Barnaby Joyce latest controversy / ସାକ୍ଷାତକାର ବେଳେ କୁକୁର ଉପରେ ଚିହିଁକି ଉଠିଲେ ପୂର୍ବତନ ଅଷ୍ଟ୍ରେଲୀୟ ଉପପ୍ରଧାନମନ୍ତ୍ରୀ; ଭିଡି଼ଓ ଭାଇରାଲ୍
·2 weeks ago·2 min read

Key Points
ଏହା ପ୍ରଥମ ଥର ପାଇଁ ହୋଇନାହିଁ ଯେତେବେଳେ "ଦି ୱାନ୍ ନେସନ୍ ପାର୍ଟି" ର ବରିଷ୍ଠ ନେତା ଏବଂ ଦେଶର ପୂର୍ବତନ ଉପପ୍ରଧାନମନ୍ତ୍ରୀ ବାର୍ନାବି ଜଏସ୍ କୁକୁର ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ପୂର୍ବରୁ, ସେ ଅଭିନେତା ଜନି ଡିପ୍ ଙ୍କ କୁକୁରକୁକୁ ହତ୍ୟା କରିବାକୁ ଧମକ ଦେଇ ବିବାଦୀୟ ହୋଇ ପଡ଼ିଥିଲେ।
Barnaby Joyce yells at dog: ଅଷ୍ଟ୍ରେଲିଆର କଟ୍ଟରପନ୍ଥୀ ଦକ୍ଷିଣପନ୍ଥୀ ରାଜନୈତିକ ଦଳ "ଦି ୱାନ୍ ନେସନ୍ ପାର୍ଟି" ର ବରିଷ୍ଠ ନେତା ଏବଂ ଦେଶର ପୂର୍ବତନ ଉପପ୍ରଧାନମନ୍ତ୍ରୀ ବାର୍ନାବି ଜଏସ୍ ଙ୍କ ଏକ ଲାଇଭ୍ ଟିଭି ସାକ୍ଷାତକାର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସାକ୍ଷାତକାର ଦେବା ସମୟରେ ତାଙ୍କ କୁକୁର ବାରମ୍ବାର ବଦମାସୀ କରୁଥିଲା। କୁକୁରର ଏପରି ବ୍ୟବହାର ଦେଖୁ ସେ ନିଜକୁ ସମ୍ଭାଳି ପାରିନଥିଲେ ଶେଷରେ ସେ କୁକୁର ଉପରେ ଚିହିଁକି ଉଠିଯିବା ସହ ତାକୁ ଚୁପ୍ ହୋଇଯିବାକୁ କହିଥିଲେ। ତାଙ୍କର ଏହି ଭିଡ଼ିଓ ଏବେ ସୋସିଆଲ ମିଡି଼ଆରେ ଭାଇରାଲ ହେବାରେ ଲାଗିଛି। ଏହା ପରେ ସେ ସାମ୍ବାଦିକା ସାରା ଫର୍ଗୁସନ୍ ଙ୍କୁ ଭୁଲ ମାଗି କହିଲେ ଯେ, "କ୍ଷମା କରିବେ ଏହା ଏକ କୁକୁର।"
ହେଲେ ତଥାପି ଏହି ଘଟଣା ଏତିକିରେ ଶେଷ ହୋଇନଥିଲା। ଏହା ପରେ ତାଙ୍କର ସାମ୍ବାଦିକା ସାରାଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏହା ପରେ ପୁଣି ଥରେ ତାଙ୍କ କୁକୁର କିଛି ସମୟ ପରେ ପୁଣି ଥରେ ବଦମାସୀ କରିଲା। ଏହା ପରେ ବାର୍ନାବି ଜଏସ୍, "ମୁଁ କୁକୁର ପାଇଁ ଦୁଃଖିତ, ସେ ହଠାତ୍ ଭୁକିବାରେ ଲାଗିଛି।" ଏହା ପରେ ସାମ୍ବାଦିକା ସାରା ଫର୍ଗୁସନ୍ ଉତ୍ତର ଦେଇଥିଲେ, "କୁକୁର ବିଷୟରେ ଚିନ୍ତା କରନ୍ତୁ ନାହିଁ, ଆପଣ ମୋ ପ୍ରଶ୍ନର ଉତ୍ତର ଦିଅନ୍ତୁ।"
Barnaby Joyce has been left red-faced after this particularly notable news appearance...#BarnabyJoyce #TheNationals #News #Australia #Politics pic.twitter.com/74SLkkPEjV
— Happy Mag (@HappyMagTV) July 21, 2026
ସାମ୍ବାଦିକା ସାରା, ତାଙ୍କୁ ତାଙ୍କ ଦଳର ନେତା ପାଉଲିନ୍ ହାନସନ୍ ଙ୍କ ବ୍ରିଟେନର ଦକ୍ଷିଣପନ୍ଥୀ ନେତା ଟମି ରବିନସନ୍ ଙ୍କ ସହିତ ସାକ୍ଷାତକାର ବିଷୟରେ ପଚାରିଥିଲେ। ହେଲେ ଏହି ପ୍ରଶ୍ନ ଶୁଣିବା ପରେ ଜଏସ୍ ରାଗି ଯାଇଥିଲେ। ଆଉ ସେ କହିଥିଲେ, "ଅଭଦ୍ରାମୀ କରିବା ବନ୍ଦ କର, ନଚେତ୍ ଏହି ସାକ୍ଷାତକାର ଏଠାରେ ଶେଷ ହୋଇଯିବ, ସାରା।"
ଏହା ସହ ପଢନ୍ତୁ: କାହିଁକି ରାଷ୍ଟ୍ରପତିଙ୍କୁ ବିମାନରେ ଚାପୁଡ଼ା ମାରିଥିଲେ ପତ୍ନୀ? ସାମ୍ନାକୁ ଆସିଲା କାରଣ
ଅଷ୍ଟ୍ରେଲିଆରେ ବଢୁଛି "ଦି ୱାନ୍ ନେସନ୍ ପାର୍ଟି" ପାଇଁ ଜନ ସମର୍ଥନ
ସାମ୍ପ୍ରତିକ ମତାମତ ସର୍ଭେ ଦର୍ଶାଉଛି ଯେ "ଦି ୱାନ୍ ନେସନ୍ ପାର୍ଟି", ଯାହାକୁ ଦୀର୍ଘ ଦିନ ଧରି ଅଷ୍ଟ୍ରେଲିଆରେ ଏକ ଛୋଟ ରାଜନୈତିକ ଦଳ ଭାବରେ ବିବେଚନା କରାଯାଉଥିଲା, ଏବେ ଏହା ଦେଶର ସବୁଠାରୁ ଲୋକପ୍ରିୟ ଦଳ ଭାବରେ ଉଭା ହେଲାଣି। AFP ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁଯାୟୀ, ଏହି ଦଳର ନେତା ପାଉଲିନ୍ ହାନସନ୍ ସମ୍ପ୍ରତି ଟମି ରବିନସନ୍ ଙ୍କ ସହିତ ଏକ ପଡକାଷ୍ଟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ରବିନସନ୍ ପୂର୍ବରୁ ତାଙ୍କର ଫୁଟବଲ୍ ମ୍ୟାଚ୍ କୁ ନେଇ ହୋଇଥିବା ବିବାଦକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ଏହା ପରେ ସେ ଇସଲାମ ବିରୋଧରେ ପ୍ରଚାର ଆରମ୍ଭ କରିଥିଲେ।
ହାନସନ୍ ଏହା ମଧ୍ୟ କହିଛନ୍ତି ଯେ ୧୯୭୦ ଦଶକରେ "ହ୍ବାଇଟ୍ ଅଷ୍ଟ୍ରେଲିଆ" ନୀତିର (White Australia Policy) ଅନ୍ତ ପରେ ଦେଶର ଅନେକ ସମସ୍ୟା ବୃଦ୍ଧି ପାଇଥିଲା। ଏହି ବିବୃତ୍ତି ଅଷ୍ଟ୍ରେଲିଆରେ ବ୍ୟାପକ ବିରୋଧ ସୃଷ୍ଟି କରିଛି। ହେଲେ ତଥାପି, ହାନସନ୍ ପରେ ସ୍ପଷ୍ଟ କରିଥିଲେ ଯେ ସେ ହ୍ୱାଇଟ୍ ଅଷ୍ଟ୍ରେଲିଆ ନୀତିକୁ ପୁନର୍ବାର ଲାଗୁ କରିବା ପାଇଁ ଦାବି କରୁନାହାଁନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Barnaby Joyce yells at dogBarnaby Joyce Viral VideoBarnaby Joyce live TV interview viral videoBarnaby Joyce ABC 730 interviewBarnaby Joyce clash with Sarah FergusonBarnaby Joyce One Nation MP dog outburstFormer Australian Deputy PM shouts at dogBarnaby Joyce don't be rude Sarah FergusonBarnaby Joyce ABC news live interview blooper