|
logo
Live

Argus News - ପୁଣି ଗାଜା ଉପରେ ଘନ ଘନ ଆକ୍ରମଣ ଆରମ୍ଭ କରିଦେଇଛି ଇସ୍ରାଏଲ ସେନା

International

ପୁଣି ଗାଜା ଉପରେ ଘନ ଘନ ଆକ୍ରମଣ ଆରମ୍ଭ କରିଦେଇଛି ଇସ୍ରାଏଲ ସେନା

Jitendra Dash
Browse all articles by Jitendra Dash
·2 years ago·1 min read
ପୁଣି ଗାଜା ଉପରେ ଘନ ଘନ ଆକ୍ରମଣ ଆରମ୍ଭ କରିଦେଇଛି ଇସ୍ରାଏଲ ସେନା

ଅର୍ଗସ ବ୍ୟୁରୋ : ସରିଲା ୭ ଦିନର ଯୁଦ୍ଧ ବିରାମ । ପୁଣି ରକ୍ତର ଖେଳ ଆରମ୍ଭ । ଗାଜା ଉପରେ ଘନ ଘନ ଆକ୍ରମଣ ଆରମ୍ଭ କରିଦେଇଛି ଇସ୍ରାଏଲ ସେନା । ନଭେମ୍ବର ୨୪ରେ ପଣବନ୍ଦୀଙ୍କୁ ମୁକ୍ତ କରିବାକୁ ଉଭୟ ପକ୍ଷରୁ ଯୁଦ୍ଧ ବିରାମ ଘୋଷଣା କରାଯାଇଥିଲା । ଗାଜାରୁ ୧୦୫ଜଣ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଥିବା ବେଳେ ଇସ୍ରାଏଲ୍‌ କାରାଗାରରୁ ମୁକ୍ତ ହୋଇଥିଲେ ୨୪୦ଜଣ କଏଦୀ । 

ଅଧିକ ପଢନ୍ତୁ ବିଦେଶ ଖବର

ପ୍ରଥମେ ୪ ଦିନର ଯୁଦ୍ଧ ବିରାମ ପରେ ଏହାକୁ ଆଉ ୨ଦିନ ବୃଦ୍ଧି କରାଯାଇଥିଲା । ଏବେ କିନ୍ତୁ ପୁଣି ଆରମ୍ଭ ହୋଇଛି ଆକ୍ରମଣ ଓ ପ୍ରତିଆକ୍ରମଣ । ଗାଜା ପକ୍ଷରୁ ପ୍ରଥମେ ଏକ ରକେଟ ମାଡ଼ କରାଯାଇଥିବା ଇସ୍ରାଏଲ ପକ୍ଷରୁ କୁହାଯାଇଛି । ଯାହାକୁ ଡିଫେନ୍ସ ସିଷ୍ଟମ ଜରିଆରେ ପ୍ରତିହତ କରିଥିଲା ଇସ୍ରାଏଲ ସେନା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଉ ଏହାପରେ ରକ୍ତମୁଖା ହୋଇ ଗାଜାରେ ଆତଙ୍କୀ ଆଡ୍ଡାରେ ଯୁଦ୍ଧ ବିମାନରୁ ବୋମା ଓ ରକେଟ ମାଡ଼ କରିଛି ଇସ୍ରାଏଲ । ଏଥିରେ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ଇସ୍ରାଏଲ ଆକ୍ରମଣରେ ଗାଜାରେ ପ୍ରାଣ ହରାଇଛନ୍ତି ୧୪ ହଜାର ଲୋକ ।

Sponsored
ପୁଣି ଗାଜା ଉପରେ ଘନ ଘନ ଆକ୍ରମଣ ଆରମ୍ଭ କରିଦେଇଛି ଇସ୍ରାଏଲ ସେନା | Argus News