Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Mojtaba ill / ଯୁଦ୍ଧ ଭିତରେ ଇରାନର ସର୍ବୋଚ୍ଚ ନେତା ଚେତାଶୂନ୍ୟ; ଆଶ୍ଚର୍ଯ୍ୟ ପୂରା ବିଶ୍ଵ

Debashree Debasmita Sahoo
Browse all articles by Debashree Debasmita Sahoo
·3 months ago·2 min read
ଯୁଦ୍ଧ ଭିତରେ ଇରାନର ସର୍ବୋଚ୍ଚ ନେତା ଚେତାଶୂନ୍ୟ; ଆଶ୍ଚର୍ଯ୍ୟ ପୂରା ବିଶ୍ଵ
Mojtaba ill

Key Points

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ଇରାନରୁ ଆସିଲା ବଡ଼ ଖବର
ଇରାନର ସର୍ବୋଚ୍ଚ ନେତା ମୋଜତବା ଖାମେନେଇ ଚେତାଶୂନ୍ୟ
ଟ୍ରମ୍ପଙ୍କ ଧମକ ମଧ୍ୟରେ ଏହି ଖବର ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟଚକିତ
ମଧ୍ୟପ୍ରାଚ୍ୟରେ ଜାରି ଯୁଦ୍ଧ ମଧ୍ୟରେ ଆସିଲା ବଡ଼ ଖବର । ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତବା ଖାମେନେଇ "ଚେତାଶୂନ୍ୟ" ଏବଂ ବର୍ତ୍ତମାନ "ଦେଶ ଚଳାଇବା ପାଇଁ ଅଯୋଗ୍ୟ" ବୋଲି କହିଛି ଆମେରିକା ଏବଂ ଇସ୍ରାଏଲୀ ଗୁଇନ୍ଦା ସଂସ୍ଥା । ରିପୋର୍ଟରେ କୁହାଯାଇଛି ଯେ ମୋଜତବା ଇରାନର ପବିତ୍ର ସହର କୋମରେ ଗମ୍ଭୀର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ଗୋଟିଏ ପଟେ ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ସ୍ଥିତି ଘନେଇବାରେ ଲାଗିଛି । ଏହାରି ମଧ୍ୟରେ ଇରାନର ସର୍ବୋଚ୍ଚ ନେତାଙ୍କୁ ନେଇ ଆସିଥିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।

  • 'କୋମ' ସହରରେ ଚିକିତ୍ସିତ ହେଉଛନ୍ତି ମୋଜତବା
ଗତ ଫେବୃଆରୀ ୨୮ ତାରିଖରେ ଇସ୍ରାଏଲୀ ଏବଂ ଆମେରିକାର ଆକ୍ରମଣରେ ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟତୁଲ୍ଲାହ ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ତଥା ୫୬ ବର୍ଷୀୟ ମୋଜତବା ଖାମେନେଇ ଦେଶର ସର୍ବୋଚ୍ଚ ନେତା ହୋଇଥିଲେ । ନେତା ହେବା ପରଠାରୁ ମୋଜତବାଙ୍କୁ ସାଧାରଣରେ ଦେଖାଯାଇନାହି ଏବଂ ସେ କିଛି ଲିଖିତ ବୟାନ ଜାରି କରିଛନ୍ତି । ଅନେକ ରିପୋର୍ଟ ଦାବି କରୁଛି ଯେ ସେ ଏହି ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ଆମେରିକା-ଇସ୍ରାଏଲୀ ଗୁଇନ୍ଦା ସଂସ୍ଥା ମଧ୍ୟ ସମାନ ଦାବି କରିଛି ।

ପଢନ୍ତୁ ଏହି ଖବର: ମଧ୍ୟପ୍ରାଚ୍ୟରେ ହୋଇପାରେ ୪୫ ଦିନିଆ ଅସ୍ତ୍ରବିରତି; ଚାଲିଛି ଆଲୋଚନା

ମୋଜତବାଙ୍କୁ ସାର୍ବଜନୀନ ସ୍ଥାନରେ ଦେଖିବାକୁ ମିଳିନଥିବାବେଳେ ତାଙ୍କ ସ୍ଵାସ୍ଥ୍ୟାବସ୍ଥାକୁ ନେଇ ବିଭିନ୍ନ ପ୍ରକାର ଆଲୋଚନା ହେଉଛି । ଏହା ପୂର୍ବରୁ ଏକ ଖବର ଆସିଥିଲା ଯେ ମୋଜତବା ଋଷର ରାଜଧାନୀ ମସ୍କୋରେ ତାଙ୍କ ଚିକିତ୍ସା କରାଯାଉଛି । ଏହାପରେ ଋଷ ରାଜଦୂତ ସ୍ପଷ୍ଟ କରିଥିଲେ ଯେ ସେ ଇରାନରେ ଅଛନ୍ତି । କିନ୍ତୁ ଏବେ ବ୍ରିଟିଶ ଖବରକାଗଜ ଦାବି କରୁଛି ଯେ ସେ ଅସୁସ୍ଥ ହୋଇ କୋମରେ ଚିକିତ୍ସିତ ହେଉଛନ୍ତି ।

  • ପାରସ୍ୟ ନବବର୍ଷରେ ଅଭିନନ୍ଦନ ଜଣାଇଥିଲେ ମୋଜତବା
ଯୁଦ୍ଧ ମଧ୍ୟରେ ଇରାନର ସର୍ବୋଚ୍ଚ ନେତା ଆୟତୁଲ୍ଲାହ ମୋଜତବା ଖାମେନି ଶୁକ୍ରବାର (ମାର୍ଚ୍ଚ ୨୦, ୨୦୨୬) ଇରାନ ଏବଂ ବିଶ୍ୱର ମୁସଲମାନମାନଙ୍କୁ ପାରସ୍ୟ ନବବର୍ଷ (ନୱରୁଜ୍) ଏବଂ ଇଦ୍ ଉଲ୍-ଫିତରର ଅଭିନନ୍ଦନ ଜଣାଇଥିଲେ । ସେ ଏହା ମଧ୍ୟ କହିଥିଲେ ଯେ ଯୁଦ୍ଧ ସମୟରେ ଶତ୍ରୁ ଏହି ଭ୍ରମରେ ଥିଲା ଯେ ଲୋକମାନେ ନିଜେ ଇସଲାମିକ୍ ଶାସନକୁ କ୍ଷମତାରୁ ବାହାର କରିଦେବେ, କିନ୍ତୁ ଇସଲାମର ଯୋଦ୍ଧାମାନଙ୍କ ଅତୁଳନୀୟ ସାହସିକତା ଯୋଗୁଁ ଶତ୍ରୁ ନିରାଶ ହେବାକୁ ଲାଗିଲା ଏବଂ ଶେଷରେ ମଧ୍ୟସ୍ଥତା ଏବଂ ଯୁଦ୍ଧବିରତି ମାଧ୍ୟମରେ ନିଜକୁ ରକ୍ଷା କରିବାକୁ ପଡ଼ିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored