Haunted House / ଅନ୍ଧାର ଘରେ ଏକାକୀ ରାତି କାଟିଲେ ମିଳିବ ୫୦ ହଜାର ଟଙ୍କା
·3 hours ago·2 min read

Key Points
ଯଦି କୌଣସି ବ୍ୟକ୍ତି କିଛି ଅସାମାନ୍ୟ ଅନୁଭବ ବିନା ଉକ୍ତ ଘରେ ଗୋଟିଏ ରାତି କାଟି ପାରିବେ । ତାହେଲେ ସେହି ଘରର ମାଲିକ ଉକ୍ତ କୋଠାକୁ କାହାକୁ ବିକ୍ରି କିମ୍ବା ଭଡ଼ା ଉଦ୍ଦେଶ୍ୟରେ ବ୍ୟବହାର କରିପାରିବେ ।
ନୂଆଦିଲ୍ଲୀ: ନିଛାଟିଆ, ଅନ୍ଧାର ଓ ଅଳନ୍ଧୁ ଭର୍ତ୍ତି ଘରେ ଏକାକୀ ଗୋଟିଏ ରାତି ବିତାଇବେ । ଆଉ ସକାଳେ ଆପଣଙ୍କ ହାତରେ ଧରାଇ ଦିଆଯିବ ୫୦ ହଜାର ଟଙ୍କା । ଅବ୍ୟବହୃତ କିମ୍ବା ଭୂତ ଘର କୁହାଯାଉଥିବା ଘର ଗୁଡ଼ିକ ପାଇଁ ଜାପାନରେ ଏବେ ଏଭଳି ପଦ୍ଧତି ଆପଣା ଯାଉଛି ।
ଲୋକଙ୍କୁ ଏଭଳି ଘରେ ଗୋଟିଏ ରାତି କଟାଇବା ପାଇଁ ଟଙ୍କା ଦିଆଯାଉଛି । ଦୃଢ଼ ବ୍ୟକ୍ତିଙ୍କୁ ସେଭଳି ଘରେ ଗୋଟିଏ ରାତି କଟାଇବା ପାଇଁ ପ୍ରାୟ ୮୮, ୦୦୦ ୟେନ୍ (୫୨ ହଜାର ଟଙ୍କା) ଦିଆଯାଉଛି । ଏହି ଘରକୁ ଲୋକେ ଭୂତ ଘର କିମ୍ବା ଅଶୁଭ ମାନିଥାନ୍ତି ।
ଏଥିସହ ପଢ଼ନ୍ତୁ: ସାକ୍ଷାତକାର ବେଳେ କୁକୁର ଉପରେ ଚିହିଁକି ଉଠିଲେ ପୂର୍ବତନ ଅଷ୍ଟ୍ରେଲୀୟ ଉପପ୍ରଧାନମନ୍ତ୍ରୀ; ଭିଡି଼ଓ ଭାଇରାଲ୍
ଯଦି କୌଣସି ବ୍ୟକ୍ତି କିଛି ଅସାମାନ୍ୟ ଅନୁଭବ ବିନା ଉକ୍ତ ଘରେ ଗୋଟିଏ ରାତି କାଟି ପାରିବେ । ତାହେଲେ ସେହି ଘରର ମାଲିକ ଉକ୍ତ କୋଠାକୁ କାହାକୁ ବିକ୍ରି କିମ୍ବା ଭଡ଼ା ଉଦ୍ଦେଶ୍ୟରେ ବ୍ୟବହାର କରିପାରିବେ । ଜାପାନରେ ଏହି ଘରକୁ 'ଜିକୋ ବୁକ୍କେନ' କୁହାଯାଉଛି । ଏହାର ଉଦ୍ଦେଶ୍ୟ ହେଉଛି, ଉକ୍ତ ଘରଗୁଡ଼ିକୁ ହାଉସିଂ ମାର୍କେଟକୁ ଫେରାଇ ଆଣିବା ।
'ଜିକୋ ବୁକ୍କେନ' କ'ଣ ?
ଜାପାନରେ କୌଣସି ଘରେ କାହାର ମୃତ୍ୟୁ କିମ୍ବା ଦୁଃଖଦ ଘଟଣା ଘଟିଥିବା ସମ୍ପତ୍ତିକୁ 'ଜିକୋ ବୁକ୍କେନ' କୁହାଯାଇଥାଏ । ଯେଉଁଠି ପୂର୍ବରୁ ହତ୍ୟାକାଣ୍ଡ, ଆତ୍ମହତ୍ୟା, ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା । ଏପରିକି ଏକୁଟିଆ ରହିଥିବା ବୟସଙ୍କ ମୃତ୍ୟୁ ପରେ ଶବ ଅନେକ ଦିନ କିମ୍ବା ସପ୍ତାହ ପରେ ମିଳିଥାଏ ।
ସେଠାକାର ନିୟମ ଅନୁସାରେ, ରିୟଲ ଇଷ୍ଟେଟ ଏଜେଣ୍ଟ ଘର କ୍ରେତା କିମ୍ବା ଭଡ଼ାଟିଆଙ୍କୁ ଘର ବାବଦରେ ସମସ୍ତ ତଥ୍ୟ ଓ ପୁରୁଣା ଘଟଣା ବାବଦରେ ସୂଚନା ଦେବେ । ଏହି ନିୟମ ସ୍ଵଚ୍ଛତା ନିଶ୍ଚିତ କରୁଥିବା ବେଳେ ସାଂସ୍କୃତିକ ମାନ୍ୟତା ଓ ନକରାତ୍ମକ ଶକ୍ତିର ଗତିବିଧି ପାଇଁ ଅନେକ ଲୋକ ଏଭଳି ଘରକୁ କିଣିବା ଓ ଭଡ଼ାରେ ନେବାରୁ ପଛଘୁଞ୍ଚା ଦେଇଥାନ୍ତି । ଫଳରେ ସେଭଳି ଘର କମ୍ ଦାମରେ ମିଳିଲେ ମଧ୍ୟ ଖାଲି ପଡ଼ିଥାଏ ।
ଏଥିସହ ପଢ଼ନ୍ତୁ: କେନାଲରେ ଫସିଥିଲା ଗର୍ଭବତୀ ଡଲଫିନ୍...୫୨ କିମି ଗ୍ରୀନ୍ କରିଡର କରି ନଦୀରେ ଛାଡ଼ିଲେ ବନ ବିଭାଗ
କ'ଣ କରିବାକୁ ପଡ଼ିବ ?
ଭୂତ ଘର ବିବେଚନା କରାଯାଉଥିବା ସମ୍ପତ୍ତିରେ ଆପଣଙ୍କୁ ଏକାକୀ ରାତି କାଟିବାକୁ ପଡ଼ିବ । ରାତିରେ ଆପଣ ଫଟୋ ସହ ଭିଡିଓ ଉଠାଇବେ । କୌଣସି ଅପ୍ରୀତିକର ଘଟଣା ଘଟିଲେ ତାକୁ ରେକର୍ଡିଂ କରିବାକୁ ହେବ । ପରଦିନ ସକାଳେ ଘର ମାଲିକଙ୍କୁ ଏକ ରିପୋର୍ଟ ଦେବାକୁ ପଡ଼ିବ । ଘରେ କୌଣସି ଅମାନବୀୟ କିମ୍ବା ଅସ୍ଵାଭାବିକ ଗତିବିଧି ନଥିଲେ କମ୍ପାନୀ ଏକ ପ୍ରମାଣପତ୍ର ଜାରି କରିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories