Videos
|
International

ଜାପାନରେ ବିପଦ ପରେ ବିପଦ, ଆଜି ପୁଣି ବିମାନରେ ଲାଗିଲା ନିଆଁ

Jitendra Dash
Browse all articles by Jitendra Dash
·2 years ago·1 min read
ଜାପାନରେ ବିପଦ ପରେ ବିପଦ, ଆଜି ପୁଣି ବିମାନରେ ଲାଗିଲା ନିଆଁ

ଅର୍ଗସ ବ୍ୟୁରୋ : କାଲି ଭୂକମ୍ପ ଆଜି ଅଗ୍ନିକାଣ୍ଡ । ଜାପାନରେ ବିପଦ ପରେ ବିପଦ । ଆଜି ପୁଣି ବିମାନରେ ଲାଗିଲା ନିଆଁ । ନିଆଁ ଲାଗିଥିବା ବିମାନରୁ ୩୭୯ ଯାତ୍ରୀ ଓ କ୍ରୁ ମେମ୍ବରଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏହି ଘଟଣା ବିମାନରେ ଥିବା ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢାଇଥିବା ବେଳେ ଜରୁରୀକାଳୀନ ଟିମ୍ ତୁରନ୍ତ ପ୍ରତିକ୍ରିୟା ଦେଇ ନିଆଁକୁ ଆୟତ୍ତ କରିବା ସହ ଏଥିରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

 

ପ୍ରାଥମିକ ସୂଚନା ଅନୁଯାୟୀ, ଟୋକିଓ-ହାନେଡା ବିମାନବନ୍ଦରର ରନୱେରେ ଜାପାନ ଏୟାରଲାଇନ୍ସର ବିମାନ ଜେଏଲ୫୧୬, ଏୟାରବସ୍ ଏ୩୫୦ ତଟରକ୍ଷୀ ବାହିନୀର ଏକ ବିମାନ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ସଠିକ ତଥ୍ୟ ମିଳିପାରିନାହିଁ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: