Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଲେବାନନ ଉପରେ ଇସ୍ରାଏଲର ଜୋରଦାର ଆକ୍ରମଣ , ୬ ନାଗରିକ ମୃତ

International

ଲେବାନନ ଉପରେ ଇସ୍ରାଏଲର ଜୋରଦାର ଆକ୍ରମଣ , ୬ ନାଗରିକ ମୃତ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଲେବାନନ ଉପରେ ଇସ୍ରାଏଲର ଜୋରଦାର ଆକ୍ରମଣ , ୬ ନାଗରିକ ମୃତ

Key Points

  • ବିଶ୍ବ ଯୁଦ୍ଧ ଆଡକୁ ମୁହାଁଉଛି ମଧ୍ୟପ୍ରାଚ୍ୟ 
  • ଇସ୍ରାଏଲ ଉପରେ ଇରାନର ମିଶାଇଲ୍ ଆଟାକ୍ ପରେ ସ୍ଥିତି ଭୟଙ୍କର 
  • ଲେବାନନ ଉପରେ ଇସ୍ରାଏଲର ଜୋରଦାର ଆକ୍ରମଣ
  • ୬ ଲେବାନନ୍ ନାଗରିକ ମୃତ
  • ଜାତିସଂଘ ମହାସଚିବଙ୍କୁ ଇସ୍ରାଏଲରେ ପ୍ରବେଶ ମନା

ଅର୍ଗସ ବ୍ୟୁରୋ : ଇରାନ ଆକ୍ରମଣର କଡା ଜବାବ୍ ଦେଇଛି ଇସ୍ରାଏଲ । ଲେବାନନ ଉପରେ ଇସ୍ରାଏଲର ଜୋରଦାର ହମଲା । ଗତକାଲି ହିଜବୁଲ୍ଲାର ଆକ୍ରମଣରେ ଇସ୍ରାଏଲର ୮ଜଣ ସୈନିକଙ୍କ ମୃତ୍ୟୁ ହେବା ପରେ କଡା ପଦକ୍ଷେପ ନେଇଛି ଇସ୍ରାଏଲ। ଆକାଶ ମାର୍ଗରୁ ଲେବାନନ ଉପରେ ଆକ୍ରମଣ କରିଛି ଇସ୍ରାଏଲ । ଏହି ସ୍ଥାନଗୁଡିକ ହିଜବୁଲ୍ଲାର ଆଡ୍ଠାଭାବେ ଜଣାଶୁଣା । କେନ୍ଦ୍ରୀୟ ବିରୁଟରେ ହୋଇଥିବା ଏହି ଆକ୍ରମଣ ଯୋଗୁଁ ୬ ଜଣ ଲେବାନନ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତ ୨୪ ଘଣ୍ଟା ଭିତରେ ଇସ୍ରାଏଲର ଆକ୍ରମଣରେ ଲେବାନନର ୪୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୫ଜଣ ଆହତ ହୋଇଥିବା ଲେବାନନ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହି ଟେନସନ ଭିତରେ ଇସ୍ରାଏଲକୁ ଖୋଲାଖୋଲି ସମର୍ଥନ ଜାହିର କରିଛି ଆମେରିକା। ଯାହାକୁ ନେଇ ସରଗରମ ହୋଇଛି ବୈଶ୍ବିକ ରାଜନୀତି। ଇସ୍ରାଏଲ ଅପରେସନ ଭୟରେ ଇରାନ ଆସନ୍ତାକାଲି ସଂଧ୍ୟା 5ଟା ଯାଏ ସମସ୍ତ ବିମାନ ବନ୍ଦରରୁ ଉଡାଣ ବାତିଲ କରିଛି । ଆଜି ଆମେରିକା ଓ ଇସ୍ରାଏଲ ମଧ୍ୟରେ ଏନେଇ ଆଲୋଚନା ହୋଇଛି । 

ଇରାନ୍ ଏକ ବଡ ଭୁଲ କରିଛି, ଏଥିପାଇଁ ମୂଲ୍ୟ ଦେବାକୁ ପଡିବ । ଯିଏ ଇସ୍ରାଏଲ ଉପରେ ଆକ୍ରମଣ କରିଛି ତା ଉପରେ ଆହୁରି ବଡ ଆକ୍ରମଣ ହେବ ବୋଲି କହିଥିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ଏପଟେ ଲେବାନନ ଉପରେ ଭୟଙ୍କର ଆକ୍ରମଣ କରିଛି ଇସ୍ରାଏଲ । ଗ୍ରାଉଣ୍ଡ ଅପରେସନ ସହ ଇସ୍ରାଏଲ ସେନା ଲେବାନନରେ ରକେଟ ମାଡ଼ ଜାରି ରଖିଛି ।  ସେପଟେ  ଜାତିସଂଘର ମହାସଚିବ ପକ୍ଷପାତିତା କରୁଥିବା ଅଭିଯୋଗ ଆଣିଛି ଇସ୍ରାଏଲ । ଇରାନ୍‍, ହିଜବୁଲ୍‌ଲା ଓ ହମାସର ଆକ୍ରମଣକୁ ନିନ୍ଦା କରିବା ବଦଳରେ ସେମାନଙ୍କୁ ସମର୍ଥନ କରାଯାଉଛି । ଏଥିପାଇଁ  ଜାତିସଂଘ ମହାସଚିବଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛି ଇସ୍ରାଏଲ । 

 ପଶ୍ଚିମ ଏସିଆ ସ୍ଥିତିକୁ ଦୃଷ୍ଟିରେ ରଖି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଛି ଟ୍ରାଭେଲ ଆଡଭାଇଜରୀ । ଭାରତୀୟ ନାଗରିକ ବର୍ତ୍ତମାନ ସ୍ଥିତିରେ ଇରାନକୁ ନଯିବା ପାଇଁ ଆଡଭାଇଜରୀରେ କୁହାଯାଇଛି । ଏହାପୂର୍ବରୁ ଗତକାଲି ଇସ୍ରାଏଲରେ ଭାରତୀୟ ଦୂତାବାସ ପକ୍ଷରୁ ମଧ୍ୟ ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି ହୋଇଥିଲା । ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ଲାଗି ଜରୁରୀ କାଳୀନ ହେଲ୍ପ ଲାଇନ ଜାରି କରାଯାଇଛି। ସେଠାରେ ଥିବା ସମସ୍ତ ଭାରତୀୟ ସୁରକ୍ଷିତ ଥିବା ସୂଚନା ମିଳିଛି । ... 

ହିଜବୁଲ୍ଲା ଚିଫ ହସନ ନସରଲ୍ଲାହ ହତ୍ୟାର ପ୍ରତିଶୋଧ ନେବାକୁ ଗତକାଲି ରାତିରେ ଇସ୍ରାଏଲ ଉପରେ ଶତାଧିକ ମିସାଇଲ ମାଡ଼ କରିଥିଲା ଇରାନ । ରାଜଧାନୀ ତେଲ ଅଭୀଭକୁ ଇରାନ ଟାର୍ଗେଟ କରିଥିଲା । ଇସ୍ରାଏଲ ଏୟାର ଡିଫେନସ୍ ସିଷ୍ଟମ ସହାୟତାରେ ସମସ୍ତ ମିସାଇଲକୁ ଆକାଶରେ ହିଁ ନଷ୍ଟ କରିବାରେ ସମର୍ଥ ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 
 

Argus Whatsapp Channel Mobile Top
Sponsored
Israel's heavy attack on Lebanon, 6 civilians dead | Argus News