Videos
|
International

ବଦଳିବ ଇତିହାସ, ଚନ୍ଦ୍ରରେ ଚାଲିବ ବୁଲେଟ୍ ଟ୍ରେନ୍

Jitendra Dash
Browse all articles by Jitendra Dash
·2 years ago·1 min read
ବଦଳିବ ଇତିହାସ, ଚନ୍ଦ୍ରରେ ଚାଲିବ ବୁଲେଟ୍ ଟ୍ରେନ୍

ଅର୍ଗସ ବ୍ୟୁରୋ : ବଦଳିବାକୁ ଯାଉଛି ଇତିହାସ । ଅଗାମୀ ଦିନରେ ଦୁନିଆ ଦେଖିବ ନୂଆ ନୂଆ ଯୋଜନା । ଯାହା ବଦଳାଇଦେବ ମହାକାଶ କ୍ଷେତ୍ରର ବିକାଶ ଧାରାକୁ । ଆଗାମୀ ଦିନରେ ଚନ୍ଦ୍ରରେ ଚାଲିବ ବୁଲେଟ୍ ଟ୍ରେନ୍ । ଯାହା ପାଇଁ ଆରମ୍ଭ ହୋଇଛି ଯୋଜନା । ଏହା ସହିତ ମହାକାଶରେ ହାଇପରସୋନିକ୍ ଜେଟ୍ ମଧ୍ୟ ଚାଲିବ । ଜାପାନ ଏବଂ ଚୀନ୍ ଏଭଳି ଯୋଜନା ପାଇଁ ଚେଷ୍ଟା ଚଳାଇଛନ୍ତି  । ଗବେଷକ ‘ଗ୍ଲାସ୍’ ନାମକ ଏକ ଲିଭିଂ ହାବିଟେଟ୍ ସ୍ଥାପନ ପାଇଁ ନିଜର ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । 

ଗ୍ଲାସ୍ ଏକ କୃତ୍ରିମ ଗୁରୁତ୍ବାକର୍ଷଣ ଏବଂ ପୃଥିବୀ ଭଳି ସ୍ଥିତି ସୃଷ୍ଟି କରୁଥିବା ପରିବେଶ । ଏହା ଏକ ବଡ଼ କୋଠାଭଳି । ଏଠାରେ ମନୁଷ୍ୟର ରହିବା ଭଳି ନଦୀ, ଜଳ, ଏବଂ ପାର୍କ ଆଦି ସୁବିଧା ରହିଛି । ଏହା ଦେଖିବାକୁ ଓଲଟା କୋନ୍ ଭଳି । ୨୦୫୦ ସୁଦ୍ଧା ୧୩୦୦ ଫୁଟ ଉଚ୍ଚ ଏବଂ ୩୨୮ ଫୁଟ ‌ବ୍ୟାସ ବିଶିଷ୍ଟ ଏକକୋନିକାଲ କୋଠା ନିର୍ମାଣ କରିବାର ଯୋଜନା କରିଛନ୍ତି । 

ଅଧିକ ପଢନ୍ତୁ ବିଦେଶ ଖବର

ତେବେ ସମ୍ପୂର୍ଣ୍ଣ କୋନିକାଲ କୋଠା ନିର୍ମାଣ ପାଇଁ ଶହେ ବର୍ଷ ସମୟ ଲାଗିପାରେ । ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଜ୍ଞାନକୌଶଳ ଆଧାରରେ ଏହାର ନିର୍ମାଣ କରାଯିବ । ଚୀନ୍ ମହାକାଶରେ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ରେଲ ଗନ୍ ପ୍ରୟୋଗ କରିବାକୁ ଯୋଜନା ପ୍ରସ୍ତୁତ କରିଛି। ଏହି ହାଇପରସୋନିକ୍ ରେଲ ଗନ୍ ଦ୍ବାରା ଲୋକଙ୍କୁ ମହାକାଶରେ ଗୁଳି ମରା ଯାଇ ପାରିବ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Japan Plans Bullet Train To Moon, China’s Railgun To Launch Hypersonic Jets To Space: Interesting Times For Space Travel | Argus News