ମୁକ୍ତ କରାଯିବ।


ସୂଚନା ଅନୁସାରେ ୭ ଅକ୍ଟୋବର ୨୦୨୩ରୁ ଇସ୍ରାଏଲ ଓ ଗାଜା ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରୟାସ ଯୋଗୁଁ ଗାଜାରେ ଏକ ଯୁଦ୍ଧବିରାମ ଲାଗିଛି । ଯୁଦ୍ଧବିରତି ପରେ ସୋମବାର ଦିନ ଇସ୍ରାଏଲୀ ବନ୍ଦୀମାନଙ୍କୁ ମୁକ୍ତ କରିବା ଆରମ୍ଭ ହୋଇଥିଲା ।

Related Topics

Explore more stories

Sponsored
Israel Rejoices as Hamas Releases First 7 Hostages Under Ceasefire Deal | Argus News