Ban on Burqa and Niqab / ସ୍କୁଲରେ ବୁର୍ଖା ଓ ନିକାବ ନିଷେଧ, ବିଦେଶୀ ଛାତ୍ର ଛାତ୍ରୀଙ୍କ ସଂଖ୍ୟା ମଧ୍ୟ ସୀମିତ କରିବାକୁ ଘୋଷଣା
·1 hour ago·2 min read

Key Points
ସ୍କୁଲ ଗୁଡ଼ିକରେ ବୁର୍ଖା ଏବଂ ନିକାବ ଉପରେ କଟକଣା
କ୍ଲାସରେ ବିଦେଶୀ ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ସୀମିତ କରାଯିବ
ଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କ ଘୋଷଣା

ରୋମ୨୧/୦୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଏବଂ ନିକାବ ଉପରେ କଟକଣା ଲଗାଯିବା ସହିତ କ୍ଲାସରେ ବିଦେଶୀ ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ସୀମିତ କରାଯିବ। ଆଗାମୀ ସାଧାରଣ ନିର୍ବାଚନରେ ଏହା ଏକ ପ୍ରମୁଖ କେନ୍ଦ୍ରୀୟ ପ୍ରସଙ୍ଗ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି।
ମେଲୋନି ତାଙ୍କ ଜାତୀୟତାବାଦୀ ରକ୍ଷଣଶୀଳ 'ବ୍ରଦର୍ସ ଅଫ୍ ଇଟାଲୀ' (FdI) ଦଳର ଯୁବ ଶାଖା ପକ୍ଷରୁ ଆୟୋଜିତ ଏକ ସମାବେଶରେ ଏହି ପ୍ରସ୍ତାବିତ ପରିବର୍ତ୍ତନଗୁଡ଼ିକ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହାସହ, ଯେଉଁ ବିଦେଶୀ ଛାତ୍ରମାନଙ୍କର "ସ୍କୁଲ ବ୍ୟବସ୍ଥାରେ ଏକୀକୃତ ହେବାରେ ଗୁରୁତର ଅସୁବିଧା" ରହିଛି, ସେମାନଙ୍କ ପିତାମାତାଙ୍କ ପାଇଁ ଇଟାଲୀୟ ଭାଷା ଶିକ୍ଷାକୁ ମଧ୍ୟ ବାଧ୍ୟତାମୂଳକ କରାଯିବ ବୋଲି ସେ କହିଛନ୍ତି।
ରୋମର ଜିଓଭେଣ୍ଟୁ ନାଜିଓନାଲେ ଜାତୀୟ ମହୋତ୍ସବରେ ଉଦ୍ବୋଧନ ଦେଇ ମେଲୋନି କହିଛନ୍ତି, " ଯେଉଁମାନେ ଇଟାଲୀକୁ ଆସି ଏଠାରେ ନିଜର ଭବିଷ୍ୟତ ଗଢ଼ିବାକୁ ଚାହାଁନ୍ତି, ସେମାନଙ୍କୁ ଆମର ଭାଷା ଶିଖିବାକୁ ପଡିବ, ଆମର ସଂସ୍କୃତିକୁ ବୁଝିବାକୁ ପଡିବ ଏବଂ ଆମର ନିୟମକୁ ସମ୍ମାନ କରିବାକୁ ପଡିବ।
ଆଇନଗତ ପ୍ରକ୍ରିୟା ଏବଂ ରାଜନୈତିକ ପୃଷ୍ଠଭୂମି
ସରକାରଙ୍କ ଦ୍ୱାରା ଅନୁମୋଦନ ପାଇବା ପରେ, ଏହି ସମସ୍ତ ପରିବର୍ତ୍ତନଗୁଡ଼ିକୁ ଆଇନରେ ପରିଣତ କରିବା ପାଇଁ ୬୦ ଦିନ ମଧ୍ୟରେ ସଂସଦର ଅନୁମୋଦନ ଆବଶ୍ୟକ ହେବ। ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେବା ପରଠାରୁ ମେଲୋନିଙ୍କ ଦକ୍ଷିଣପନ୍ଥୀ ପ୍ରଶାସନ ଇଟାଲୀର ସବୁଠାରୁ ଦୀର୍ଘକାଳୀନ ସରକାର ଭାବେ ପରିଚିତ। ତଥାପି, ତାଙ୍କ ଦଳ ୨୦୨୭ ମସିହାରେ 'ନ୍ୟାସନାଲ୍ ଫ୍ୟୁଚର୍' (FN) ପାର୍ଟିଠାରୁ ଏକ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବ ବୋଲି ଆଶା କରାଯାଉଛି। ଏଫ୍ଏନ୍ ପାର୍ଟିଟି FdI ଠାରୁ ଆହୁରି ଅଧିକ ଦକ୍ଷିଣପନ୍ଥୀ ଏବଂ ଫେବୃଆରୀ ମାସ ପରଠାରୁ ଏହାର ଲୋକପ୍ରିୟତା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ ଜୁଲାଇ ମାସରେ ସ୍କୁଲଗୁଡ଼ିକରେ ବୁର୍ଖା ପିନ୍ଧିବା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଏହି ଦଳ ପକ୍ଷରୁ ଦାବି କରାଯାଇଥିଲା। ବୁର୍ଖା ହେଉଛି ମୁସଲମାନ ମହିଳାମାନଙ୍କ ଦ୍ୱାରା ପିନ୍ଧାଯାଉଥିବା ଏପରି ଏକ ପୋଷାକ ଯାହା ଆଖି ସମେତ ସମ୍ପୂର୍ଣ୍ଣ ମୁହଁକୁ ଲୁଚାଇ ରଖେ। ନିକାବ ମଧ୍ୟ ସମାନ, କିନ୍ତୁ ଏଥିରେ ଆଖି ଦୃଶ୍ୟମାନ ହୋଇଥାଏ।
ପଢନ୍ତୁ ଏହି ଖବର: ମାଡ଼ି ଆସୁଛି ମହା ବିପଦ! ଆସିପାରେ ଅତ୍ୟନ୍ତ ଆକ୍ରାମକ ‘ଏଲ୍ ନିନୋ’

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୁରୁଣା ଆଇନ
ଇଟାଲୀରେ ବର୍ତ୍ତମାନ ଏହି ପୋଷାକଗୁଡ଼ିକ ସ୍ପଷ୍ଟ ଭାବରେ ନିଷିଦ୍ଧ ନୁହେଁ। କିନ୍ତୁ ୧୯୭୫ ମସିହାର ଏକ ଆଇନ ଅନୁଯାୟୀ, କୌଣସି ଯଥାର୍ଥ କାରଣ ବିନା ପରିଚୟ ଚିହ୍ନଟକୁ କଷ୍ଟକର କରୁଥିବା ହେଲମେଟ୍ କିମ୍ବା ପୋଷାକର ବ୍ୟବହାରକୁ ନିଷିଦ୍ଧ କରାଯାଇଛି। ୨୦୦୮ ମସିହାର ଏକ ରାୟ ସ୍ପଷ୍ଟ କରିଥିଲା ଯେ, ପରିଚୟ ଯାଞ୍ଚ ଆବଶ୍ୟକ ହେଲେ ଯଦି ମୁହଁ ଖୋଲାଯାଏ ତେବେ ଧାର୍ମିକ କିମ୍ବା ସାଂସ୍କୃତିକ କାରଣରୁ ମୁହଁ ଘୋଡ଼ାଇ ଦିଆଯାଇପାରିବ। ମେଲୋନିଙ୍କ ଶାସକ ମେଣ୍ଟର ସହଯୋଗୀ 'ପ୍ରବାସୀ ବିରୋଧୀ ଲିଗ୍ ପାର୍ଟି' ଏହି ବର୍ଷ ଆରମ୍ଭରେ ଏକ ବିଲ୍ ଉପସ୍ଥାପନ କରିଥିଲା। ଏହି ବିଲ୍ ଅନୁଯାୟୀ, କ୍ରୀଡା ଇଭେଣ୍ଟ କିମ୍ବା ପୂଜାସ୍ଥଳ ଭଳି ନିର୍ଦ୍ଦିଷ୍ଟ ପରିସ୍ଥିତି ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ ଏଭଳି ପୋଷାକ ପିନ୍ଧିବା ଉପରେ କଟକଣା ଲଗାଯିବ।
କ୍ଳାସରେ ବିଦେଶୀ ଛାତ୍ରଙ୍କ ସୀମା
ବୁର୍ଖା ପ୍ରତିବନ୍ଧକ ସହିତ ମେଲୋନି ପ୍ରତି ଶ୍ରେଣୀରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ଉପରେ ଏକ ଆଇନଗତ ସୀମା ଲାଗୁ କରିବାକୁ ମଧ୍ୟ ଘୋଷଣା କରିଛନ୍ତି। ବର୍ତ୍ତମାନ ଇଟାଲୀୟ ଆଇନ ଅନୁଯାୟୀ ପ୍ରତି ଶ୍ରେଣୀ ଏବଂ ସ୍କୁଲରେ ବିଦେଶୀ ଛାତ୍ରଙ୍କ ପାଇଁ ୩୦ ପ୍ରତିଶତର ସୀମା ପୂର୍ବରୁ ରହିଛି। ତେବେ ମେଲୋନି ଏହି ନିୟମରେ କିପରି ଏବଂ କେତେ ପରିବର୍ତ୍ତନ ହେବ, ସେ ସମ୍ପର୍ଣ୍ଣ ସ୍ପଷ୍ଟ କରିନାହାଁନ୍ତି। ଉଲ୍ଲେଖଯୋଗ୍ୟ ଯେ ଇଟାଲୀୟ ସ୍କୁଲଗୁଡ଼ିକରେ ବର୍ତ୍ତମାନ ମୋଟ ବିଦେଶୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ପ୍ରାୟ ୧୨ ପ୍ରତିଶତ ରହିଛି।

Related Topics
Explore more stories