Videos
|
International

Earthquake / ସକାଳୁ ସକାଳୁ ଥରି ଉଠିଲା ଜାପନ... ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨

Rashmita Mishra
Browse all articles by Rashmita Mishra
·3 months ago·2 min read
ସକାଳୁ ସକାଳୁ ଥରି ଉଠିଲା ଜାପନ... ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨
Earthquake

Key Points

ଜାପାନରେ ଭୂକମ୍ପ...
ସକାଳୁ ସକାଳୁ ଥରି ଉଠିଲା ଜାପନ...
ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨

ଜାପାନରେ ଶକ୍ତିଶାଳୀ ଭୂକମ୍ପ । ଉତ୍ତର ଜାପାନର ହୋକାଇଡୋ ଦ୍ୱୀପରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.2 ରେକର୍ଡ କରାଯାଇଛି ।

ଜାପାନ ପାଣିପାଗ ବିଜ୍ଞାନ କେନ୍ଦ୍ର (JMA) ଅନୁଯାୟୀ, ସୋମବାର ସକାଳୁ ସକାଳୁ, ସମୟ ୫ଟା ୨୩23 ମିନିଟରେ ଏହି ଭୂକମ୍ପ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ଦକ୍ଷିଣ ହୋକାଇଡୋର ପ୍ରାୟ ୮୩ କିଲୋମିଟର ଗଭୀରରେ ଥିଲା । ଆଶ୍ୱସ୍ତିକର କଥା ହେଉଛି, ଏହି ଭୂକମ୍ପ ପରେ କୌଣସି ପ୍ରକାର 'ସୁନାମି' ସତର୍କତା ଜାରି କରାଯାଇ ନାହିଁ ।

୬.୨ତୀବ୍ରତାର ଭୂକମ୍ପ ପୂର୍ବରୁ ହୋକାଇଡୋର ଦକ୍ଷିଣ ସମୁଦ୍ରରେ ଆଉ ଏକ ୫.୦ ତୀବ୍ରତାର ଭୂକମ୍ପ ମଧ୍ୟ ରେକର୍ଡ କରାଯାଇଥିଲା । ଆମେରିକୀୟ ଭୂତାତ୍ତ୍ୱିକ ସର୍ଭେ (USGS) ଅନୁଯାୟୀ, ଜନବସତି କମ୍ ଥିବା ଅଞ୍ଚଳରେ ଏହା ହୋଇଥିବାରୁ ଧନଜୀବନ ହାନି ହେବାର ସମ୍ଭାବନା କମ୍ ରହିଛି ।

ଏଥିସହ ପଢ଼ନ୍ତୁ: ସକାଳୁ ସକାଳୁ ମଣିପୁରରେ ୫.୨ ତୀବ୍ରତାର ଭୂକମ୍ପ ଅନୁଭୂତ 

ସେପଟେ ବାରମ୍ବାର ଜାପାନରେ ଭୂକମ୍ପ ହେଉଥିବାବେଳେ ଏହାକୁ ନେଇ ବିଶେଷଜ୍ଞମାନେ କହିଛନ୍ତି ଯେ, ଜାପାନ ଏକ ଭୂକମ୍ପ ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳରେ ଅବସ୍ଥିତ । ତେଣୁ ଏଠାରେ ସମୟ ସମୟରେ ଭୂମିକମ୍ପ ଘଟେ । ଗତ ସୋମବାର ଦିନ, ଉତ୍ତର ଜାପାନରେ 7.7 ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା । କିଛି ସମୟ ପାଇଁ ସୁନାମି ସତର୍କତା ଜାରି କରାଯାଇଥିଲା । ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକୁ ଏକ ବଡ଼ ଭୂମିକମ୍ପ (ମେଗାକ୍ୱାକ୍)ର ସାମାନ୍ୟ ବୃଦ୍ଧି ବିପଦ ବିଷୟରେ ସତର୍କ କରାଯାଇଥିଲା ।

କହି ରଖୁଛୁ କି, ନିକଟ ଅତୀତରେ ଜାପାନରେ କିଛି ଶକ୍ତିଶାଳୀ ଭୂକମ୍ପ ହୋଇଥିବାରୁ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି । ଏହି ଭୂମିକମ୍ପ ବହୁତ ଶକ୍ତିଶାଳୀ ଥିଲା, ଯାହା ଘରର ଜିନିଷପତ୍ରକୁ ବହୁତ ସମୟ ପାଇଁ ହଲାଇ ଦେଇଥିଲା । ଭୂମିକମ୍ପ ଭୟରେ ଲୋକମାନେ ଘରୁ ବାହାରକୁ ପଳାଇ ଆସିଥିଲେ । ଏହା ଏକ ଆଶ୍ୱସ୍ତିର କଥା ଯେ କୌଣସି ସୁନାମି ସତର୍କତା ଜାରି କରାଯାଇ ନାହିଁ, ଏବଂ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତିର ରିପୋର୍ଟ ହୋଇନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Japan Shaken by 6.2 Magnitude Earthquake Today | Argus News