Italy Red Wine Theft Case / ଇଟାଲୀର ସବୁଠାରୁ ପ୍ରସିଦ୍ଧ ମଦର ୩୦ ହଜାର ବୋତଲ ହୋଇଗଲା ଚୋରି; ମୂଲ୍ୟ ଶୁଣିଲେ ତାଜୁବ ହୋଇଯିବେ ଆପଣ
·1 hour ago·2 min read

Key Points
୧୩୮୫ ମସିହାରୁ କାର୍ଯ୍ୟ କରୁଥିବା ଏକ ଇଟାଲୀୟ ମଦ କମ୍ପାନୀ ଗୋଦାମରେ ୭ ଜଣ ଚୋର କଳାକନା ବୁଲାଇ ଦେଇଥିଲେ।
ଇଟାଲୀର ଟସ୍କନି ଅଞ୍ଚଳରେ ଘଟିଯାଇଛି ଏକ ତାଜୁବ କରିଦେବା ଭଳି ଘଟଣା। ଏଠାକାରପ୍ରସିଦ୍ଧ ମଦ କମ୍ପାନୀ ମାର୍ଚ୍ଚେସ୍ ଆଣ୍ଟିନୋରି ଗୋଦାମରୁ ପ୍ରାୟ ୩୦,୦୦୦ "ରେଡ୍ ୱାଇନ୍" (Red Wine) ବୋତଲ ଚୋରି ହୋଇଯାଇଛ। ଯାହାର ମୂଲ୍ୟ ହେଉଛି ପ୍ରାୟ ୫ ମିଲିୟନ୍ ୟୁରୋ। ଭାରତୀୟ ମୁଦ୍ରାରେ ଏହାର ପରିମାଣ ହେଉଛି ପ୍ରାୟ ୫୪.୨୯ କୋଟି ଟଙ୍କା। ଏହି ଘଟଣା ସମ୍ପର୍କରେ ସର୍ବପ୍ରଥମେ ଗତ ସୋମବାର (୫ ଅକ୍ଟୋବର) ଜଣା ପଡ଼ିଥିଲା। ଯେତେବେଳେ ସେହି ଦିନ ସକାଳେ ଜଣେ କର୍ମଚାରୀ ଗୋଦାମରେ ପହଞ୍ଚିବା ପରେ ଚୋରି ହୋଇଥିବା ନେଇ ଜାଣିବାକୁ ପାଇଥିଲେ। ଯାହା ପରେ ଜଣେ କମ୍ପାନୀ ପ୍ରତିନିଧି ଏହାକୁ ଇଟାଲୀ ଇତିହାସର ସବୁଠାରୁ ବଡ଼ ମଦ ଚୋରି ବୋଲି ବର୍ଣ୍ଣନା କରିଥିଲେ।
ବିଦେଶକୁ ପଠାଯିବା ପାଇଁ ପ୍ୟାକ୍ ହୋଇଥିଲା ରେଡ ୱାଇନ୍
ଖବର ଅନୁଯାୟୀ ଗତ ସପ୍ତାହାନ୍ତରେ କୋର୍ଟୋନା ସ୍ଥିତ ଏକ ଗୋଦାମରେ ଚୋରି ଘଟିଥିଲା। CCTV ଫୁଟେଜ୍ ରେ ଦେଖିବାକୁ ମିଳିଥିଲା ଯେ ୭ ଜଣ ମୁଖାପିନ୍ଧା ଚୋର ପ୍ରଥମେ ଆଲାର୍ମ ସିଷ୍ଟମ୍ ବନ୍ଦ କରି ଦେଇଥିଲେ। ଏହା ପରେ ଦୁଇଟି ଟ୍ରକ ସହାୟତାରେ ବାକ୍ସ ମଧ୍ୟରେ ପ୍ୟାକ୍ ହୋଇଥିବା ମଦକୁ ଲୋଡ୍ କରି ପଳାଇ ଯାଇଥିଲେ। ଏନେଇ କମ୍ପାନୀ କହିଛି ଯେ ଏହା ସଂସ୍ଥାନର ସବୁଠାରୁ ବଡ଼ ଗୋଦାମ ଥିଲା। ଯେଉଁଠାରେ ସମଗ୍ର ବିଶ୍ୱକୁ ଯୋଗାଣ କରିବା ପାଇଁ ମଦ ପ୍ୟାକ୍ କରାଯାଇଥିଲା। ହେଲେ ତଥାପି ଚୋର ଏହାକୁ ଏହାର ଗନ୍ତବ୍ୟସ୍ଥଳ ଅଭିମୁଖେ ପଠାଇବା ପୂର୍ବରୁ ଚୋରି କରି ନେଇଥିଲେ।
ଏହା ସହ ପଢନ୍ତୁ: ମରୁଡ଼ି ପାଇଁ ବିପଦରେ ମଦ! ଫ୍ରାନ୍ସ ମଦ ଶିଳ୍ପ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ; ଜଳି ଯାଉଛି ଅଙ୍ଗୁର
ଚୋରି ହୋଇଥିଲା ତିନି ପ୍ରକାରର ରେଡ ୱାଇନ୍
ଚୋର ଏହି ମଦ କମ୍ପାନୀ ଗୋଦାମରୁ ସବୁଠାରୁ ମହଙ୍ଗା ରେଡ୍ ୱାଇନ୍ ଚୋରି କରିନେଇଥିଲେ। ଯେଉଁଥିରେ Tignanello, Solaia, Guado al Tasso ଆଦି ବ୍ରାଣ୍ଡ ସାମିଲ ରହିଛି। ଏହି ବୋତଲର ମୂଲ୍ୟ ୧୨୦ ୟୁରୋ ୧୩୦ ୟୁରୋ ମଧ୍ୟରେ ହେବ। କେବଳ Solaia ବ୍ରାଣ୍ଡ ମଦ ୮ ହଜାରରୁ ୧୦,୦୦୦ ବୋତଲ ଚୋରି ହୋଇଛି। ଏହା ହେଉଛି ସମସ୍ତ ପ୍ରିମିୟମ୍ ରେଡ ୱାଇନ୍। ଯାହାକୁ ପ୍ରାୟତଃ ଦୀର୍ଘ ସମୟ ଧରି ଷ୍ଟୋରେଜ ଠାରେ ରଖାଯାଇଥାଏ। ୧୩୮୫ ମସିହାରୁ ମଦ ଉତ୍ପାଦନ କରୁଥିବା ଏହି କମ୍ପାନୀ ବିଶ୍ୱବ୍ୟାପୀ ଏହାର ଗ୍ରାହକଙ୍କୁ ଅନଧିକୃତ ସ୍ଥାନରୁ ମଦ କିଣିବା ଏଡାଇବାକୁ ଚେତାବନୀ ଦେଇଛି।
ଇଟାଲୀରେ ବୃଦ୍ଧି ପାଉଛି ମଦ ଚୋରି
ଗତ ଜୁଲାଇ ମାସରେ ମୋଣ୍ଟାଲସିନୋର ବାନଫି ମଦ କାରଖାନାରେ ସମାନ ଚୋରି ଘଟଣା ଘଟିଥିଲା। ଗତ ସେପ୍ଟେମ୍ବର ମାସରେ ଉତ୍ତର ପିଡମୋଣ୍ଟ ଅଞ୍ଚଳରୁ ପ୍ରାୟ ୩୦୦୦ ବୋତଲ ବାରୋଲୋ ମଦ ଚୋରି ହୋଇଥିଲା। ଚୋରଙ୍କୁ ଖୋଜିବା ପାଇଁ ପୋଲିସ ବର୍ତ୍ତମାନ ସିସିଟିଭି ଫୁଟେଜ୍ ବ୍ୟବହାର କରୁଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories