Strong El Nino / ମାଡ଼ି ଆସୁଛି ମହା ବିପଦ! ଆସିପାରେ ଅତ୍ୟନ୍ତ ଆକ୍ରାମକ ‘ଏଲ୍ ନିନୋ’
·1 hour ago·2 min read

Key Points
ମାଡ଼ିଆସୁଛି ମହାସଂକଟ!
ଆସିପାରେ ଅତ୍ୟନ୍ତ ଆକ୍ରାମକ ‘ଏଲ୍ ନିନୋ’
ପାଣିପାଗ ବିଜ୍ଞାନୀଙ୍କ ଗମ୍ଭୀର ଚେତାବନୀ
୨୦୨୬-୨୭ରେ ଆକ୍ରାମକ ‘ଏଲ୍ ନିନୋ’ ଆସିପାରେ
ଆସିପାରେ ଅତ୍ୟନ୍ତ ଆକ୍ରାମକ ‘ଏଲ୍ ନିନୋ’
ପାଣିପାଗ ବିଜ୍ଞାନୀଙ୍କ ଗମ୍ଭୀର ଚେତାବନୀ
୨୦୨୬-୨୭ରେ ଆକ୍ରାମକ ‘ଏଲ୍ ନିନୋ’ ଆସିପାରେ
ଭୁବନେଶ୍ବର,୨୦/୦୯: ସାରା ବିଶ୍ୱ ପାଇଁ ଏକ ବଡ଼ଧରଣର ପାଣିପାଗ ସଙ୍କଟ ମାଡ଼ିଆସୁଛି । ବିଶ୍ବର ୧୮୦ରୁ ଅଧିକ ପାଣିପାଗ ବିଜ୍ଞାନୀ ଏକ ଗମ୍ଭୀର ଚେତାବନୀ ଜାରି କରିଛନ୍ତି । ସେମାନଙ୍କ ଆକଳନ ଅନୁଯାୟୀ, ୨୦୨୬-୨୭ ମସିହାରେ ଏକ ଅତ୍ୟନ୍ତ ଆକ୍ରାମକ ‘ଏଲ୍ ନିନୋ’ ଆସିପାରେ।
ପ୍ରଶାନ୍ତ ମହାସାଗରରେ ଏକ ସୁପର ‘ଏଲ୍ ନିନୋ’ ସୃଷ୍ଟି ହେବାକୁ ଯାଉଛି । ଏହି ସମୟରେ ସମୁଦ୍ର ଉପରିଭାଗରେ ଜଳବାୟୁ ସ୍ବାଭାବିକଠାରୁ ଢେର ଅଧିକ ରହିବ । ଯାହାର ସିଧାସଳଖ ପ୍ରଭାବ ବିଶ୍ବର ବିଭିନ୍ନ ଭାଗର ପାଣିପାଗ ଉପରେ ପଡ଼ିବ । ଭାରତରେ ଏହାର ପ୍ରଭାବ ଆଗାମୀ କିଛି ମାସ ମଧ୍ୟରେ ସ୍ପଷ୍ଟ ଭାବେ ଦେଖାଯିବ । ଏହି ପ୍ରଳୟଙ୍କରୀ ପରିସ୍ଥିତି ଯୋଗୁଁ ଭାରତରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ମରୁଡ଼ି ଆଶଙ୍କା ଦେଖାଦେଇଛି । ଦେଶରେ ଅପ୍ରତ୍ୟାଶିତ ପାଣିପାଗ ସଙ୍କଟ ଦେଖାଦେବ ଏବଂ ଅନିୟମିତ ବର୍ଷା ହେବ । ଏହାର ପ୍ରଭାବରେ ଦେଶର ଚାଷବାସ ଏବଂ ପାନୀୟ ଜଳ ଯୋଗାଣ ଗମ୍ଭୀର ଭାବେ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି ।.
‘ଏଲ୍ ନିନୋ’ ହେଉଛି ଏକ ଶକ୍ତିଶାଳୀ ପ୍ରାକୃତିକ ପାଣିପାଗ ପ୍ରକ୍ରିୟା, ଯାହା ସମଗ୍ର ବିଶ୍ୱର ଜଳବାୟୁ ଚକ୍ରକୁ ଦୋହଲାଇ ଦେବାର କ୍ଷମତା ରଖେ। ଏହି ପ୍ରକ୍ରିୟା ସମୟରେ ପ୍ରଶାନ୍ତ ମହାସାଗରର ବିଷୁବରେଖା ଅଞ୍ଚଳରେ ସମୁଦ୍ର ଜଳପୃଷ୍ଠର ତାପମାତ୍ରା ସ୍ୱାଭାବିକ ଠାରୁ ଅତ୍ୟାଧିକ ଗରମ ହୋଇଯାଏ । ସମୁଦ୍ର ଜଳ ତାତିଯିବା ଫଳରେ ବାୟୁମଣ୍ଡଳର ବାୟୁଚାପ ଏବଂ ପବନର ଦିଗ ସମ୍ପୂର୍ଣ୍ଣ ବଦଳିଯାଏ। ଏହାର ସିଧାସଳଖ ପ୍ରଭାବରେ ପୃଥିବୀର କେତେକ ସ୍ଥାନରେ ପ୍ରବଳ ବର୍ଷା ଓ ବନ୍ୟା ଦେଖାଯାଉଥିବା ବେଳେ ଅନ୍ୟ କେତେକ ଅଞ୍ଚଳରେ ଭୟଙ୍କର ସୁଖା ଓ ଅନାବୃଷ୍ଟି ସୃଷ୍ଟି ହୁଏ।
ପଢନ୍ତୁ ଏହି ଖବର: ନନ୍ଦନକାନନରେ ସୁସ୍ଥ ଅଛନ୍ତି ୫ ଓରାଙ୍ଗଉଟାନ, ଖାଦ୍ୟ ବଢାଇବା ପାଇଁ ପରାମର୍ଶ ଦେଲେ ଟେକନିକାଲ ଟିମ୍

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଲ୍ ନିନୋ’ ନାମ ପଛରେ କାହାଣୀ
‘ଏଲ୍ ନିନୋ’ ନାମ ପଛରେ ଏକ ବେଶ୍ କୌତୂହଳପୂର୍ଣ୍ଣ କାହାଣୀ ରହିଛି । ସ୍ପାନିସ୍ ଭାଷାରେ ‘ଏଲ୍ ନିନୋ’ର ଅର୍ଥ ହେଉଛି ‘ଛୋଟ ପୁଅ’ ବା ‘ଯୀଶୁ ଖ୍ରୀଷ୍ଟଙ୍କ ଶିଶୁ ରୂପ’। ଦକ୍ଷିଣ ଆମେରିକାର ମତ୍ସ୍ୟଜୀବୀମାନେ ପ୍ରଥମେ ଏହି ନାମକରଣ କରିଥିଲେ । ଖ୍ରୀଷ୍ଟମାସ ଅର୍ଥାତ ଯୀଶୁଙ୍କ ଜନ୍ମ ସମୟରେ ସମୁଦ୍ରରେ ଏହି ଗରମ ଜଳସ୍ରୋତ ପ୍ରବାହିତ ହେଉଥିବା ଦେଖି ସେମାନେ ଶ୍ରଦ୍ଧାରେ ଏହାକୁ ‘ଏଲ୍ ନିନୋ’ ବୋଲି ଆଖ୍ୟା ଦେଇଥିଲେ । ସମୁଦ୍ର ଗର୍ଭରୁ ସୃଷ୍ଟି ହେଉଥିବା ଏହି ଉତ୍ତାପ ସମଗ୍ର ପୃଥିବୀର କୃଷି, ମତ୍ସ୍ୟଚାଷ ଏବଂ ପାଣିପାଗ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଥାଏ
ସୁପର୍ 'ଏଲ୍ ନିନୋ'ର ଇତିହାସ
ପେରୁର ମତ୍ସ୍ୟଜୀବୀମାନେ ପ୍ରଥମେ ଖ୍ରୀଷ୍ଟମାସ ସମୟରେ ଏହାର ନାମ 'ଏଲ୍ ନିନୋ' ବା ଶିଶୁ ଯୀଶୁ ରଖିଥିଲେ। ୧୮୭୭ ମସିହାରେ ଏଲ୍ନିନୋ ପ୍ରଭାବରେ ସଂଘଟିତ ଗ୍ରୀଷ୍ମପ୍ରବାହ, ଜଳାଭାବ ଓ ଅନାବୃଷ୍ଟି ବଡ଼ ପ୍ରଭାବ ପକାଇଥିଲା। ଯେଉଁଥିପାଇଁ ପ୍ରାୟ ୨କୋଟି ଲୋକଙ୍କ ଜୀବନ ଯାଇଥିଲା । ୧୪୯ ବର୍ଷ ପରେ ଚଳିତ ବର୍ଷ ପୁଣି ଥରେ ଏଲ୍ ନିନୋ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି। ଏହି ସୁପର୍ ଏଲ୍ ନିନୋ ଯୋଗୁଁ ଭାରତରେ ପ୍ରବଳ ମରୁଡ଼ି ଏବଂ ସମୁଦ୍ରରେ ବ୍ୟାପକ ପ୍ରବାଳ ନଷ୍ଟ ହୋଇଥିଲା ।

Related Topics
Explore more stories